Only for Entertainment

ଫ୍ରାଇଡେ ରିଲିଜ: ପରଦାକୁ ଆସିଲା ବହୁ ପ୍ରତିକ୍ଷୀତ ଆକ୍ସନ ଫିଲ୍ମ ‘ବାଗି-୨’

Wikifeed
0 81

ଆଜି ଫିଲ୍ମ ଫ୍ରାଇଡେରେ ପରଦାକୁ ଆସିଛି ବହୁ ପ୍ରତିକ୍ଷୀତ ଆକ୍ସନ ଫିଲ୍ମ ‘ବାଗି – ୨’ । ଟାଇଗର୍ ଶ୍ରଫଙ୍କ ଆକ୍ସନ୍ ସିକ୍ୱେନ୍ସ ସାଙ୍ଗକୁ ଦିଶା ପଟାନୀଙ୍କ ସହ ଅନସ୍କ୍ରିନ୍ ରୋମାନ୍ସ ଦର୍ଶକଙ୍କୁ ଖବୁ ପସନ୍ଦ ଆସିବ ।

ଏହି ଫିଲ୍ମରେ ଲଭ୍ ଷ୍ଟୋରୀ, ରିଭେଂଜ ଡ୍ରାମା ଆଉ ଢେର ସାରା ଆକ୍ସନ ଭରି ରହିଛି । ରନି ସିଂ ଓ ନେହା କଲେଜରେ ପ୍ରଥମ ଥର ପାଇଁ ପରସ୍ପରକୁ ଭେଟନ୍ତି । ଆଉ ଦୁହେଁ ପ୍ରେମରେ ପଡି ଯାଆନ୍ତି । ମାତ୍ର କିଛି କାରଣ ପାଇଁ ଏକାଠି ହୋଇ ପାରନ୍ତି ନାହିଁ । ଆଉ କିଛି ବର୍ଷ ପରେ ରନିଙ୍କ ପାଖକୁ ସାହାଯ୍ୟ ପାଇଁ ଆସନ୍ତି ନେହା । ଆଉ ଏହି ସାହାଯ୍ୟ କରିବା ଭିତରେ ଆରମ୍ଭ ହୁଏ ରନିଙ୍କ ନୂଆ ଯାତ୍ରା । ଫିଲ୍ମରେ ଜଣେ ଆର୍ମି ଅଫିସର ଭାବେ ନଜର ଆସିଛନ୍ତି ରନି ସିଂ । ‘ବାଗି – ୨’ରେ ରନି ସିଂହ ଭୂମିକାରେ ଅଭିନୟ କରିଛନ୍ତି ଟାଇଗର୍ ଶ୍ରଫ ଓ ନେହା ଚରିତ୍ରରେ ଦିଶା ପଟାନୀଙ୍କୁ ଦେଖିବାକୁ ମିଳିଛି ।

ସାଜିଦ୍ ନାଡିଆୱାଲାଙ୍କ ପ୍ରଯୋଜନାରେ ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଭାର ତୁଲାଇଛନ୍ତି କୋରିଓଗ୍ରାଫର୍ ଅହମଦ୍ ଖାନ୍ । ଫିଲ୍ମରେ ଟାଇଗର୍ ଓ ଦିଶାଙ୍କ ବ୍ୟତୀତ ପ୍ରତିକ ବବର୍, ମନୋଜ ବାଜପୈୟୀ, ରଣଦୀପ ହୁଡ୍ଡା, ଦୀପକ ଡୋବ୍ରିଆଲ୍ ଆଦି କଳାକାରଙ୍କ ଜବରଦସ୍ତ ଅଭିନୟ ସ୍ଥାନ ପାଇଛି । ଆକ୍ସନ୍ ଓ ରିଭେଂଜ୍ କାହାଣୀ ସହ ମନଲୋଭା ଗୀତ ମଧ୍ୟ ଶୁଣିବାକୁ ମିଳିବ ଏହି ସିନେମାରେ । ଫିଲ୍ମରେ ୫ଟି ଭିନ୍ନ ସ୍ୱାଦର ଗୀତ ସ୍ଥାନ ପାଇଛି ।

ରୋମାଂଟିକ୍ ଓ ଇମୋସନାଲ୍ ଗୀତ ସମେତ ଏକ ଆଇଟମ୍ ଗୀତକୁ ବି ମେକର୍ ସ୍ଥାନ ଦେଇଛନ୍ତି ଫିଲ୍ମରେ । ୮୦ ଦଶକର ଫିଲ୍ମ ତେଜାବର ସୁପରହିଟ୍ ଟ୍ରାକ୍ ଏକ ଦୋ ତିନର ରିମେକ୍ ଦେଖିବାକୁ ମିଳିଛି ଏହି ସିନେମାରେ । ଗୀତରେ ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିଜଙ୍କ ଡ୍ୟାନ୍ସ ଦେଖିବାକୁ ମିଳିଛି । ଟାଇଗର୍ ଶ୍ରଫଙ୍କ ଆକ୍ସନ୍, ଜ୍ୟାକଲିନଙ୍କ ଆଇଟମ୍ ନମ୍ବର ଦର୍ଶକଙ୍କୁ ଆକୃଷ୍ଠ କରିପାରିବ ବୋଲି ଆଶା କରାଯାଉଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More