Only for Entertainment

ସାମ୍ନାକୁ ଆସିଲା ‘ଦେବଦାସ’ର ଫାଷ୍ଟ ପୋଷ୍ଟର, ଚର୍ଚ୍ଚାରେ ଭୁମିକାଙ୍କ ‘ପାରୋ’ ଲୁକ୍

Incredible Orissa
0 105

ବଲିଉଡ ଫିଲ୍ମ ‘ଦେବଦାସ’ କାହାଣୀକୁ ନେଇ ଓଲିଉଡରେ ପ୍ରସ୍ତୁତ ହେଉଛି ପରିଅଡ୍ ଡ୍ରାମା ଫିଲ୍ମ । ଯାହାର ଟାଇଟଲ୍ ରହିଛି ‘ନାୟକର ନାଁ ଦେବଦାସ’ । ଏହି ଅପକମିଂ ସିନେମାର ଫାଷ୍ଟ ପୋଷ୍ଟର୍ ଏବେ ରିଲିଜ୍ ହୋଇଛି । ସିନେମାରେ ଦେବଦାସ ଭୂମିକାରେ ନଜର ଆଶିବେ ଅଭିନେତା ଅସିତ୍, ପାରୋ ଚରିତ୍ରରେ ଭୂମିକା ଏବଂ ଚନ୍ଦ୍ରମୂଖୀ ଭାବେ ଅଭିନେତ୍ରୀ ଅନୁ ଚୌଧୁରୀଙ୍କୁ ଦେଖିବାକୁ ମିଳିବ ।

bhumika3

ଏହା ପୂର୍ବରୁ ଚଳଚ୍ଚିତ୍ର ଭୈରବରେ ଅଶିତଙ୍କ ଜବରଦସ୍ତ ଅଭିନୟ ଦେଖିବାକୁ ମିଳିଥିଲା । ଆଉ ଦେବଦାସ୍ ତାଙ୍କର ଦ୍ୱିତୀୟ ସିନେମା । ଅଭିନେତା ଅସିତଙ୍କ ସମେତ ଅଭିନେତ୍ରୀ ଭୂମିକାଙ୍କ ପାରୋ ଅନ୍ଦାଜ ବି ରିଭିଲ୍ ହୋଇଛି । ସୁଟିଂ ସେଟରୁ ଭୂମିକାଙ୍କ ପାରୋ ଲୁକ୍ସର କିଛି ଫଟୋ ମେକର୍ ରିଲିଜ କରିଛନ୍ତି । ବେଙ୍ଗଲି ଶୈଳୀରେ ଶାଢି ପିନ୍ଧି, ଲମ୍ବା କେଶ ଆଉ ମଥାରେ ବଡ ବିନ୍ଦି ପିନ୍ଧି ଭୂମିକା ନଜର ଆସିଛନ୍ତି । ଏହି ଅପକମିଂ ସିନେମାର ସୁଟିଂ ଆରମ୍ଭ ହୋଇ ସାରିଛି ।

bhumika4

ଚଳଚ୍ଚିତ୍ର ‘ନାୟକର ନାଁ ଦେବଦାସ’ରେ ଅସିତ୍ ଦେବଦାସ ଭୂମିକାରେ ଅଭିନୟ କରୁଥିବାବେଳେ ପାରୋ ସାଜିବେ ଭୂମିକା । ଆଉ ସିନେମାରେ ଅଭିନେତ୍ରୀ ଅନୁ ଚୌଧୁରୀଙ୍କ ଦେଖିବାକୁ ମିଳିବ ଚନ୍ଦ୍ରମୂଖୀ ଭୂମିକାରେ । ଚନ୍ଦ୍ରମୂଖୀ ଭଳି ବଳିଷ୍ଟ ଚରିତ୍ରକୁ ପରଦାରେ ତୁଲାଇବେ ଅନୁ । ଯାହା ଅନୁଙ୍କ ପ୍ରଶଂସକଙ୍କୁ ପସନ୍ଦ ଆସିବ ବୋଲି ଆଶା କରାଯାଉଛି । ପୂର୍ବରୁ ବି ଅନୁଙ୍କ ଗ୍ଲାମରସ୍ ଲୁକ୍ ଅନେକ ଥର ପରଦାରେ ଦେଖିବାକୁ ମିଳିଛି । ଆଉ ଏବେ ଚନ୍ଦ୍ରମୂଖୀ ହୋଇ ନିଜ ଫ୍ୟାନ୍ସଙ୍କୁ ଏଟଂଟରଟେନ୍ କରିବେ । ମୃତ୍ୟୁଞ୍ଜୟ ସାହୁ ଏହି ଚଳଚ୍ଚିତ୍ର ନିର୍ଦ୍ଦେଶନା ଦାୟିତ୍ୱରେ ଥିବାବେଳେ ଫିଲ୍ମର ପ୍ରଯୋଜନା କରୁଛନ୍ତି ଶିଶିର ଚନ୍ଦ୍ର ଦାସ ଓ କିର୍ତନ ଚନ୍ଦ୍ର ପାତ୍ର ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More