Only for Entertainment

ସାମ୍ନାକୁ ଆସିଲା ଶ୍ରୀଦେବୀଙ୍କ ଅସ୍ଥି ବିସର୍ଜନର ପ୍ରଥମ ଫଟୋ, ଦୁଇ ଝିଅଙ୍କ ସହିତ ଅସ୍ଥି ବିସର୍ଜନ କଲେ ବୋନି କପୁର

Amar Ujala
0 79

ବଲିଉଡ ଅଭିନେତ୍ରୀ ଶ୍ରୀଦେବୀଙ୍କର ଅସ୍ଥିକୁ ବୋନି କପୁର ରାମେଶ୍ୱରମଠାରେ ବିସର୍ଜନ କରିଛନ୍ତି । ବସର୍ଜନ କରିବା ସମୟରେ ବୋନି ଦୁଇ ଝିଅ ଖୁସି ଏବଂ ଜାହ୍ନବୀଙ୍କ ସହିତ ଉପସ୍ଥିତ ଥିଲେ । ଏହା ସହିତ ଅନ୍ୟ ଦୁଇ ଜଣ ସଦସ୍ୟ ମଧ୍ୟ ଉପସ୍ଥିତ ଥିଲେ ।

ବୋନି କପୁର ଶ୍ରୀଦେବୀଙ୍କ ଅସ୍ଥିକୁ ସ୍ପେସାଲ ଏୟାରକ୍ରାଫ୍ଟରେ ନେଇ ଚେନ୍ନାଇ ପହଁଚିଥିଲେ । ଅସ୍ଥି ବିସର୍ଜନ କରିବା ପାଇଁ ବୋନି କପୁର ନିଜ ପରିବାର ସହିତ ଶନିବାର ଦିନ ରାମେଶ୍ୱରମ୍ ବାହାରିଥିଲେ । ରାମେଶ୍ୱରମଠାରେ ପୁରା ରିତି-ନିତି ସହିତ ସମୁଦ୍ରରେ ଅସ୍ଥିକୁ ବିସର୍ଜନ କରାଗଲା ।

ଶ୍ରୀଦେବୀଙ୍କ ଜନ୍ମ ତାମିଲନାଡୁରେ ହୋଇଥିଲା । ସେଥିପାଇଁ ରାମେଶ୍ୱରମ ଠାରେ ତାଙ୍କ ଅସ୍ଥିକୁ ବିସର୍ଜନ କରାଗଲା । ସେହିପରି ତାମିଲନାଡୁର ପଣ୍ଡିତମାନେ ଶ୍ରୀଦେବୀଙ୍କ ଅନ୍ତିମ ସଂସ୍କାର କରାଇଥିଲେ । ଶ୍ରୀଦେବୀଙ୍କ ନିଧନ ୨୪ ଫେବୃୟାରୀରେ ଦୁବାଇରେ ହୋଇଥିଲା । ପାର୍ଥିବ ଶରୀରକୁ ଭାରତ ଆସିବା ପାଇଁ ଡେରି ହେବାରୁ ତାଙ୍କ ଅନ୍ତିମ ସଂସ୍କାର ୨୮ ଫେବୃୟାରୀକୁ ମୁମ୍ବାଇରେ କରାଯାଇଥିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More