Only for Entertainment

ଫୋର୍ବ୍ସ ଲିଷ୍ଟ : ଖାନ ସୁପରଷ୍ଟାରର୍ସଙ୍କୁ ପଛରେ ପକାଇ ଅକ୍ଷୟ କୁମାର ବନିଲେ ବଲିଉଡର ସବୁଠାରୁ ଅଧିକ ଆୟ କରୁଥିବା ଆକ୍ଟର

google
41

ଅକ୍ଷୟ କୁମାର ଏବେ ନିଜର ଆଗାମୀ ପ୍ରୋଜେକ୍ଟକୁ ନେଇ ଚର୍ଚ୍ଚାରେ ଅଛନ୍ତି । ନିକଟରେ ତାଙ୍କର ଆଗାମୀ ଫିଲ୍ମ ‘ମିଶନ ମଙ୍ଗଳ’ର ଟିଜର ରିଲିଜ ହୋଇଛି ଯାହାକୁ ଦର୍ଶକଙ୍କ ଜବରଦସ୍ତ ପ୍ରତିକ୍ରିୟା ମିଳିଛି । ସେହିଭଳ ଅକ୍ଷୟ ରୋହିତ ସେଟ୍ଟୀଙ୍କ ନୂଆ ଫିଲ୍ମ ସୂର୍ଯ୍ୟବଂଶୀକୁ ନେଇ ମଧ୍ୟ ଛାଇ ରହିଛନ୍ତି । ଇତି ମଧ୍ୟରେ ଅକ୍ଷୟଙ୍କୁ ନେଇ ଏକ ନୂଆ ଖବର ସାମ୍ନାକୁ ଆସିଛି ଯାହା ଶୁଣିଲେ ସେ ଖୁସିରେ ଝୁମି ଉଠିବେ ।

ଅସଲରେ କିଛି ସମୟ ପୂର୍ବରୁ ଫୋର୍ବ୍ସ ପତ୍ରିକା ଦୁନିଆର ହାଇଏଷ୍ଟ ପେଡ ସେଲିବ୍ରିଟିଙ୍କ ଏକ ଲିଷ୍ଟ ଜାରି କରିଛି । ଏହି ତାଲିକାରେ ଅକ୍ଷୟ କୁମାର ଏକମାତ୍ର ବଲିଉଡ ସେଲିବ୍ରିଟି ଭାବେ ସାମିଲ ହୋଇଛନ୍ତି । ଏହି ଲିଷ୍ଟରେ ଅକ୍ଷବୟ କୁମାର ୩୩ ତମ ସ୍ଥାନରେ ରହିଛନ୍ତି । ଅକ୍ଷୟ କୁମାରଙ୍କ ସହିତ ଏହି ଲିଷ୍ଟରେ ରିହାନା, ସ୍କାରଲେଟ ଜନସନ, କ୍ରିସ ଇବଂସ, କେଟୀ ପେରୀ, ଜ୍ୟାକି ଚେନ ଏବଂ ଲେଡି ଗାଗାଙ୍କ ନାମ ସାମିଲ ରହିଛି ।

କହିରଖୁଛୁ ଯେ, ଗତ ବର୍ଷ ୪୦.୫ ମିଲିଅନ ଡଲାର ଆୟ କରି ଅକ୍ଷୟ ଏହି ଲିଷ୍ଟରେ ୭୬ ତମ ସ୍ଥାନରେ ରହିଥିଲେ । କିନ୍ତୁ ଅକ୍ଷୟ ୩୩ ତମ ସ୍ଥାନରେ ରହି ଲୋକଙ୍କୁ ଚକିତ କରିଦେଇଛନ୍ତି ।

ଫୋର୍ବ୍ସ ଜାରି କରିଥିବା ଏହି ଲିଷ୍ଟରେ ଟେଲର ଶିଫ୍ଟ ପ୍ରଥମ ସ୍ଥାନରେ ରହିଛନ୍ତି । ସେ ୨୦୧୬ରେ ମଧ୍ୟ ଏହି ଲିଷ୍ଟର ପ୍ରଥମ ସ୍ଥାନରେ ରହିଥିଲେ । ଲିଷ୍ଟର ଦ୍ୱିତୀୟ ଏବଂ ତୃତୀୟ ସ୍ଥାନରେ ଅଛନ୍ତି କାଇଲୀ ଜେନର ଏବଂ କେନୀ ବେଷ୍ଟ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More