Only for Entertainment

ଉଜ୍ୱଳ ତ୍ୱଚା ପାଇଁ ପାଳନ କରନ୍ତୁ ଶେହନାଜ ହୁସୈନଙ୍କ ଏହି ବିୟୁଟି ଟିପ୍ସ ।

Beauty image of blond
46

ସୁନ୍ଦର ଏବଂ ଉଜ୍ୱଳ ତ୍ୱଚା ସମସ୍ତେ ଚାହାଁନ୍ତି । କିନ୍ତୁ ତାହା କେଉଁଭଳି ସମ୍ଭବ ହୋଇପାରିବ ତାହା ସମସ୍ତେ ଜାଣିନଥାନ୍ତି । ତେବେ ଶେହନାଜ ହୁସୈନ ଏହି ସଂପର୍କରେ ଏକ ଟିପ୍ସ ଦେଇଥିଲେଯେ କେଉଁଭଳି ତ୍ୱଚାର ଯତ୍ନ ନେବା ଉଚିତ । ଆସନ୍ତୁ ଆଲୋଚନା କରିବା ।

ଦହି ଏବଂ ହଳଦୀରେ ପ୍ରସ୍ତୁତ ଫେଶପ୍ୟାକ ତ୍ୱଚାକୁ ସୁନ୍ଦର କରିବାରେ ଖୁବ ସହାୟକ ହୋଇଥାଏ । ଏଥିରେ ଥିବା ତତ୍ତ୍ୱ ତ୍ୱଚାକୁ ପୋଷଣ ଯୋଗାଇଥାଏ । ତେଣୁ ୨ଚାମଚ ଦହିରେ ସାମାନ୍ୟ ହଳଦୀ ମିଶାଇ ସେହି ପେଷ୍ଟକୁ ମୁହଁରେ ଲଗାଇ ୧୫ରୁ ୨୦ ମିନିଟ ଛାଡ଼ି ଦିଅନ୍ତୁ । ଏବେ ଚେହେରାକୁ ସାମାନ୍ୟ ଗରମ ପାଣିରେ ଧୋଇ ଦିଅନ୍ତୁ ।

ଲେମ୍ବ ରସରେ ମହୁ ମିଶାଇ ମୁହଁରେ ଲଗାନ୍ତୁ ଏବଂ ଏହାକୁ ୧୫ରୁ ୨୦ ମିନିଟ ଛାଡ଼ି ଦିଅନ୍ତୁ । ଏବେ ସାମାନ୍ୟ ଗରମ ପାଣିରେ ଚେହେରାକୁ ଧୋଇ ଦିଅନ୍ତୁ । ଏହା ଦ୍ୱାରା କେବଳ ତ୍ୱଚା ଉଜ୍ୱଳ ଦେଖାଯାଇନଥାଏ ବରଂ ମୁହଁରୁ ଦାଗ ମଧ୍ୟ ଦୂର ହୋଇଯାଏ ।

୧ ଚାମଚ ଦହିରେ ଅଧ ଚାମଚ ଟମାଟୋ ରସ ମିଶାଇ ମୁହଁରେ ଲଗାଇ ୨୦ ମିନିଟ ରଖନ୍ତୁ । ଏବେ ଧୋଇ ଦିଅନ୍ତୁ । ଏହା ତେଲିଆ ତ୍ୱଚା ପାଇଁ ଖୁବ ଲାଭକାରୀ ହୋଇଥାଏ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More