Only for Entertainment

ଖୁବ ସୁଆଦିଆ ପଶ୍ଚିମବଙ୍ଗ ପ୍ରସିଦ୍ଧ ଫିଶ ଫ୍ରାଏ

wikimedia commons
66

ଥମେ ମାଛକୁ ଭଲ ଭାବେ ଧୋଇ ଦିଅନ୍ତୁ। ତା’ପରେ ମାଛକୁ କିଛି ସମୟ ସେମିତି ଛାଡ଼ି ଦିଅନ୍ତୁ। ଏହା ଦ୍ୱାରା ସେଥିରୁ ପାଣି ନିଗିଡ଼ି ଯିବ। ଏବେ ଏକ ପାତ୍ରରେ ଦହି, ଅଦା ଓ ରସୁଣ ପେଷ୍ଟ, ହଳଦୀ ଗୁଣ୍ଡ ଏବଂ ଲୁଣକୁ ମିଶାନ୍ତୁ। ଯଦି ଆପଣ ଏହାକୁ ଅଧିକ ସ୍ପାଇସି କରିବାକୁ ଚାହୁଁଛନ୍ତି, ତେବେ ଏଥିରେ କଟା କଞ୍ଚା ଲଙ୍କା ଓ କଟା ଧନିଆ ପତ୍ର ମିଶାଇ ପାରିବେ। ଏହାଫଳରେ ଫିଶ୍‌ ଫ୍ରାଏର ସ୍ୱାଦ ଆହୁରି ବଢ଼ିଯାଏ। ଏହା ପରେ ଏହି ମିଶ୍ରଣରେ ମାଛକୁ ପକାଇ ଭଲ ଭାବେ ଗୋଳାଇ ଦିଅନ୍ତୁ। ଏହାକୁ ମାରିନେଟ୍‌ କରିବା ଲାଗି ଅଧଘଣ୍ଟା ଛାଡ଼ି ଦିଅନ୍ତୁ।

 

ଅଧାଘଣ୍ଟା ପରେ ପ୍ୟାନ୍‌ରେ ତେଲ ଗରମ କରନ୍ତୁ। ତେଲ ଭଲ ଭାବେ ଗରମ ହୋଇଗଲା ପରେ ସେଥିରେ ମାଛକୁ ପକାଇ ଫ୍ରାଏ କରନ୍ତୁ। ଧ୍ୟାନ ରଖନ୍ତୁ ଆଞ୍ଚ ଧିମା ହେବା ଦରକାର। ମାଛ ଭଲ ଭାବେ ଫ୍ରାଏ ହୋଇଗଲା ପରେ ଏହାକୁ ଏକ ପାତ୍ରକୁ କାଢ଼ି ଦିଅନ୍ତୁ। ମନେ ରଖିବେ ଉକ୍ତ ପାତ୍ରରେ ଏକ ପେପର ରଖିବେ। ମାଛରେ ଥିବା ଅତିରିକ୍ତ ତେଲକୁ ପେପର ଶୋଷି ନିଏ। ଏବେ ଏହାକୁ ଆପଣଙ୍କର ମନପସନ୍ଦର ଚଟଣି ସହିତ ଗରମ ଗରମ ଖାଆନ୍ତୁ। ଏହାକୁ ଆପଣ ସୋରିଷ ସସ୍‌ ସହିତ ମଧ୍ୟ ଖାଇ ପାରିବେ ଓ ପରଷି ପାରିବେ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More