Only for Entertainment

ଫ୍ଲାସବ୍ୟାକ : ବିଶ୍ୱ ସୁନ୍ଦରୀ ପାଇଁ ନୁହେଁ ଏହି କାରଣ ପାଇଁ ଐଶ୍ୱର୍ଯ୍ୟାଙ୍କୁ ଘରର ବୋହୂ କରିଥିଲେ ଜୟା ବଚ୍ଚନ

indianexpress
97

ଆପଣ ଏହା ଜାଣିଥିବେ ଯେ, ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କ ସହିତ ବିବାହ କରିବା ପୂର୍ବରୁ ଅଭିଷେକ ବଚ୍ଚନଙ୍କ ବିବାହ ୯୦ ଦଶକର ସୁପରହିଟ ଅଭିନେତ୍ରୀ କରିଶ୍ମା କପୁରଙ୍କ ସହିତ ଠିକ ହୋଇଥିଲା । କିନ୍ତୁ କିଛି କାରଣ ପାଇଁ ଦୁହିଁଙ୍କ ବିବାହ ହୋଇପାରିଲା ନାହିଁ । ବିବାହ ନ ହେବାର କାରଣ କପୁର ପରିବାର ଏବଂ ବଚ୍ଚନ ପରିବାର ଏପର୍ଯ୍ୟନ୍ତ କରିନାହାଁନ୍ତି ।

କରିଶ୍ମାଙ୍କ ସହିତ ବିବାହ ଭାଙ୍ଗିବାର କିଛି ସମୟ ପରେ ଅଭିଷେକ ବିଶ୍ୱ ସୁନ୍ଦରୀ ଐଶ୍ୱର୍ଯ୍ୟାଙ୍କୁ ବିବାହ କରିଥିଲେ । ଏହା ପରେ ଅଭିଷେକଙ୍କ ମା’ ତଥା ଅଭିନେତ୍ରୀ ଜୟା ବଚ୍ଚନ ପୁିପୁଲ ମ୍ୟାଗାଜିନକୁ ଇଣ୍ଟରଭ୍ୟୁ ଦେଇ କହିଥିଲେ, ତାଙ୍କ ପାଇଁ ପରିବାରର ମୂଲ୍ୟ ଏବଂ ଟ୍ରାଡିସନ ଅଧିକ ମହତ୍ୱ ରଖିଥାଏ । ଜୟା ଏହା ମଧ୍ୟ କହିଥିଲେ, ଛୁଆଙ୍କୁ ବଡ କରିବା ସମୟରେ ମୁଁ ଏହା ଧ୍ୟାନ ରଖିଥିଲି ଯେପରି ମୋ ଛୁଆ ସଭ୍ୟ ହୁଅନ୍ତୁ ।

aish

ଜୟାଙ୍କୁ ଯେତେବେଳେ ପଚରାଗଲା କ’ଣ ଏହି କାରଣ ପାଇଁ ଆପଣ ଐଶ୍ୱର୍ଯ୍ୟାଙ୍କୁ ବୋହୂ କରିବା ପାଇଁ ନିଷ୍ପତ୍ତି ନେଇଥିଲେ ? ଏହାର ଉତ୍ତରରେ ଜୟା କହିଥିଲେ, ଆଜ୍ଞା ହଁ ଏହି କାରଣ ପାଇଁ ମୁଁ ଏହି ବିବାହକୁ ମଂଜୁରୀ ଦେଇଥିଲି । କାରଣ ମୁଁ ଚାହୁଁଥିଲି ମୋ ବୋହୂ ପାରିବାରିକ ମୂଲ୍ୟ ଏବଂ କଲଚରକୁ ଭଲ ଭାବେ ଜାଣିଥାଉ ।

ପାରିବାରିକ ମୂଲ୍ୟ ପାଇଁ ଅଭିଷେକ- କରିଶ୍ମାଙ୍କ ବିବାହ ଭାଙ୍ଗିବା ପ୍ରଶ୍ନରେ ଜୟା କହିଥିଲେ, କରିଶ୍ମାଙ୍କ ଶରୀରରେ କପୁର ପରିବାରର ରକ୍ତ ବେହୁଛି । କରିଶ୍ମାଙ୍କ ପିତା ମୋ ସ୍ୱାମୀଙ୍କ ଭଲ ବନ୍ଧୁ । ତେଣୁ କରିଶ୍ମା ଙ୍କ ବିଷୟରେ ଏପରି କହିବା ଠିକ ନୁହେଁ । ବିବାହ ଭାଙ୍ଗିବା ବିଷୟରେ ଜୟା କିଛି କହିନଥିଲେ ମଧ୍ୟ ଐଶ୍ୱର୍ଯ୍ୟାଙ୍କୁ ବୋହୂ କରିବାର କରଣକୁ ସେ ସ୍ୱିକାର କରିଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More