Only for Entertainment

ଏହି କାରଣ ପାଇଁ ସଂପର୍କୀୟଙ୍କୁ ବିବାହର ଫଟୋ ଉଠାଇ ସେୟାର କରିବା ପାଇଁ ବାରଣ କରିଥିଲେ ଦୀପ୍‌-ବୀର

Hindustan Times
51

ଦୀପ୍‌-ବୀର ଇଟାଲୀର ଲେକ୍‌ କୋମୋରେ ନଭେମ୍ବର ୧୪ରେ କୋଙ୍କଣୀ ରୀତି ଅନୁସାରେ ବିବାହ କରିବା ପରେ ନଭେମ୍ବର ୧୫ରେ ସିନ୍ଧି ରୀତିରେ ବିବାହ କରିଥିଲେ । ଦୁହେଁ ଏବେ ଆନୁଷ୍ଠାନିକ ଭାବରେ ବିବାହ ବନ୍ଧନରେ ବାନ୍ଧି ହୋଇ ସାରିଥିବା ବେଳେ ଦୁଇ ଦିନ ପର୍ଯ୍ୟନ୍ତ ସେମାନଙ୍କ ପ୍ରଶଂସକ ଦୁହିଁଙ୍କ ଫଟୋ ଦେଖି ପାରି ନଥିଲେ । ସଂପର୍କୀୟ ଏବଂ ବନ୍ଧୁମାନଙ୍କୁ ଫଟୋ ଉଠାଇବା ପାଇଁ ବାରଣ କରାଯାଇଥିଲେ ମଧ୍ୟ ବିବାହ ସମୟରେ କିଛି ଫଟୋ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଥିଲା । କିନ୍ତୁ ସେଥିରେ ଦୀପ୍‌-ବୀର ଛତା ସାହାଯ୍ୟରେ ନିଜ ମୁହଁ ଲୁଚାଇ ଯାଉଥିବାର ଦେଖାଯାଇଥିଲା । ଏତେ ବ୍ୟକ୍ତିଗତ ଭାବରେ ବିବାହ କରିବାର କାରଣ ସେମାନଙ୍କ ପ୍ରଶଂସକମାନଙ୍କୁ ଦ୍ୱନ୍ଦ୍ୱରେ ପକାଇଥିବା ବେଳେ ଏବେ ତାହାର କାରଣ ସାମ୍ନାକୁ ଆସିଛି ।

 

 

View this post on Instagram

 

❤️

A post shared by Ranveer Singh (@ranveersingh) on


ସୂଚନା ମୁତାବକ, ନିଜ ବିବାହର ଫଟୋ ବିବାହର ନିମନ୍ତ୍ରଣ ପତ୍ର ଭଳି ପ୍ରଥମେ ନିଜେ ସେୟାର କରିବା ପାଇଁ ଚାହୁଁଥିବାରୁ ଏଭଳି ନିୟମ କରିଥିବା ଜଣାପଡ଼ିଛି । ପ୍ରଫେସନାଲ ଫଟୋଗ୍ରାଫରଙ୍କ କ୍ୟାମେରାରୁ ଉଠାଯାଇଥିବା ଫଟୋକୁ ଦୁହେଁ ପ୍ରଥମେ ନିଜ ନିଜ ସୋସିଆଲ ମିଡ଼ିଆ ଆକାଉଣ୍ଟ ଜରିଆରେ ପ୍ରଶଂସକଙ୍କ ସହ ସେୟାର କରିବାକୁ ଇଚ୍ଛା ରଖିଥିବାରୁ ବିବାହ ପୂର୍ବରୁ ଏଭଳି ନିଷ୍ପତ୍ତିି ନେଇଥିଲେ । ଏଥି ପାଇଁ ଦୁହିଁଙ୍କ ବିବାହ କଡ଼ା ସୁରକ୍ଷା ଭିତରେ ଅନୁଷ୍ଠିତ ହୋଇଥିଲା ।

 

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More