Only for Entertainment

ନିଜ ଅଭ୍ୟାସରେ କରନ୍ତୁ ପରିବର୍ତ୍ତନ , ସୁସ୍ଥ ରହିବ ଲିଭର !

42

ଆଜିକାଲି ସମୟରେ ଲୋକଙ୍କ ମଧ୍ୟରେ ଲିଭର୍ ଫେଲ୍ ହେବାର ସମସ୍ୟା ଅଧିକ ଦେଖାଯାଏ । ନିଜର ନିତିଦିନିଆ କୁଅଭ୍ୟାସକୁ ନ ଦୂରେଇଲେ ଏଭଳି ସମସ୍ୟାରୁ କେବେ ବି ମୁକ୍ତି ପାଇପାରିବେ ନାହିଁ । ତେବେ ଆଜି ଆସନ୍ତୁ ଏହାର ସମାଧାନ ବିଷୟରେ ଜାଣିବା ।

ଅଧିକ ମାତ୍ରାରେ ଚିନି ଖାଆନ୍ତୁ ନାହିଁ : ଲିଭର ଶର୍କରାକୁ ଚର୍ବିରେ ବଦଳାଇବାରେ କାମ କରେ। ଅଧିକ ମାତ୍ରାରେ ଚିନି ଖାଇଲେ ଲିଭର ଉପରେ କାମର ଚାପ ବଢ଼ିଯାଏ ଓ ଅଧିକ ଚର୍ବି ଲିଭର୍ରେ ଜମା ହୋଇଥାଏ । ଏହାଯୋଗୁଁ ଲିଭର ଖରାପ ହୋଇପାରେ।

ଔଷଧ ଠିକ୍ ପରିମାଣରେ ଖାଆନ୍ତୁ : ଅଧିକ ପେନ୍ କିଲର୍ସ୍ ଔଷଧ ବଟିକା ଖାଇଲେ କିମ୍ବା ଅଧିକ ସମୟ ଧରି ପାରାସିଟାମଲ ମଧ୍ୟ ଖାଇଲେ ଲିଭର ଖରାପ ହୋଇପାରେ।

ମଦ୍ୟପାନ କରନ୍ତୁ ନାହିଁ : ଅଧିକ ମଦ୍ୟପାନ କରିଲେ ଶରୀରରେ ଟକ୍ସିନ୍ ବା ବିଷାକ୍ତ ଜିନିଷର ମାତ୍ରା ବଢ଼ିଯାଏ। ଏହା ଲିଭରରେ ଜମା ହୋଇ କ୍ଷତି ପହଞ୍ଚାଇଥାଏ।

ନିଦ ପୂରା ହେବା ଯାଏଁ ଶୁଅନ୍ତୁ : ନିଦ ପୂରା ନ ହେଲେ ଲିଭର ଠିକ୍ ଭାବେ କାମ କରେ ନାହିଁ। ଏମିତିରେ ଲିଭରରେ ଚର୍ବି ଜମା ହୋଇଯାଏ ଓ ଲିଭରକୁ କ୍ଷତି ପହଞ୍ଚାଇଥାଏ।

ଅଧିକ ଜଙ୍କ୍ ଫୁଡ୍ ଖାଆନ୍ତୁ ନାହିଁ : ପ୍ରତିଦିନ ବର୍ଗର, ସ୍ୟାଣ୍ଡ୍ଓ୍ଵିଚ୍ ବା ପିଜ୍ଜା ଖାଇଲେ ଶରୀରରେ ନ୍ୟୁଟ୍ରିସନ୍ର ମାତ୍ରା ଧିରେ ଧିରେ କମିଯାଏ। ଏହାଯୋଗୁଁ ଲିଭର୍କୁ କାମ କରିବାରେ ବାଧା ସୃଷ୍ଟି ହୁଏ। ଏହା ଫଳରେ ମଧ୍ୟ ଲିଭର୍ରେ ଚର୍ବି ଜମା ହୋଇଯାଏ।

ଧୁମପାନ (ସ୍ମୋକିଙ୍ଗ୍) କରନ୍ତୁ ନାହିଁ : ସିଗାରେଟରେ ସୁସ୍ଥ ଲିଭର୍ ଚାହୁଁଥିଲେ ନିଜର ଏହି ଅଭ୍ୟାସକୁ ଛାଡନ୍ତୁ ! ଦୀର୍ଘଜୀବୀ ହେବେ । ବହୁତ ପରିମାଣରେ ଟକ୍ସିକ୍ କେମିକାଲ୍ ଥାଏ, ସ୍ମୋକିଙ୍ଗ୍ କରିବା ଦ୍ୱାରା ଏହି କେମିକାଲ୍ ଲିଭର୍ର କୋଷଗୁଡ଼ିକୁ କ୍ଷତି ପହଞ୍ଚାଇ ପାରେ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More