Only for Entertainment

ଫ୍ରାଇଡେ ରିଲିଜ : ପରଦାକୁ ଆସିଛି ଅଜୟଙ୍କ ଫିଲ୍ମ ‘ରେଡ୍’

Youtube
0 40

ଫିଲ୍ମ ଫ୍ରାଇଡେରେ ଅଜୟ ଦେବଗନଙ୍କ ଫିଲ୍ମ ‘ରେଡ’ ଆଜି ବକ୍ସ ଅଫିସରେ ରିଲିଜ ହୋଇଛି । ଫିଲ୍ମରେ ଅଜୟଙ୍କ ବିପକ୍ଷରେ ଇଲିଆନା ଡିକ୍ରୁଜଙ୍କୁ ମୁଖ୍ୟ ଚରିତ୍ରରେ ଦେଖିବାକୁ ମିଳବ । ଅଜୟ ଏବଂ ଇଲନିଆନାଙ୍କ ବ୍ୟତିତ ଫିଲ୍ମରେ ସୌରଭ ଶୁକ୍ଲା, ସାନାନ୍ଧ ବର୍ମା ପ୍ରମୁଖ ନଜର ଆସିବେ ।

୮୦ ଦଶକରେ ଇନକମ ଟ୍ୟାକ୍ସ ବିଭାଗର ଚଢାଉ ଉପରେ ଏହି ଫିଲ୍ମ ଆଧାରିତ । ୮୦ ଦଶକର ୟୁପିକୁ ଫିଲ୍ମରେ ଦର୍ଶାଯାଇଛି । ଫିଲ୍ମରେ ଅଜୟ ଏକ ଇନକମ ଟ୍ୟାକ୍ସ ବିଭାଗର ଅଧିକାରୀ ଭୂମିକାରେ ନଜର ଆସିବେ । ସେହିପରି ଇଲିଆନା ଅଜୟଙ୍କ ପତ୍ନୀ ଭୂମିକାରେ ନଜର ଆସିବେ । ଅଜୟଙ୍କ ପୂର୍ବ ଫିଲ୍ମ ପରି ଏହି ଫିଲ୍ମ ମଧ୍ୟ ଦର୍ଶକଙ୍କୁ ପସନ୍ଦ ଆସିବ ବୋଲି କୁହାଯାଉଛି । କୁହାଯାଉଛି କି ବଲିଉଡରେ ଏପରି ଫିଲ୍ମ ଆଗରୁ କେବେ ନିର୍ମାଣ ହୋଇନାହିଁ ।

ଏହି ଫିଲ୍ମକୁ ରିତେଶ ଶାହା ଲେଖିଥିବା ବେଳେ ରାଜ କୁମାର ଗୁପ୍ତା ଏହାର ନିର୍ଦ୍ଦେଶନା ଦେଇଛନ୍ତି । ଏହା ଏକ ପିରିୟଡ କ୍ରାଇମ ଥ୍ରୀଲର ଫିଲ୍ମ । ଯାଦା ସତ୍ୟ ଘଟଣା ଉପରେ ଆଧାରିତ । ତେବେ ଦେଖିବାକୁ ବାକିରହିଲା ଏହି ଫିଲ୍ମ ଦର୍ଶକଙ୍କ ମନକୁ କେତେ ଛୁଇଁପାରୁଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More