Only for Entertainment

କାହିଁକି ବଲିଉଡରେ ଅଭିନୟ କରିବା ପାଇଁ ଡରୁଛନ୍ତି ସାଉଥ ସୁପରଷ୍ଟାର?

india today
893

ଡାଇରେକ୍ଟର ଏସଏସ ରାଜମୌଲିଙ୍କ ଫିଲ୍ମ ବାହୁବଳୀ ମାଧ୍ୟମରେ ବଲିଉଡ ଏବଂ ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରି ମଧ୍ୟରେ ଥିବା ଦୂରତାକୁ ଯଥେଷ୍ଟ କମ କରିଛି । ବାହୁବଳୀ ପରେ ସାଉଥ ଇଣ୍ଡିଆର ଫିଲ୍ମର ଲୋକପ୍ରିୟତା ନର୍ଥ ଇଣ୍ଡିଆରେ ବଢିଛି । ଏକାଧିକ ବଲିଉଡ ଷ୍ଟାର ସାଉଥ ଇଣ୍ଡଷ୍ଟ୍ରିକୁ ଯାଇ କାମ କଲେଣି । ଏହି ମଧ୍ୟରେ ବିଦ୍ୟା ବାଲାନ, ଅଜୟ ଦେବଗନ ଓ ଆଲିୟା ଭଟ୍ଟଙ୍କ ନାମ ସାମିଲ ରହିଛି ।

ବାହୁବଳୀ ମାଧ୍ୟମରେ ବଲିଉଡ ଷ୍ଟାର ପ୍ରଭାସ ବଲିଉଡରେ ଡେବ୍ୟୁ କଲେ । ତେବେ କେବଳ ପ୍ରଭାସ କାହିଁକି ସାଉଥର ଅନ୍ୟ କେତେକ ତାରକାଙ୍କୁ ବଲିଉଡରେ ଦେଖିବା ପାଇଁ ଅପେକ୍ଷା କରିଛନ୍ତି ଦର୍ଶକ । କିନ୍ତୁ ଦେଖିବାକୁ ମିଳିଛିଯେ ଦର୍ଶକଙ୍କ ଏହି ସ୍ୱପ୍ନ ପୂରଣ ହୋଇ ପାରୁନାହିଁ । ମହେଶ ବାବୁ, ବିଜୟ ତେବରକୋଣ୍ଡା, ଅଲ୍ଲୁ ଅର୍ଜୁନ, ବିଜୟ, ବିକ୍ରମ ଓ ୟଶଙ୍କ ଫ୍ୟାନ ଫଲୋଇଙ୍ଗ କେବଳ ସାଉଥରେ ନୁହେଁ ବରଂ ସାରା ଦେଶରେ ରହିଛି । କିନ୍ତୁ ପ୍ରଶ୍ନ ଉଠୁଛି ଏତେ ଲୋକପ୍ରିୟତା ଥିବା ପରେ ମଧ୍ୟ କାହିଁକି ସେମାନେ ବଲିଉଡରେ କାମ କରିବାକୁ ଡରୁଛନ୍ତି । ଏହାର ଜୱାବ ନିକଟରେ ରିଲିଜ ହୋଇଥିବା ପ୍ରଭାସଙ୍କ ଫିଲ୍ମ ସାହୋରୁ ଜଣାପଡ଼ିଛି । କାରଣ ହେଉଛି ଆଂଚଳିକ ହିରୋଙ୍କ ପାଇଁ ଭାଷା ସବୁଠାରୁ ବଡ଼ ସମସ୍ୟା । ରଜନୀକାନ୍ତ ଏବଂ କମଲ ହାସନଙ୍କୁ ଛାଡ଼ିବା ପରେ ଖୁବ କମ ଅଭିନେତା ବଲିଉଡରେ ସକ୍ରିୟ । ଫିଲ୍ମ ସାହୋ’ରେ ପ୍ରଭାସ ହିନ୍ଦୀ ଭାଷାର ଡାଏଲଗକୁ ଅତି ଭଲ ଭାବରେ କହିବାକୁ ଚେଷ୍ଟା କରିଥିଲେ, କିନ୍ତୁ ଫିଲ୍ମ ପରଦାରେ ଦୁର୍ବଳ ନଜର ଆସିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More