Only for Entertainment

ଜାଣନ୍ତୁ ଭାରତୀୟ ଖାଦ୍ୟ ସମ୍ପର୍କିତ କିଛି ରୋଚକ ତଥ୍ୟ…

ScoopWhoop
0 44

ଏକବଂଶ ଶତାବ୍ଦୀରେ ଭରତର ସ୍ଥାନ ବିଶ୍ୱସ୍ତରରେ ଅଗ୍ରଣୀ ହୋଇଛି କହିଲେ ଭୁଲ ହେବନାହଁ । ଭାରତୀୟମାନେ ବି ଦେଶୀ ମାଟିରେ ନିଜ ଶିଷ୍ଟାଚାର ପାଇଁ ଏ ସେମାନଙ୍କ ରସାଳ ସୁଆଦିଆ ବ୍ୟଞ୍ଜନ ପାଇଁ ଖ୍ୟାତି ଲାଭ କରିଛନ୍ତି । ଜାନୁଆରୀ ଦ୍ୱିତୀୟ ସପ୍ତାହରେ ନ୍ୟୁୟର୍କରେ ଏକ ବିଶ୍ୱସ୍ତରୀୟ ଖାଦ୍ୟ ସମ୍ମିଳନୀ ହୋଇଥିଲା । ଏହି ସମ୍ମିଳନୀରେ ଭାରତ ଏବଂ ଜାପାନର ଖାଦ୍ୟ ସର୍ବାଗ୍ର ସ୍ଥାନରେ ଥିଲା । ବିଦେଶୀ ରୋଷେୟା ମାର୍ଟିନ ସିନ୍ସ ଭାରତୀୟ ଖାଦ୍ୟ ସମ୍ପର୍କିତ ପୁଙ୍ଖାନୁପୁଙ୍ଖ ତଥ୍ୟ ଅବଗତ କରାଇଥିଲେ । ତେବେ ଆସନ୍ତୁ ଜାଣିବା ଭାରତୀୟ ଖାଦ୍ୟ ସମ୍ପର୍କରେ କିଛି ତଥ୍ୟ…

  • ଅନେକ ବର୍ଷ ତଳେ ଭାରତକୁ ‘ମସଲାର ରାଷ୍ଟ୍ର’ ଭାବେ ଜଣାଯାଉଥିଲା । ଏଠାକାର ଭିନ୍ନ ଭିନ୍ନ ରାଜ୍ୟରେ ହଜାର ହଜାର ପ୍ରକାରର ହାତତିଆରି ମସଲା ବ୍ୟବହୃତ ହୋଇଥାଏ । ଏହି ମସଲାର ପ୍ରୟୋଗ ଅନ୍ୟ କୌଣସି ରାଷ୍ଟରେ ହୋଇନଥାଏ । ଆଜିର ସମୟରେ ଆମେରିକାର ସପିଂ ମଲରେ ଭାରତୀୟ ମସଲାଗୁଡିକର କୋଟିକୋଟି ଟଙ୍କାର ବ୍ୟବସାୟ କରୁଛି ।
  • ଭାରତୀୟ ଖାଦ୍ୟରେ ଲୁଣ ଓ ଲଙ୍କାର ବ୍ୟବହାର ସର୍ବାଧିକ । ବର୍ଷବର୍ଷ ହେଲା ଭାରତୀୟମାନେ ନିଜର ଏହି ସୁଆଦ ପାଇଁ ବିଶ୍ୱସ୍ତରରେ ପରିଚିତ ହୋଇପାରିଛି ।
  • ଭାରତର ଖାଦ୍ୟପ୍ରଣାଳୀକୁ ତିନିଭାଗରେ ବିଭକ୍ତ କରାଯାଇଛି ଯଥାକ୍ରମେ ସାତ୍ତ୍ୱିକ ଭୋଜନ, ରାଜାସିକ ଭୋଜନ ଓ ତାମାସିକ ଭୋଜନ ।
  • ସାତ୍ତ୍ୱିକ ଭୋଜନରେ ଫଳ, ପରିବା, ଫଳ ରସ ଅନ୍ତର୍ଗତ ହୋଇଥିବା ବେଳେ ରାଜାସିକ ଭୋଜନରେ ଛଣାଛଣି, ଚଟପଟା, ମସଲାଯୁକ୍ତ ଖାଦ୍ୟ ଓ ତାମାସିକ ଭୋଜନରେ ଆମିଷ ଖାଦ୍ୟ ଅନ୍ତର୍ଭୁକ୍ତ ।
  • ଚାଉଳକୁ ବ୍ୟବହାର କରି ଭାରତରେ ୧୦ ହଜାରରୁ ଅଧିକ ବ୍ୟଞ୍ଜନ ପ୍ରସ୍ତୁତ କରାଯାଇପାରେ ।
  • ବ୍ରିଟିଶ ଶାସନ ସମୟରେ ସାହେବାଣୀମାନେ ମଧ୍ୟ ଭାରତୀୟ ଖାଦ୍ୟ ପ୍ରସ୍ତୁତି ଶିଖି ବିଦେଶରେ ଭାରତୀୟ ଖାଦ୍ୟକୁ ଲୋକପ୍ରିୟ କରାଇଥିଲେ ।
Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More