Only for Entertainment

ସମୂଦ୍ରରେ କଣ୍ଢେଇ ଦେଖିଲେ ମାଛ ଧରାଳି,ନିକଟକୁ ଗଲେତ ହୋଶ ଉଡ଼ିଗଲା ।

Psychology Today
33

କୁହାଯାଏ ଯାହାକୁ ଅନନ୍ତ ଉଦ୍ଧାର କରନ୍ତି ତା’ର କେହି ମଧ୍ୟ କୌଣସି କ୍ଷତି କରିପାରନ୍ତି ନାହିଁ ।ସେହିଭଳି କିଛି ଘଟଣା ଘଟିଛି ଏକ ୧୮ ମାସର କୁନି ଝିଅ ସହିତ । ଗଭୀର ସମୂଦ୍ରରେ ଭାସିଯିବା ପରେ ମଧ୍ୟ ଜଣେ ମାଛଧରାଳି ଦେବଦୂତ ହୋଇ ପହଂଚିଲେ ସେହି କୁନି ଝିଅଟି ନିକଟରେ ।ଘଟଣା ନ୍ୟୁଜିଲ୍ୟାଣ୍ଡର । ମାଛ ଧରାଳିଙ୍କୁ ଦୂରରୁ ଲାଗିଲାଯେ ଏକ କଣ୍ଢେଇ ଭାସୁଥିବା ଭଳି । କିନ୍ତୁ ନିକଟକୁ ଗଲେ ତ ତାଙ୍କ ହୋଶ ଉଡ଼ିଗଲା । ବାସ୍ତବରେ ତାହା କଣ୍ଡେଇ ନଥିଲା,ବରଂ ଥିଲା ଏକ କୁନି ଝିଅ ।ଯିଏ କିଛି ସମୟ ମଧ୍ୟରେ ହୁଏତ ବୁଡ଼ି ଯାଇଥାନ୍ତା ।ମାଛଧରାଳି ତତକ୍ଷଣାତ ପିଲାଟିକୁ କୂଳ ନିକଟକୁ ନେଇ ଆସିଲେ । ଯାହା ଦ୍ୱାରା ପିଲାଟିର ଜୀବନ ବଂଚିଗଲା ।

ମାଛ ଧରାଳିଙ୍କ ନାମ ହେଉଛି ଗ୍ୟୁସ ହଟ ।୨୬ ଅକ୍ଟୋବରକୁ ବ୍ୟକ୍ତି ଜଣକ ସକାଳ ପ୍ରାୟ ୭ଟା ୩୦ରେ କୂଳ ନିକଟରେ ମାଛ ଧରିବାକୁ ଯିବା ପାଇଁ ଜାଲର ଯାଂଚ କରୁଥିଲେ ।ସେହି ସମୟରେ ତାଙ୍କୁ ଲାଗିଲା ଏକ କଣ୍ଡେଇ ଭାସୁଛି । କିନ୍ତୁ କିଛି ଶବ୍ଦ ଶୁଣିବା ପରେ ସେ ନିକଟକୁ ଗଲେ ।ଯିବାପରେ ସେଠାରେ ସେ ଏକ ଜୀବିତ କୁନି ଝିଅକୁ ପାଇଲେ ।ଯାହାକୁ ଦେଖି ତାଙ୍କ ହୋଶ ଉଡ଼ିଗଲା ।

ପିଲାଟିର ପରିବାର କୂଳ ନିକଟରେ ଥିଲେ ଏବଂ ପିଲାଟି ତମ୍ବୁରୁ ବାହାରି ଭାସି ଯାଇଥିଲା । ପିଲାଟିର ଏଭଳି ବଂଚିଯିବାକୁ ଚମତ୍କାର ବୋଲି କୁହାଯାଉଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More