Only for Entertainment

ଗାଲକୁ ଗୋଲାପି କରିବାକୁ ଚାହୁଁଛନ୍ତି କି? ଆପଣାନ୍ତୁ ଏହିସବୁ ସରଳ ଉପାୟ

makeupandbeauty.com
0 44

ଆଧୁନିକ ସମାଜରେ ଝିଅମାନେ ସୁନ୍ଦର ଦେଖାଯିବା ପାଇଁ ଭିନ୍ନ ଭିନ୍ନ ପ୍ରକାରର ବିୟୁଟି ପ୍ରଡକ୍ଟସ୍ ବ୍ୟବହାର କରିଥାନ୍ତି । ଆଜିକାଲି ବଜାରରେ ଆଖି,ଓଠ,କେଶ ଏବଂ ଗାଲ ପାଇଁ ଅଲଗା ଅଲଗା ପ୍ରକାରର ବିୟୁଟି ପ୍ରଡକ୍ଟସ୍ ଉପଲବ୍ଧ । ଏତଦ୍ ବ୍ୟତୀତ ଝିଅମାନେ ବିୟୁଟି ପାର୍ଲର ଯାଇ ଅନେକ ଟଙ୍କା ମଧ୍ୟ ଖର୍ଚ୍ଚ କରି ଗାଲ ଗୋଲାପି କରିଥାନ୍ତି । ଏବଂ ଗୋଲାପି ଗାଲ ସୌନ୍ଦର୍ଯ୍ୟକୁ ଦୁଇଗୁଣିତ କରିଥାଏ । ଆପଣମାନେ ଅଣପ୍ରାକୃତିକ ଉପାୟରେ ଗାଲକୁ ଗୋଲାପି କରିପାରବେ । କିନ୍ତୁ ଆଜି ଆମେ ଆପଣଙ୍କୁ ପ୍ରାକୃତିକ ଉପାୟରେ ଗାଲକୁ ଗୋଲାପି ରଖିବାର କିଛି ଉପାୟ କହି ରଖୁଛୁ ।
– ଯଦି ଆପଣମାନେ ଗାଲକୁ ଗୋଲାପି କରିବାକୁ ଚାହୁଁଛନ୍ତି । ତେବେ ନିୟମିତ ଦନକୁ ଦୁଇଥର ଉଷୁମ ପାଣିରେ ମୁହଁ ଧୁଅନ୍ତୁ । ଏଭଳି କରିବା ଦ୍ୱାରା ଗାଲରେ ରକ୍ତ ସଂଚାଳନ ସଠିକ୍ ଭାବରେ ହୋଇଥାଏ । ଏବଂ ଧୀରେ ଧୀରେ ଗାଲ ଗୋଲାପି ହେବାରେ ଲାଗେ ।
– ହଳଦୀଆ ଏବଂ ଲାଲି ରଙ୍ଗର ଫଳରେ ଭରପୁର ମାତ୍ରାରେ କ୍ୟାରୋଟିନ୍ୟାଡ ରହିଥାଏ । ସେଥିପାଇଁ ନିୟମିତ ରଙ୍ଗିନ୍ ଫଳ ସେବନ କରନ୍ତୁ । ଏହାଛଡା ଖାଦ୍ୟରେ ଭିଟାମିନ୍୍ ଇ ଏବଂ ସି ଯୁକ୍ତ ଆହାର ସାମିଲ୍ କରନ୍ତୁ ।
– ଦିନକୁ ୬ ରୁ ୮ ଗ୍ଲାସ ପାଣି ପିଅନ୍ତୁ । ଏହାଦ୍ୱାରା ତ୍ୱଚା ଏବଂ ଓଠ ନରମ ହେବା ସହ ଗୋଲାବି ହୋଇଥାଏ ।
– ନିୟମିତ ଆଙ୍ଗୁଠି ମାଧ୍ୟମରେ ଗାଲକୁ ହାଲ୍କା ମସାଜ କରନ୍ତୁ ।
ଏଭଳି କରିବା ଦ୍ୱାରା ଗାଲରେ ରକ୍ତ ସଂଚାଳନ ବଢିଥାଏ । ଏବଂ ଗାଲର ରଙ୍ଗ ପରିବର୍ତ୍ତନ ହୋଇଥାଏ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More