Only for Entertainment

ରିଲିଜ ହେଲା ଫ୍ରଡ ସୈୟାାଁ ଫିଲ୍ମର ରୋମାଂଟିକ ଗୀତ ଇଷ୍କ ଇଷ୍କ ତେରା !

Deccan Chronicle
13

ପରଦାରେ ଫ୍ରଡ୍ ହୋଇ ଦର୍ଶକଙ୍କୁ ହସାଇବାକୁ ଆସୁଛନ୍ତି ଅଭିନେତା ଅର୍ସଦା ୱାରସି । ଆଗାମୀ କମେଡି – ଡ୍ରାମା ଚଳଚ୍ଚିତ୍ର ଫ୍ରଡ୍ ସୈୟାଁରେ ଅର୍ସଦଙ୍କ ଜବରଦସ୍ତ ଅଭିନୟ ଦେଖିବାକୁ ପାଇବେ ଦର୍ଶକ । ଏହି ସିନେମାର ରୋମାଂଟିକ୍ ଗୀତ ‘ଇଷ୍କ ଇଷ୍କ ତେରା’ ମୁକ୍ତିଲାଭ କରିଛି । ଦେଖନ୍ତୁ-

 

ଆଗାମୀ ବଲିଉଡ୍ କମେଡି – ଡ୍ରାମା ଫିଲ୍ମ ଫ୍ରଡ୍ ସୈୟାଁର ରୋମାଂଟିକ୍ ଗୀତ ‘ଇଷ୍କ ଇଷ୍କ ତେରା’ ମୁକ୍ତିଲାଭ କରିଛି । ଏହି ରୋମାଂଟିକ୍ ଗୀତରେ ଫିଲ୍ମର ନାୟକ ଅର୍ସଦ ୱାର୍ସି ଓ ଅଭିନେତ୍ରୀ ସାରା ଲରେନ ରୋମାନ୍ସ ସ୍ଥାନ ପାଇଛି । ଆକର୍ଷଣୀୟ ଲୋକେସନକୁ ନାୟକ- ନାୟିକାଙ୍କ କେମେଷ୍ଟ୍ରୀ ଏହି ଗୀତକୁ କରିଛି ମନଲୋଭା । ରୋମାଂଟିକ୍ ଧୁନ୍ ସହ ମନଛୁଆଁ ଗାୟିକି ଶୁଣିବାକୁ ମିଳିଛି ଏହି ଗୀତରେ । ସୋହେଲ୍ ସେନ ସଙ୍ଗୀତରେ ଏହି ଗୀତରେ କଣ୍ଠଦାନ କରିଛନ୍ତି ଅଲତମାସ ଫରିଦି । ଗୀତରେ ଲିରିକ୍ସ ଦେଇଛନ୍ତି କୁମାର୍ । ଫିଲ୍ମଟି ଏକ କମେଡି – ଡ୍ରାମା କାହାଣୀକୁ ନେଇ ଗତିଶୀଳ ହୋଇଥିବାବେଳେ ଏଥିରେ ନାୟକ ଭୂମିକାରେ ନଜର ଆସିବେ ଅଭିନେତା ଅର୍ସଦ ୱାରସି । ସିନେମାରେ ଅର୍ସଦଙ୍କୁ ଏକାଧିକ ନାୟିକାଙ୍କ ସହ ରୋମାନ୍ସ କରୁଥିବାର ଦେଖିବାକୁ ମିଳିବ । ଚଳଚ୍ଚିତ୍ର ଫ୍ରଡ୍ ସୈୟାଁରେ ଅର୍ସଦଙ୍କୁ ଜଣେ ଫ୍ରଡ୍ ଭୂମିକାରେ ଦେଖିବାକୁ ମିଳିବ । ଯିଏ କି ଭିନ୍ନ ଭିନ୍ନ ସ୍ଥାନକୁ ଯାଇ ସେଠାରେ ଧନି ଝିଅଙ୍କୁ ଫସାଇ ତାଙ୍କ ସହ ବିବାହ କରେ । ଆଉ ସେମାନଙ୍କ ଠାରୁ ଟଙ୍କା ଲୁଟି ନେଇ ଯାଏ । ପ୍ରକାଶ ଝା ଙ୍କ ପ୍ରଯୋଜନାରେ ଏହି ସିନେମାର କାହାଣୀ ସହ ନିର୍ଦ୍ଦେଶନା ଭାର ତୁଲାଇଛନ୍ତି ସୌରଭ ଶ୍ରିବାସ୍ତବ୍ । ୧୮ ଜାନୁୟାରୀରେ ପରଦାକୁ ଆସିବ ଚଳଚ୍ଚିତ୍ର ଫ୍ରଡ ସୈୟାଁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More