Only for Entertainment

ଆଜି ହିଁ ପ୍ରସ୍ତୁତ କରନ୍ତୁ ‘ଫିସ୍ ବିରିୟାନି’ !

50

ଆବଶ୍ୟକ ସାମଗ୍ରୀ:
ବଡ଼ ରୋହି ମାଛ-(କଟା)୧/୨ କିଗ୍ରା,

ବାସୁମତୀ ଚାଉଳ-୧/୨ କିଗ୍ରା,

ପିଆଜ-୪ଟା(ବଡ଼), ଅଦା-୧ ଖଣ୍ଡ,

ଗୁଜୁରାତି-୪/୬ ଟା, ଲବଙ୍ଗ-୫/୬ ଟା,

ଗୋଟା ଗୋଲମରିଚ-୨ ଚାମଚ(ଛୋଟ),

ସାହା ଜିରା-୧ ଚାମଚ(ଛୋଟ), ଜାଇତ୍ରି-୨,

ଜାଇଫଳ-ଫାଳେ, ତେଜପତ୍ର-୨ଟା,

ଧନିଆପତ୍ର କଟା-ଅଳ୍ପ,

ପୋଦିନା ପତ୍ର-୧ ଚାମଚ(ଛୋଟ),

ରିଫାଇନ୍ ତେଲ-୧ କପ୍

ଘିଅ-୪ ଚାମଚ(ବଡ଼),

ଅଣ୍ଡା-୨ ଟା(ସିଝାଇବା ପାଇଁ)

ସ୍ୱାଦ ଅନୁସାରେ ଲୁଣ ।

 

ପ୍ରସ୍ତୁତି ପ୍ରଣାଳୀ:

ପ୍ରଥମେ ଗୋଟିଏ ବଡ଼ପାତ୍ର ଚୁଲିରେ ବସାଇ ସେଥିରେ ୫/୬ କପ୍ ପାଣି ଦିଅନ୍ତୁ । ସେଥିରେ ଖଣ୍ଡେ ଅଦା,୧ଟା ପିଆଜ,ସାହାଜିରା, ଜାଲିଫଳ ଓ ତେଜପତ୍ର ପକାଇ ତାକୁ ଘୋଡ଼େଇ ଦିଅନ୍ତୁ । ପାଣି ଭଲଭାବରେ ୧୦/୧୮ ମିନି୍ଟ ଫୁଟିଗଲେ ଚୁଲିରୁ ଓହ୍ଲାଇ ଗୋଟେ ପ୍ଲେଟରେ ଢାଲି ରଖନ୍ତୁ ।

ମାଛକୁ ଧୋଇ ଲୁଣ ହଳଦୀ ଗୋଳାଇ ତେଲରେ ଛାଣି ରଖନ୍ତୁ । ଗୋଟିଏ ପିଆଜକୁ ଲମ୍ବା ଲମ୍ବା କାଟି ତେଲରେ ଲାଲ କରି ଛାଣି ରଖନ୍ତୁ । ଅନ୍ୟ ଏକ ପାତ୍ରରେ ଘିଅ ଗରମ କରନ୍ତୁ ।

ସେଥିରେ କଟା ପିଆଜ, କଟା ଅଦା, ସାହାଜିରା, ଗୁଜୁରାତି, ଲବଙ୍ଗ, ଗୋଲମରିଚ ଓ ଡ଼ାଳଚିନି ଛେଚି ପକାନ୍ତୁ । ପିଆଜ ବାଦାମିରଙ୍ଗ ହୋଇ ଆସିଲେ ଚାଉଳକୁ ଧୋଇ ପକାନ୍ତୁ । ହଳଦୀ ଗୁଣ୍ଡ ପକାଇ ଭଲ ଭାବରେ ଗୋଳାଇ ଚାଉଳକୁ କିଛି ସମୟ ଭାଜନ୍ତୁ ।

ବର୍ତ୍ତମାନ ଏଥିରେ କଟା ପୋଦିନା ପତ୍ର ପକାଇ ଗୋଳାନ୍ତୁ । ପୂର୍ବରୁ ପ୍ରସ୍ତୁତ କରି ରଖିଥିବା ପାଣି ସହିତ ଅଳ୍ପପାଣି ମିଶାଇ ଚାଉଳର ଦୁଇଗୁଣା ପାଣି ଦିଅନ୍ତୁ । ସ୍ୱାଦ ଅନୁସାରେ ଲୁଣ ପକାଇ ତାକୁ ପୁଣି ଘୋଢାଇ ରାନ୍ଧନ୍ତୁ ।

ଭାତ ଅଧାହୋଇ ଆସିଲେ ପୁର୍ବରୁ ରାନ୍ଧିରଖିଥିବା ମାଛକୁ ପକାଇ ଧିରେ ଧିରେ ଗୋଳାନ୍ତୁ ଯେପରିକି ମାଛ ଭାଙ୍ଗି ନଯାଏ ।ତାକୁ ପୁଣି ଘୋଡ଼ାଇ ଭାତ ହେବା ପର୍ଯ୍ୟନ୍ତ ରାନ୍ଧନ୍ତୁ । ତାକୁପୁଣି କାଢି କଟା ଧନିଆପତ୍ର ପକାନ୍ତୁ । ପ୍ଲେଟରେ କାଢି ସିଝା ଅଣ୍ଡା ଓ ଭଜା ପିଆଜରେ ସଜାଇ ରାଇତା ସହିତ ପରିବେଷଣ କରନ୍ତୁ ଫିସ୍ ବିରିୟାନି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More