Only for Entertainment

ବିଦେଶୀ ହେଲେ ମଧ୍ୟ ଭାରତୀୟଙ୍କ ପରି ବ୍ୟବହାର ଦେଖାଇଲେ ଏହି ବ୍ୟକ୍ତି, ପ୍ରତ୍ୟକ୍ଷଦର୍ଶୀ ସାଜିଲା ହିନ୍ଦୀ ଏବଂ ହରିୟାଣା ଭାଷା

Storypick
0 69

ସାଧାରଣତଃ ବିଦେଶୀଙ୍କୁ ଦେଖିବାମାନେ ଭାରତୀୟ ତାଙ୍କ ସହ କିପରି ଇଂରାଜୀରେ କଥା ହେବେ ତାହାର ଅଭ୍ୟାସ ଆରମ୍ଭ କରିଦିଅନ୍ତି । ତେବେ ଯଦି କେହି ବିଦେଶୀ ଆସି ଭାରତୀୟଙ୍କ ସହ ହିନ୍ଦୀ କିମ୍ବା କୌଣସି ସ୍ଥାନୀୟ ଭାଷାରେ କଥା ହୁଏ ତେବେ! ଆଜ୍ଞା ହଁ , ନ୍ୟୁଜିଲାଣ୍ଡର କାର୍ଲ ରକ କିଛି ଦିନ ହେବ ଦିଲ୍ଲୀରେ ରହିଆସୁଛନ୍ତି । ସେ ଏଠାରେ ‘ସରଭାଇବର ଅଫ ଇଣ୍ଡିଆ’ ନାମକ ଏକ ସଂସ୍ଥା ଚଳାଉଛନ୍ତି । ଏଥିରେ ବିଦେଶୀମାନଙ୍କୁ କିପରି ଭାରତର ବିଭିନ୍ନ ସ୍ଥାନରେ ପରମ୍ପରା ସହ ଚଳିବା ପାଇଁ ହୁଏ ତାହାର ସୂଚନା ପ୍ରଦାନ କରିଥାନ୍ତି କାର୍ଲ ।

କାର୍ଲ କିଛି ଦିନ ଆଗରୁ ରିକ୍ସାବାଲା ଏବଂ ସ୍ଥାନୀୟ ଛୋଟ ପିଲାମାନଙ୍କ ସହ ହିନ୍ଦୀ ଏବଂ ହରିୟାନା ଭାଷାରେ କଥାହେବାର ଏକ ଭିଡ଼ିଓ ପୋଷ୍ଟ କରିଥିଲେ । ଏଥିରେ ସେ ବହୁତ ଭଲ ଏବଂ ସରଳ ଭାବେ ସେ ହିନ୍ଦୀ କହୁଥିବାର ଦେଖାଯାଇଛନ୍ତି । ତାଙ୍କର ଏପରି କଥା ହେଉଥିବା ଦେଖି ସମସ୍ତେ ଆଶ୍ଚର୍ୟ୍ୟ ହୋଇଯାଇଛନ୍ତି । ତେବେ ଏହି ଭିଡ଼ିଓଟିକୁ ବର୍ତ୍ତମାନ ପର୍ୟ୍ୟନ୍ତ ୩ ଲକ୍ଷରୁ ଅଧିକ ଲୋକ ଦେଖିସାରିଲେଣି । କାର୍ଲ ଭାରତର ୩୬ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ ଭ୍ରମଣ କରିସାରିଲେଣି । ସେ ୟୁଟ୍ୟୁବ ଏବଂ ତାଙ୍କ ସାଙ୍ଗମାନଙ୍କ ଠାରୁ ହିନ୍ଦୀ ଶିଖିଥିବା ବେଳେ କ୍ଷୀରବାଲା, ପରିବାବାଲାଙ୍କ ଠାରୁ ସ୍ଥାନୀୟ ଭାଷା ଶିକ୍ଷା କରିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More