Only for Entertainment

କାଚର ଚମକ ଆଣିବାକୁ ଚାହୁଁଛନ୍ତି ଯଦି ଆପଣାନ୍ତୁ ଏହି ଘରୋଇ କ୍ଲିନିଙ୍ଗ ପ୍ରଡକ୍ଟ

Ask Wet & Forget
26

ଆଇନା, କାଚ ବା ଦର୍ପଣରେ ଆପଣଙ୍କ ସଫା ଛବି ଦେଖାଏ, କିନ୍ତୁ ଯଦି କାଚ ହିଁ ଅପରିଷ୍କାର ଓ ଦାଗଯୁକ୍ତ ହୋଇଥାଏ ତେବେ ? କାଚ ଅପରିଷ୍କାର ହେବା ସାଧାରଣ କଥା, କିନ୍ତୁ କାଚକୁ ସଫା ରଖିବା ବହୁତ ମୁସ୍କିଲ ଓ କ୍ଳାନ୍ତିକର କାମ । ଦେଖିଥିବେ ଘରେ ସହଜରେ ଅପରିଷ୍କାର ହେଉଥିବା ଜିନିଷ ହେଲା ବାଥରୁମର କାଚ ବା ଆଇନା । କାହିଁକିନା , ସେଇଠି ଆପଣ ବ୍ରଶ କରନ୍ତି, ହେୟର ସ୍ପ୍ରେ ବ୍ୟବହାର କରନ୍ତି, ଯଦ୍ୱାରା କାଚ ଉପରେ ବହୁତ ଦାଗ ଲାଗିବା ସହ ଆଙ୍ଗୁଠିର ଚିହ୍ନ ଛପିଯାଏ । ଏହି ସବୁ ଦାଗ ସାଧାରଣ ପାଣି ଓ ସର୍ଫ ପାଣିରେ ସଫା ହୋଇପାରେନି । ଏହା ସହିତ ଆପଣ ଜାଣି ରଖିବା କଥା ଯେ ସର୍ଫ ବା କ୍ଲିନିଙ୍ଗ ସଲ୍ୟୁସନରେ ବାରମ୍ବାର କାଚ ସଫା କଲେ କୁହୁଡିଆ ହୋଇଯାଏ ଓ ଦାଗ ପଡିଯାଏ । ଏହି ଦାଗକୁ ଛଡାଇବା ପାଇଁ ଆପଣଙ୍କୁ ମହଙ୍ଗା କ୍ଲିନିଙ୍ଗ ପ୍ରଡକ୍ଟର ଆବଶ୍ୟକତା ନାହିଁ ବରଂ ଘରେ ଭଲ ପ୍ରାକୃତିକ କ୍ଳିନର ଓ ତାହାର ସଠିକ ଉପାୟ ବିଷୟରେ ଜାଣିବା ଜରୁରୀ । ପୁଣି ଥରେ କାଚର ଚମକ ଆଣିବାକୁ ଚାହୁଁଛନ୍ତି ଯଦି ଆପଣାନ୍ତୁ ଏହି ଘରୋଇ କ୍ଲିନିଙ୍ଗ ପ୍ରଡକ୍ଟ ।

  • ଆପଣ ଯେତେବେଳେ କାଚ ସଫା କରୁଛନ୍ତି, ତେବେ , ହାର୍ଡ ୱାଟର ବଦଳରେ ଡିଷ୍ଟିଲ ୱାଟର ବ୍ୟବହାର କରନ୍ତୁ ।
  • ଯଦି କାଚର ଅସଲି ଚମକ ଫେରାଇ ଆଣିବାକୁ ଚାହୁଁଛନ୍ତି ଯଦି ଭିନେଗାର ଠାରୁ ଭଲ ଆଉ କିଛି ହୋଇପାରିବନି ।
  • ଘରେ ବ୍ୟବହାର କରାଯାଉଥିବା ଲୁଣ ଆପଣଙ୍କ ଘରର କାଚ ସଫା କରିବାରେ ହେବ ସହାୟକ । ପାଣିରେ ଟିକିଏ ଲୁଣ ମିଶାଇ ସହଜରେ କାଚ ସଫା କରନ୍ତୁ ।
  • ବେକିଙ୍ଗ ସୋଡ଼ାର ସହାୟତାରେ ବି କାଚ ସଫା କରିହେବ । ସେଥିପାଇଁ ବେକିଙ୍ଗ ସୋଡ଼ାକୁ ପାଣିରେ ମିଶାଇ ସ୍ପ୍ରେ ବୋତଲରେ ରଖନ୍ତୁ ଓ ଏହା ପରେ କାଚ ଉପରେ ସ୍ପ୍ରେ କରି କୋମଳ କପଡା ସାହାଯ୍ୟରେ ସଫା କରନ୍ତୁ ।
Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More