Only for Entertainment

ମଦ ସହିତ ଖାଆନ୍ତୁ ନାହିଁ ଏହି ସମସ୍ତ ଜିନିଷ, ସମସ୍ୟା ହୋଇପାରେ ।

amarujala
37

ଆପଣ ଲୋକଙ୍କୁ ମଦ ପିଇବା ସମୟରେ କେତେକ ଖାଦ୍ୟ ଖାଉଥିବାର ଦେଖିଥିବେ । କିନ୍ତୁ ତାହା ଶରୀର ପାଇଁ କେତେ ଭଲ ଏବଂ ଖରାପ ସମସ୍ତେ ଜାଣିନଥାନ୍ତି । ସେମାନେ ଜାଣି ନଥାନ୍ତି ତାହା ଶରୀର ଉପରେ କେତେ ଖରାପ ପ୍ରଭାବ ପକାଇଥାଏ । ତେବେ ଆସନ୍ତୁ ଆଜି ଆମେ ଆଲୋଚନା କରିବା ।

ଅଧିକାଂଶ ଲୋକ ମଦ ପିଇବା ସମୟରେ ବାଦାମ ବା ଭଜା କାଜୁ ଖାଇଥାନ୍ତି । କିନ୍ତୁ ଏଭଳି କରିବା ଅୁନୁଚିତ । କାରଣ ଏଥିରେ ବହୁ ମାତ୍ରାରେ କୋଲେଷ୍ଟ୍ରଲ ରହିଥାଏ । ଯାହାକୁ ଖାଇବା ପରେ ଭୋକ ମରିଯାଏ ଏବଂ ଶରୀରକୁ ଓଜନିଆ କରିଦିଏ ।

ମଦ ସହିତ ସୋଢା ବା କୋଲଡ୍ରିଙ୍କ ମିଶାଇ ପିଇବା ଅନୁଚିତ । ଏହା ଶରୀରରେ ଜଳୀୟ ଅଂଶ କମ କରିଦିଏ । ଆପଣ ଜୁସ,ପାଣି ବା କେବଳ ବରଫ ପକାଇ ପିଇ ପାରିବେ ।

ମଦ ପିଇଲେ ଏସିଡିଟି ହେବାର ସମ୍ଭାବନା ଥାଏ,ତେଣୁ ସେହି ସମୟରେ ତେଲଯୁକ୍ତ ଖାଦ୍ୟ ଖାଆନ୍ତୁ ନାହିଁ ।
କେତେକ ଲୋକ ମଦ ସହିତ ଚିପ୍ସ ଖାଆନ୍ତି,କାରଣ ଏହା ଶସ୍ତା ଥାଏ ଏବଂ ସହଜରେ କେଉଁଠାରେ ମଧ୍ୟ ମିଳିଯାଏ । କିନ୍ତୁ ଏହାକୁ ଖାଇବା ଦ୍ୱାରା ଅଧିକ ଶୋଷ ହୁଏ । ଏହି କାରଣରୁ ଲୋକ ଅଧିକ ମଦ ପିଇଦିଅନ୍ତି ଏବଂ ଶରୀର ଅସୁସ୍ଥ ହୋଇଯାଏ ।

ମଦ ପିଇବା ସମୟରେ ଦୁଗ୍ଧରେ ପ୍ରସ୍ତୁତ ଖାଦ୍ୟ ଖାଆନ୍ତୁ ନାହିଁ । ଏହା ହଜମ ହେବାପାଇଁ ଖୁବ ସମୟ ନେଇଥାଏ । ଏହା ସହିତ ପିଜା ଏବଂ ପାସ୍ତା ମଧ୍ୟ ଖାଇବା ଅନୁଚିତ ।

ମଦ ସହିତ କେବେ ମଧ୍ୟ ମିଠା ଖାଇବା ଅନୁଚିତ । ଏହା ନିଶାକୁ ଦ୍ୱିଗୁଣିତ କରିଦିଏ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More