Only for Entertainment

ରିଲିଜ ହେଲା ‘ ନେଟ ବୁକ’ର ପ୍ରଥମ ଗୀତ ‘ନଇ ଲଗଦା’, ଗୀତରେ ନଜର ଆସିଲା ଜହୀର-ପ୍ରନୂତନଙ୍କ ରୋମାଣ୍ଟିକ ଲଭଷ୍ଟୋରୀର କହାଣୀ

India TV
39

ସଲମାନ ଖାନଙ୍କ ପ୍ରଡକ୍ସନ ହାଉସରେ ନିର୍ମିତ ଫିଲ୍ମ ‘ନେଟ ବୁକ’ର ପ୍ରଥମ ଗୀତ ‘ନଇ ଲଗଦା’ ରିଲିଜ ହୋଇ ସାରିଛି । କାଶ୍ମୀରର ସୁନ୍ଦର ଲୋକେସନରେ ଜହୀର ଇକବାଲ ଏବଂ ପ୍ରନୂତନଙ୍କ ସୁନ୍ଦର ଲଭଷ୍ଟୋରୀ ଗୀତରେ ଦେଖିବାକୁ ମିଳିଛି । ବିଶାଲ ମିଶ୍ର ଗୀତରେ ଭଅସ ଦେବା ସହିତ ଏହାକୁ କମ୍ପୋଜ ମଧ୍ୟ କରିଛନ୍ତି । ଏହାର ଲିରିକ୍ସ ଲେଖିଛନ୍ତି ଅକ୍ଷୟ ତ୍ରୀପାଠୀ । ଏହି ଗୀତକୁ ଶୁଣିବା ପରେ ଆପଣ ନିଶ୍ଚିତ ଏହି ଫିଲ୍ମ ଦେଖିବା ପାଇଁ ଇଚ୍ଛା କରିବେ ।

ଏହି ଫିଲ୍ମର ଅଧିକାଂଶ ସୁଟିଂ ଜମ୍ମୁ-କାଶ୍ମୀରରେ କରାଯାଇଛି । ଫିଲ୍ମରେ ଜହୀର ଏବଂ ପ୍ରନୂତନ ବଲିଉଡ ଡେବ୍ୟୁ କରିବାକୁ ଯାଉଛନ୍ତି । ଜହୀର ଇକବାଲ ସଲମନା ଖାନଙ୍କ ପିଲାଦିନର ବନ୍ଧୁଙ୍କ ପୁଅ ହୋଇଥିବା ବେଳ ଅଭିନେତ୍ରୀ ପ୍ରନୂତନ ମୋହନୀଶ ବହଲଙ୍କ ଝିଅ ।
ଫିଲ୍ମର କାହାଣୀ ଲିଡ ଷ୍ଟାରଙ୍କ ବ୍ୟତିତ କାଶ୍ମୀର ପିଲାମାନଙ୍କ ଉପରେ ଆଧାରିତ । ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ନିତିନ କକ୍କର । ଫିଲ୍ମ ୨୯ ମାର୍ଚ୍ଚରେ ରିଲିଜ ହେବ ।

 

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More