Only for Entertainment

ଫ୍ରାଇଡେ ରିଲିଜରେ ପରଦାକୁ ଆସିଲା ୨ଟି ଭିନ୍ନ ସ୍ୱାଦର ଚଳଚ୍ଚିତ୍ର, ଦ ଆକ୍ସିଡେଂଟାଲ୍ ପ୍ରାଇମ୍ ମିନିଷ୍ଟର୍ ଏବଂ ଉରି – ଦ ସର୍ଜିକାଲ୍ ଷ୍ଟ୍ରାଇକ୍

Koimoi
19

ଫ୍ରାଇଡେ ରିଲିଜ୍ରେ ପରଦାକୁ ଆସିଲା ୨ଟି ଭିନ୍ନ ସ୍ୱାଦର ଚଳଚ୍ଚିତ୍ର । ଗୋଟିଏ ପଟେ ରହିଛି ବାଓଗ୍ରାଫିକାଲ୍ – ପଲିଟିକାଲ୍ ଫିଲ୍ମ ‘ଦ ଆକ୍ସିଡେଂଟାଲ୍ ପ୍ରାଇମ୍ ମିନିଷ୍ଟର୍’ । ସିନେମାରେ ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର୍ ମନମୋହନ୍ ସିଂଙ୍କ ପଲିଟିକାଲ୍ କ୍ୟାରିୟରକୁ ସ୍ଥାନ ଦିଆ ଯାଇଛି । ଅନ୍ୟପଟେ ଏହି ସିନେମାକୁ ଟକ୍କର୍ ଦେବ ଅଭିନେତା ଭିକି କୌଶଲଙ୍କ ଫିଲ୍ମ ଉରି – ଦ ସର୍ଜିକାଲ୍ ଷ୍ଟ୍ରାଇକ୍ । ଏହି ସିନେମାରେ ପାକିସ୍ତାନ ଉପରେ ହୋଇଥିବା ଭାରତର ସର୍ଜିକାଲ୍ ଷ୍ଟ୍ରାଇକ୍ର ପୁରା କାହାଣୀକୁ ସ୍ଥାନ ଦିଆ ଯାଇଛି ।

ଦ ଆକ୍ସିଡେଂଟାଲ୍ ପ୍ରାଇମ୍ ମିନିଷ୍ଟର

ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର୍ ମନମୋହନ ସିଂଙ୍କ ରାଜନୈତିକ ଯାତ୍ରାକୁ ନେଇ ବଲିଉଡ୍ ପରଦାରେ ମୁକ୍ତିଲାଭ କଲା ବାଓଗ୍ରାଫିକାଲ୍ ପଲିଟିକାଲ୍ ଚଳଚ୍ଚିତ୍ର ‘ଦ ଆକ୍ସିଡେଂଟାଲ୍ ପ୍ରାଇମ୍ ମିନିଷ୍ଟର୍’ । ସିନେମାଟି ସଂଜୟ ଭାରୁଙ୍କ ବହି ‘ଦ ଆକ୍ସିଡେଂଟାଲ୍ ପ୍ରାଇମ୍ ମିନିଷ୍ଟର୍’କୁ ନେଇ ପ୍ରସ୍ତୁତ ହୋଇଛି । ପ୍ରଧାନମନ୍ତ୍ରୀ ହେବା ପରେ କିପରି ସୋନିଆ ଗାନ୍ଧି, ଡକ୍ଟର୍ ମନମୋହନ୍ ସିଂଙ୍କୁ କୌଣସି ନିଷ୍ପତି ନିଜେ ନବାକୁ ଦିଅନ୍ତି ନାହିଁ, ତାହାକୁ ଏହି ସିନେମାରେ ସ୍ଥାନ ଦିଆ ଯାଇଛି । ସିନେମାରେ ରହିଛି କଂଗ୍ରେସ୍ ଦଳର ବହୁ ଭିତିରି କଥା । ଏହା ସହ ସୋନିଆ ଗାନ୍ଧି କିପରି ପୁଅ ରାହୁଲ ଗାନ୍ଧିଙ୍କୁ ପ୍ରଧାନମନ୍ତ୍ରୀ ବନାଇବା ପାଇଁ ମନମୋହନ ସିଂଙ୍କୁ ହଇରାଣ କରନ୍ତି ତାହା ମଧ୍ୟ ସ୍ଥାନ ପାଇଛି ଏଥିରେ । ସିନେମାରେ ଭର୍ସାଟାଇଲ୍ ଅଭିନେତା ଅନୁପମ୍ ଖେରଙ୍କୁ ମନମୋହନ୍ ସିଂଙ୍କ ଚରିତ୍ରରେ ଦେଖିବାକୁ ମିଳିଛି । ସଂଜୟ ବାରୁଙ୍କ ଚରିତ୍ରରେ ଅଭିନେତା ଅକ୍ଷୟ ଖନ୍ନା, ସୋନିଆ ଗାନ୍ଧିଙ୍କ ଚରିତ୍ରରେ ଜର୍ମାନ୍ ମଡେଲ୍ ସୁଜାନ୍ ବର୍ଣ୍ଣେଟ୍, ଆହାନା କୁମାର୍ଙ୍କୁ ପ୍ରିୟଙ୍କା ଗାନ୍ଧିଙ୍କ ଚରିତ୍ରରେ, ଏବଂ ଅଭିନେତା ଅର୍ଜୁନ୍ ମାଥୁରଙ୍କୁ ରାହୁଲ୍ ଗାନ୍ଧିଙ୍କ ଚରିତ୍ରରେ ଦେଖିବାକୁ ମିଳିଛି । ବୋହରା ବ୍ରଦର୍ସ ଏବଂ ଧବଲ୍ ଜୟନ୍ତିଲାଲ୍ ଗାଡାଙ୍କ ପ୍ରଯୋଜନାରେ ଏହି ସିନେମାର ନିର୍ଦ୍ଦେଶନା ଭାର ତୁଲାଇଛନ୍ତି ବିଜୟ ରତ୍ନାକର ଗୁଟ୍ଟେ ।

ଉରି – ଦ ସର୍ଜିକାଲ୍ ଷ୍ଟ୍ରାଇକ୍

ଏହି ସିନେମାକୁ ଟକ୍କର୍ ଦେବା ପାଇଁ ପରଦାକୁ ଆସିଛି ସତ କାହାଣୀ ଉପରେ ଆଧାରିତ ଫିଲ୍ମ ‘ଉରି – ଦ ସର୍ଜିକାଲ୍ ଷ୍ଟ୍ରାଇକ୍’ । ସିନେମାଟି ୨୦୧୬ରେ ଉରି ସେକ୍ଟରରେ ଘଟିଥିବା ଆତଙ୍କବାଦୀ ଆକ୍ରମଣ ଘଟଣାକୁ ନେଇ ଗତିଶୀଳ ହୋଇଛି । କାଶ୍ମୀରର ଉରି ସ୍ଥିତ ଆର୍ମି ବେସ୍ କ୍ୟାମ୍ପ ଉପରେ ହୋଇଥିବା ପାକିସ୍ତାନ ପ୍ରାୟୋଜିତ ଆତଙ୍କବାଦୀ ଆକ୍ରମଣ ଓ ଏହା ଯବାବରେ ଭାରତର ସର୍ଜିକାଲ୍ ଷ୍ଟ୍ରାଇକ୍ ଘଟଣାକୁ ନେଇ ଚଳଚ୍ଚିତ୍ର ‘ଉରି’ରେ ସ୍ଥାନ ଦିଆ ଯାଇଛି ନିୟନ୍ତ୍ରଣ ରେଖା ପାର ହୋଇ ଦୁଶମନ୍ ମାଟିରେ ସର୍ଜିକାଲ୍ ଷ୍ଟ୍ରାଇକ୍ କରିବାର ଘଟଣାକୁ ଫିଲ୍ମରେ ସ୍ଥାନ ଦେଇଛନ୍ତି ମେକର୍ । ଫିଲ୍ମରେ ବିକି କୌଶଲ୍, ୟାମି ଗୌତମ୍, ପରେଶ ରାୱଲ୍ ଆଦି କଳାକାରଙ୍କ ଜବରଦସ୍ତ ଅଭିନୟ ଦେଖିବାକୁ ମିଳିଛି । ବିକି କୌଶଲ୍ ଆର୍ମି ଅଫିସର୍ ଭିଆନ୍ ସିଂ ସେରଗିଲଙ୍କ ଚରିତ୍ର ତୁଲାଇଛନ୍ତି ପରଦାରେ । ଏହି ସିନେମାର କାହାଣୀ ସମେତ ନିର୍ଦ୍ଦେଶନା ଭାର ତୁଲାଇଛନ୍ତି ଆଦିତ୍ୟ ଧର ଆଉ ପ୍ରଯୋଜନା କରିଛନ୍ତି ରୋନି ସ୍କ୍ୟୃୱାଲା ।

ଏହି ଦୁଇଟି ସିନେମା ମଧ୍ୟରୁ ଦର୍ଶକ କେଉଁ ସିନେମାକୁ ବେଶୀ ପସନ୍ଦ କରୁଛନ୍ତି ତାହା ଦେଖିବାକୁ ବାକି ରହିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More