Only for Entertainment

ଆଜି ସିନେମା ଘରେ ରିଲିଜ ହୋଇଛି ଦୁଇଟି ବଲିଉଡ ଫିଲ୍ମ ‘ଲୁକା ଛିପି’ ଓ ‘ସୋନ ଚିଡିୟା’

India Today
33

ଆଜି ବକ୍ସ ଅଫିସରେ ଦୁଇ ଦୁଇଟି ବଲିଉଡ ଫିଲ୍ମ ରିଲିଜ ହୋଇଛି । ଗୋଟିଏ ହେଉଛି କାର୍ତ୍ତିକ ଆର‌୍ୟନ ଏବଂ କୃତି ସେନନ ଷ୍ଟାରର ଫିଲ୍ମ ‘ଲୁକା ଛୁପି’ ଏବଂ ଅନ୍ୟଟି ହେଉଛି ସୁଶାନ୍ତ ସିଂ ରାଜପୁତ- ଭୂମି ପେଡନେକର ଷ୍ଟାରର ଫିଲ୍ମ ‘ସୋନ ଚିଡିୟା’ ।

‘ଲୁକା ଛୁପି’ ଏପରି ଏକ ଯୋଡିଙ୍କ କାହଣୀ ଯେ ଲିଉ ଇନରେ ରହିବାର ନିର୍ଣ୍ଣୟ ନେଇଥିାନ୍ତି । ଏହା ପରେ ପୂରା ପରିବାର ଏହି ବିଷୟରେ ଜାଣିବା ପରେ ତାଙ୍କୁ ଏହି ସମ୍ପର୍କ ପରିବାର ସହିତ ମଧ୍ୟ ନିଭାଇବାକୁ ପଡିଥାଏ । ଏହା ଏକ ରୋମାଣ୍ଟିକ-କମେଡି ଫିଲ୍ମ । ଏହି ଫିଲ୍ମରେ କାର୍ତ୍ତିକ ଏବଂ କୃତିଙ୍କ ବ୍ୟତୀତ ପଙ୍କଜ ତ୍ରିପାଠୀ ଏବଂ ଅପାରଶକ୍ତି ଖୁରାନାଙ୍କ ପରି କଳାକାର ନଜର ଆସିଛନ୍ତି । ଏହି ଫିଲ୍ମର ନିର୍ଦ୍ଦେଶନା ଲକ୍ଷ୍ମଣ ଉତେକର ଦେଇଥିବା ବେଳେ ଏ ହାର ପ୍ରଡ୍ୟୁସର ହେଉଛନ୍ତି ଦିନେଶ ବିଜାନ । ଫିଲ୍ମ ରିଲିଜ ହେବା ପରେ ଫିଲ୍ମକୁ ନେଇ ଦର୍ଶକଙ୍କ ଜବରଦସ୍ତ ପ୍ରତିକ୍ରିୟା ମଧ୍ୟ ଦେଖିବାକୁ ମିଳୁଛି । ଫିଲ୍ମ ୨୫୦୭ ସ୍କ୍ରିନରେ ରିଲିଜ ହୋଇଛି ।

ସେହିପରି ‘ସୋନ ଚିଡିଆ’ ମଧ୍ୟ ଆଜି ବକ୍ସ ଅଫିସରେ ରିଲିଜ ହୋଇଛି । ଫିଲ୍ମରେ ସୁଶାନ୍ତ ସିଂ ରାଜପୁତ ଏବଂ ଭୂମି ପେଡନେକର ମୁଖ୍ୟ ଭୂମିକାରେ ନଜର ଆସିଛନ୍ତି । ଫିଲ୍ମରେ ସୁଶାନ ବାଗୀ ଲଖନା ଭୂମିକାରେ ନଜର ଆସିଛନ୍ତି । ଯେ କି ଡାକୁ ମାନ ସିଂର ବ ସବୁଠାରୁ ଭରସା ଯୋଗ୍ୟ ସଦସ୍ୟ । ମନୋଜ ବାଜପେୟୀଙ୍କୁ ମାନ ସିଂ ଭୂମିକାରେ ଦେଖିବାକୁ ମିଳିଛି । ସେହିପରି ଭୂମି ଉଗ୍ର ଇନ୍ଦୁମତୀ ତୋମର ଚରିତ୍ରରେ ନଜର ଆସିବେ । ଏମାନ ଙ୍କ ବ୍ୟତିତ ଆଶୁତୋଷ ରାଣା ମଧ୍ୟ ଫିଲ୍ମ ରେ ପୋଲିସ ଅଧିକାରୀ ଭାବେ ନଜର ଆସିବେ । ଫିଲ୍ମର କାହଣୀ ଡକାୟତୀ ଉପରେ ଆଧାରିତ । ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ଅଭିଷେକ ଚୋବେ ।

ଦେଖିବାକୁ ବାକି ରହିଲା ଏହି ଦୁଇଟି ଫିଲ୍ମ ମଧ୍ୟରୁ କାହାକୁ ଦର୍ଶକ ବେଶୀ ପସନ୍ଦ କରୁଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More