Only for Entertainment

ଦାମୀ ଔଷଧ ନୁହେଁ ଜୀବନ ବଂଚାଉଛି କଂଚା ମାଛ

thenewsism.com
0 37

ମନୁଷ୍ୟ ଶରୀରରେ କିଛି ନା କିଛି ରୋଗ ରହିଥାଏ ଏବଂ ସମସ୍ତ ରୋଗର ଉପଚାର ମଧ୍ୟ ଥାଏ । କିନ୍ତୁ ଏମିତି କିଛି ରୋଗ ଅଛି ଯାହାକୁ ଭଲ କରିବା ଏତେ ସହଜ ନୁହେଁ। ସେମିତି ଏକ ରୋଗ ହେଉଛି ଆଜମା। ଆଜମା ରୋଗର ଉପଚାର ପାଇଁ ବିଭିନ୍ନ ପ୍ରକାର ଔଷଧ ମିଳୁଛି। କିନ୍ତୁ କଞ୍ଚାମାଛ ଦ୍ୱାରା ପ୍ରସ୍ତୁତ ଔଷଧରେ ଏହି ରୋଗକୁ ଭଲ କରି ହେବ ତାହା ଆପଣ ବୋଧହୁଏ ପ୍ରଥମଥର ଜାଣିବାକୁ ପାଉଥିବେ।

ନାମପାଲିରେ ପ୍ରତି ବର୍ଷ ଜୁନ ୮ ତାରିଖରୁ ଆରମ୍ଭ ହୁଏ ମ୍ରୀଗସିରା କର୍ଥି। ଯେଉଁଠି କଞ୍ଚାମାଛ ଦ୍ୱାରା ଆସ୍ଥମା ରୋଗୀଙ୍କ ଚିକିତ୍ସା କରାଯାଇଥାଏ। ଏହି ଔଷଧକୁ ପାଇବା ପାଇଁ ଦେଶ ବିଦେଶର କେଉଁ କୋଣ ଅନୁକୋଣରୁ ରୋଗୀ ଆସି ଏଠାରେ ପହଁଚିଥାନ୍ତି। ଏବଂ ଏହି ଚିକିତ୍ସା ସେଠାରେ ବାଥିନି ଗୌଡ ଭାଇମାନଙ୍କ ଦ୍ୱାରା ଯ଼ୋଗାଇ ଦିଆଯାଇଥାଏ।

ତେବେ ଆପଣଙ୍କ ମନକୁ ପ୍ରଶ୍ନ ଆସୁଥିବା ଏହି ମାଛ ଔଷଧକୁ ସାକାହାରୀ ରୋଗୀ କିପରି ଖାଉଥିବେ। ର୍ମୀଗସିରା କର୍ଥି  ମୁଖ୍ୟ ବାଥିନି ହରିନାଥ ଗୈାଡ଼ଙ୍କ କହିବା ଅନୁଯାୟୀ “ ସାକାହାରୀମାନେ ମଧ୍ୟ ଏହି  ମାଛକୁ ଔଷଧ ରୂପେ ଖାଇ ପାରିବେ। କିନ୍ତୁ ଶାକାହାରୀ ରୋଗୀଙ୍କ ପାଇଁ ଥିବା ମାଛକୁ ରୋଗୀଙ୍କୁ ଦିଆଯିବା ପୂର୍ବରୁ ସେ ମାଛକୁ ଭଲଭାବେ ଗୁଡ ପାଣିରେ ବୁଡ଼ା ଯାଇଥାଏ”।
ଏହି ମାଛଔଷଧ ପାଇବା ପାଇଁ ବିଦେଶରୁ ବି ରୋଗୀ ଆସି ଏଠାରେ ପହଁଚିଥାନ୍ତି ।

୪୫ଦିନ ପର୍ୟ୍ୟନ୍ତ ଏହି ଔଷଧ ପ୍ରଦାନ ପ୍ରକ୍ରିୟା ଚାଲେ। ସ୍ୱତନ୍ତ୍ର ଖାଦ୍ୟ ବ୍ୟବସ୍ଥା ସହ ରୋଗୀଙ୍କ ପାଇଁ ଏଠାରେ କଞ୍ଚାମାଛରେ ପ୍ରସ୍ତୁତ ବଟିକା  ମଧ୍ୟ ରଖାଯାଇଥାଏ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More