Only for Entertainment

ଶୁଖ ଶାନ୍ତି ପାଇଁ ଗୁରୁବାର ଏହିଭଳି ଭାବେ କରନ୍ତୁ ପୂଜା ।

kolkatatimes
0 57

ଗୁରୁବାର ଦେବଗୁରୁ ବୃହସ୍ପତିଙ୍କର ବିଶେଷ ପୂଜା କରାଯାଇଥାଏ। ବୃହସ୍ପତିଙ୍କୁ ଭାଗ୍ୟ ଓ ଧର୍ମର ପ୍ରତୀକ ବୋଲି କୁହାଯାଏ। କୁଣ୍ଡଳୀରେ ବୃହସ୍ପତିର ସ୍ଥିତିର ପ୍ରଭାବ ଦାମ୍ପତ୍ୟ ଜୀବନ ଉପରେ ମଧ୍ୟ ପଡ଼ିଥାଏ ବୋଲି ଜ୍ୟୋତିଷ ଶାସ୍ତ୍ରରେ ଉଲ୍ଳେଖ ଅଛି। ବୃହସ୍ପତିଙ୍କ ସ୍ଥିତି ଶୁଭ ଜାଗାରେ ରହିଥିଲେ ଘରର ଶାନ୍ତି ବଜାୟ ରହିବା ସହିତ ପତି-ପତ୍ନୀଙ୍କ ମଧ୍ୟରେ ଭଲପାଇବା ବଢିଥାଏ। କୁଣ୍ଡଳୀରେ ବୃହସ୍ପତିଙ୍କ ସମ୍ବନ୍ଧିତ କୌଣସି ଦୋଷ ରହିଥିଲେ ଦାମ୍ପତ୍ୟ ଜୀବନରେ ବହୁ ସମନସ୍ୟାକୁ ସାମ୍ନା କରିବାକୁ ପଡ଼େ। ତେବେ ଏଥିରୁ ମୁକ୍ତି ପାଇବା ଲାଗି କେତେକ ଉପାୟ ଜ୍ୟୋତିଷ ଶାସ୍ତ୍ରରେ କୁହାଯାଇଛି।

ଗୁରୁବାର ପୂଜା ପରେ କେଶର କିମ୍ବା ହଳଦିର ତିଳକ ଲଗାଇଲେ ଘରେ ଶାନ୍ତି ଆସିଥାଏ । ଏହି ଦିନ ସୁନା, ହଳଦି, ଚଣାଡାଲି, ପାଚିଲା ଆମ୍ବ ଇତ୍ୟାଦି ହଳଦିଆ ବସ୍ତୁ ଦାନ କଲେ ସୁଫଳ ମିଳେ। ପ୍ରତି ଗୁରୁବାର ଭଗବାନ ଶିବଙ୍କୁ ବେସନ ଲଡୁରେ ଭୋଗ ଲଗାଇଲେ ଜୀବନରୁ ସମସ୍ୟା ଦୂର ହୋଇଥାଏ।

ଗୁରୁବାର ହଳଦିଆ କପଡା ପରିଧାନ, ବିନା ଲୁଣରେ ପ୍ରସ୍ତୁତ ଖାଦ୍ୟ ଗ୍ରହଣ କଲେ ଉପକାର ମିଳେ। ଏହା ସହିତ ବୃହସ୍ପତିଙ୍କ ମନ୍ତ୍ର ୧୦୮ ଥର କଲେବାଧା ବିଘ୍ନ ଦୂର ହୋଇଥାଏ। ଗୁରୁବାର ସନ୍ଧ୍ୟା ସମୟରେ କଳଦୀ ଗଛ ମୂଳରେ ଦୀପ ଜଳାଇ ଗରିବ ପିଲାମାନଙ୍କୁ କଦଳୀ ଖାଇବାକୁ ଦେଲେ ଦାମ୍ପତ୍ୟ ଜୀବନରେ ଆସଥିବା ଅନେକ ସମସ୍ୟା ଦୂର ହୋଇଥାଏ ବୋଲି ଜ୍ୟୋତିଷ ଶାସ୍ତ୍ରରେ ଉଲ୍ଲେଖ ଅଛି।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More