Only for Entertainment

ହାର୍ଟକୁ ସୁସ୍ଥ ରଖିବା ପାଇଁ ଖାଦ୍ୟରେ ସାମିଲ କରନ୍ତୁ ବାଦାମ

Thermobliss
0 49

ହାର୍ଟକୁ ସୁସ୍ଥ ରଖିବା ପାଇଁ କେବଳ ବ୍ୟାୟାମ ନୁହେଁ, ଖାଦ୍ୟପେୟ ପ୍ରତି ଧ୍ୟାନ ଦେବା ଜରୁରୀ । ଏଥିପାଇଁ ଭିଟାମିନ ତଥା ସୁଷମ ଖାଇବା ଆବଶ୍ୟକ । ଏହି ତାଲିକାରେ ଆପଣ ବାଦାମକୁ ସାମିଲ କରନ୍ତୁ ନା ! ଲଣ୍ଡନ ୟୁନିଭର୍ସିଟିର ଖାଦ୍ୟ ବିଶେଷଜ୍ଞଙ୍କର କହିବା ଅନୁସାରେ ବାଦାମରେ ଏଭଳି ପୋଷଣ ରହିଛି ଯାହା ହାର୍ଟକୁ ସୁସ୍ଥ ରଖିବା ପାଇଁ ବହୁ ଉପକାରୀ । ତେବେ ଆସନ୍ତୁ ଜାଣିବା, ବାଦାମ ଦ୍ୱାରା କିଭଳି ହାର୍ଟକୁ ସୁସ୍ଥ ରଖିବ ।

ଯଦି ଜଣେ ବ୍ୟକ୍ତି ନିୟମିତ ବାଦାମ ଖାଆନ୍ତି, ତେବେ ହୃଦଜନିତ ରୋଗ ହେବାର ଆଶଙ୍କା କମ ରହିଥାଏ । କେବଳ ସେତିକି ନୁହେଁ, ଏହା ଦ୍ୱାରା କେତେକ ଦୀର୍ଘଦିନର ରୋଗକୁ କେତେକାଂଶରେ ଉପଶମ ମିଳିଥାଏ । ଜଣେ ବ୍ୟକ୍ତି ଦିନକୁ ୧୮-୨୫ ଗ୍ରାମ ବାଦାମ ଖାଇବା ଆବଶ୍ୟକ ବୋଲି ବିଶେଷଜ୍ଞମାନେ ପ୍ରକାଶ କରିଛନ୍ତି । ଅପରପକ୍ଷରେ ଭିଟାମିନ-ଇ ଏବଂ ଫାଇବରର ପ୍ରମୁଖ ଉତ୍ସ ହେଲା ବାଦାମ ଯାହା ହାର୍ଟକୁ ସୁସ୍ଥ ତଥା ନୀରୋଗ ରଖିଥାଏ । ବାଦାମରେ ଭରପୁର ମାତ୍ରରେ ପୋଷଣ ରହିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More