Only for Entertainment

ଶୀଘ୍ର ବିବାହ କରିବା ପାଇଁ ଚାହୁଁଥିଲେ ଆପଣାନ୍ତୁ ଏହି ବାସ୍ତୁ ଟିପ୍ସ ।

0 106

ବିବାହ କରିବାର ସମୟ ଆସିଗଲାଣି କିମ୍ବା ବିବାହ କରିବାକୁ ଚାହୁଁଛନ୍ତି ତେବେ ଆପଣଙ୍କୁ ବାସ୍ତୁର ଏହି ନିୟମକୁ ପାଳନ କରନ୍ତୁ । ମିଳିବ ମନପସନ୍ଦର ଜୀବନ ସାଥୀ, ହୋଇଯିବ ଶୀଘ୍ର ବିବାହ ।

ବାସ୍ତୁ ଏବଂ ଜ୍ୟୋତିଷଶାସ୍ତ୍ର ଅନୁସାରେ ବିବାହ ପାଇଁ ଇଚ୍ଛୁକ ଥିବା ଯୁବକ ଯୁବତୀଙ୍କୁ କଳା ରଂଗର ପୋଷାକ ପିନ୍ଧିବା ଅନୁଚିତ । କାରଣ କଳା ରଂଗ ଶନି,ରାହୁ ଏବଂ କେତୁ ଗ୍ରହକୁ ପ୍ରତିନିଧିତ୍ୱ କରିଥାଏ ଯାହାକି ବିବାହରେ ବାଧା ସୃଷ୍ଟି କରିଥାଏ । ଆପଣ ପ୍ରେମ ବିବାହ କରିବାକୁ ଚାହୁଁଛନ୍ତି କିମ୍ବା ପାରମ୍ପାରିକ ବିବାହ ଏହି ଦୁଇ ବିବାହ ପରିସ୍ଥିତିରେ ଏହି ସମସ୍ତ କଥା ପ୍ରତି ଧ୍ୟାନ ଦେବା ଉଚିତ ।

article-l-2015925617064761607000

ଅବିବାହିତା ଯୁବକ ଯୁବତୀ ଯେଉଁମାନେ ଘର ଠାରୁ ଦୂରରେ ଚାକିରୀ କିମ୍ବା ପଢାପଢି କରନ୍ତି ସେମାନେ ସବୁବେଳେ ଘର ଶେୟାର କରି ରୁହନ୍ତି ଅର୍ଥାତ ଭଡା ଘରେ ସାଙ୍ଗମାନଙ୍କ ସହ ମିଶି ରହିଥାଆନ୍ତି । ଯଦି ଆପଣ ଏଭଳି ରହୁଛନ୍ତି ତେବେ ଆପଣଙ୍କ ପସନ୍ଦିନ୍ଦା ଜୀବନ ସାଥୀ ପାଇବା ପାଇଁ ଚାହୁଁଥିଲେ ଆପଣଙ୍କ ବିଛଣା କବାଟ ପାଖରେ ରଖନ୍ତୁ ।

ଘରକୁ ବିବାହ ପ୍ରସ୍ତାବ ନେଇ ଆସିଥିବା ବ୍ୟକ୍ତିଙ୍କ ମୁହଁ ଘର ଭିତରକୁ କରି ବସାନ୍ତୁ । ଯଦି ତାଙ୍କ ମୁହଁ ବାହାରକୁ ହୁଏ ତେବେ ବିବାହ ପ୍ରସ୍ତାବ ଭାଙ୍ଗି ଯିବାର ସମ୍ଭାବନା ରହିଥାଏ ।

ପ୍ରେମୀ ଯୁଗଳ ଗୋଲାପ ଆଦାନ ପ୍ରଦାନ କରନ୍ତି । ଯଦି ଆପଣ ମଧ୍ୟ ଗୋଲାପ ଫୁଲ ଦେଉଛନ୍ତି ଏହା ଦେବା ସମୟରେ କଂଟା କାଢିିି ଦିଅନ୍ତୁ । ଯେଉଁମାନଙ୍କ ସମ୍ପର୍କରେ ମତଭେଦ ଦେଖାଦେଉଛି ତେବେ ଆପଣ ଅର୍କିଡ କିମ୍ବା ଲିଲି ଉପହାରରେ ଦିଅନ୍ତୁ କିମ୍ବା ଶୟନ କକ୍ଷକୁ ସଜାନ୍ତୁ । ଫୁଲ ଦ୍ୱାରା ସମ୍ପର୍କରେ ଖୁସି ଆସିଥାଏ ।

ବିବାହ ପାଇଁ ଇଚ୍ଛୁକ ଥିବା ବ୍ୟକ୍ତିଙ୍କୁ ଶୋଇବା ସମୟରେ ଗୋଡ ଉତ୍ତରକୁ ଏବଂ ମୁଣ୍ଡ ଦକ୍ଷିଣ ଆଡକୁ କରି ଶୋଇବା ଉଚିତ ।

ଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବା ପାଇଁ ଚାହୁଁଥିବା ଯୁବ ଯୁବତୀଙ୍କୁ ଏଭଳି କୋଠରୀରେ ଏକାଧିକ କବାଟ ରହିବା ଉଚିତ ।

ବିବାହ ପାଇଁ ଇଚ୍ଛୁକ ଥିବା ବ୍ୟକ୍ତି ନିଜ ରୁମକୁ ଗୋଲାପୀ, ଫିକା ହଳଦିଆ, ସଫା ଚମକିଲା ରଂଗ କରିବା ଉଚିତ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More