Only for Entertainment

ଅଡୁଆରେ ଗଦ୍ଦର ଗର୍ଲ ଅମିଷା ପଟେଲ, ୧୨ମାର୍ଚ୍ଚରେ କୋର୍ଟରେ ପହଂଚିବାକୁ ନିର୍ଦ୍ଦେଶ !

42

ଅଡୁଆରେ ଗଦ୍ଦର ଗର୍ଲ ଅମିଷା ପଟେଲ । ଅମିଷାଙ୍କ ସମେତ ୪ଜଣଙ୍କ ନାଁରେ ମୁରାଦାବାଦର ଏକ ଇଭେଂଟ କମ୍ପାନୀ ମାମଲା ରୁଜୁ କରିଥିବା ଜଣାପଡିଛି । ଇଭେଂଟରେ ପର୍ଫମ କରିବା ପାଇଁ ଅମିଷା ଓ ତାଙ୍କ ସାଥୀ କଳାକାର ଆଡାଭାନ୍ସ ପେମେଂଟ ନେଇଥିଲେ ସୁଦ୍ଧା ନିର୍ଦ୍ଦାରିତ ଦିନ କାର୍ଯ୍ୟକ୍ରମରେ ପହଁଚିନଥିଲେ । ଯାହାକୁ ନେଇ ଘଟଣା ଏବେ ଥାନାରେ ପହଁଚିଛନ୍ତି । ଇଭେଂଟ କମ୍ପାନୀ ଅଭିଯୋଗ କରିଛନ୍ତ କାର୍ଯ୍ୟକ୍ରମରେ ପରଫମ କରିବା ପାଇଁ ଅମିଷା ପୂରା ୧୧ଲକ୍ଷ ନେଇଥିଲେ ।

 

View this post on Instagram

 

@ameeshapatel9 surrounded by fans at Delhi airport @movifiedbollywood #movies #movified #bollywood #ameeshapatel #delhi #fans #instafans

A post shared by Movified Bollywood (@movifiedbollywood) on

ତେବେ ପରବର୍ତୀ ସମୟରେ ଆଉ ୨ଲକ୍ଷ ଅଧିକ ପାରିଶ୍ରମିକ ଦାବି କରିଥିଲେ । ତେବେ କମ୍ପାନୀ ଦେବାକୁୂ ମନା କରିବା ଯୋଗୁଁ ଅମିଷା କାର୍ଯ୍ୟକ୍ରମରେ ପହଁଚିନଥିଲେ । କେବଳ ସେତିକି ନୁହେଁ ଇଭେଂଟ କମ୍ପାନୀଠୁ ନେଇଥିବା ଅର୍ଥ ଫେରସ୍ତ ମଧ୍ୟ କରିନଥିବା ଅଭିଯୋଗ ହୋଇଛି । ତେବେ ସମ୍ପୂର୍ଣ୍ଣ ମାମଲାରୁ ଶୁଣାଣୀ ମାର୍ଚ୍ଚ ୧୨ରେ ହେବ ଓ ଏହି ଦିନ ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟରେ ହାଜର ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More