ରାଷ୍ଟ୍ରପତିଙ୍କ ପରିବର୍ତ୍ତେ ସ୍ମୃତୀ ପ୍ରଦାନ କଲେ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ।
କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ପକ୍ଷରୁ ନୂଆଦିଲ୍ଲୀରେ ଅନୁଷ୍ଠିତ ୬୫ ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଉତ୍ସବ ।
ଏହି ସ୍ୱତନ୍ତ୍ର ଉତ୍ସବରେ ବିଭାଗୀୟ ମନ୍ତ୍ରୀ ସ୍ମୃତୀ ଇରାନୀ ଏହି ପୁରସ୍କାର ପ୍ରଦାନ କରିଛନ୍ତି।ଓଡିଆ ଚଳଚ୍ଚିତ୍ର ‘ହାଲୋ ଆର୍ସି’କୁ ପୁରସ୍କାର ମିଳିଥିବା ବେଳେ ଏହି ଫିଲ୍ମରେ ଅଭିନୟ ଲାଗି ସ୍ପେଶାଲ ମେନ୍ସନ୍ ବର୍ଗରେ ସାର୍ଟିଫିକେଟ୍ ପାଇଛନ୍ତି ଅଭିନେତ୍ରୀ ପ୍ରକୃତି ମିଶ୍ର। ଏଥିପାଇଁ ସେ ବେଶ୍ ଖୁସି ଥିବା କହିଛନ୍ତି ।
ଉକ୍ତ ଚଳଚିତ୍ରର ନିର୍ଦ୍ଦେଶନା ଭାର ତୁଲାଇଛନ୍ତି ମହାନ୍ତି ଓ ଅଜୟ ରାଉତରାୟ ପ୍ରଯୋଜକ ଅଟନ୍ତି ।
ଚଳିତ ବର୍ଷ ଏହି ପୁରସ୍କାର ପ୍ରଦାନ ଉତ୍ସବ ବିବାଦୀୟ ହୋଇପଡିଥିବା ବେଳେ ପ୍ରାୟ ୮୦ ଜଣ ମନୋନୀତ ବ୍ୟକ୍ତି ଉତ୍ସବରେ ଯୋଗଦେବେ ନାହିଁ ବୋଲି କହିଥିଲେ।ଶେଷ ମୁହୂର୍ତ୍ତରେ ରାଷ୍ଟ୍ରପତି ମଧ୍ୟ ଏହି ଉତ୍ସବରେ ଯୋଗ ଦେଉ ନ ଥିବା ଖବର ମିଳିଥିଲା ତେଣୁ ମନ୍ତ୍ରୀ ସ୍ମୃତୀ ଇରାନୀ ହିଁ ପୁରସ୍କାର ପ୍ରଦାନ କରିଛନ୍ତି।