Only for Entertainment

ଫ୍ରାଇଡେ ରିଲିଜରେ ପରସ୍ପରକୁ ଟକ୍କର ଦେଇଛି ଦୁଇ ଦୁଇଟି ଫିଲ୍ମ ଜଙ୍ଗଲୀ ଏବଂ ନୋଟବୁକ୍ !

31

ଫ୍ରାଇଡେ ରିଲିଜରେ ପରଦାକୁ ଆସିଲା ୨ଟି ଭିନ୍ନ ସ୍ୱାଦର ଚଳଚ୍ଚିତ୍ର । ଗୋଟିଏ ପଟେ ରହିଛି ସଲମାନ୍ ଖାନଙ୍କ ପ୍ରଯୋଜିତ ଫିଲ୍ମ ‘ନୋଟବୁକ୍’ । ଆଉ ଏହାକୁ ଟକ୍କର୍ ଦେବା ପାଇଁ ରିଲିଜ୍ ହୋଇଛି ବିଦ୍ୟୁତ୍ ଜାମୱାଲଙ୍କ ଅଭିନୀତ ଫିଲ୍ମ ‘ଜଙ୍ଗଲୀ’ । ଉଭୟ ସିନେମାକୁ ନେଇ ବକ୍ସ ଅଫିସ୍ରେ ଦେଖିବାକୁ ମିଳିଛି ଜବରଦସ୍ତ ଟକ୍କର୍ ।

ଏକ ଆକର୍ଷଣୀୟ ପ୍ରେମ କାହାଣୀକୁ ନେଇ ପରଦାକୁ ଆସିଛି ଚଳଚ୍ଚିତ୍ର ‘ନୋଟ୍ବୁକ୍’ । ଜଣେ ଯୁବକ ଓ ଜଣେ ଯୁବତୀ କିପରି ପରସ୍ପରକୁ ନ ଦେଖି ନଜାଣି, କେବଳ ଏକ ନୋଟବୁକ୍ ଜରିଆରେ ପରସ୍ପରକୁ ଭଲପାଇ ବସନ୍ତି ତାହାକୁ ନେଇ ସିନେମାର କାହାଣୀ ଗତିଶୀଳ ହୋଇଛି । ଅପହଂଚ ଅଂଚଳରେ ଥିବା ୭ଜଣ ଛୋଟ ପିଲାଙ୍କୁ ଶିକ୍ଷା ଦେବା ପାଇଁ ଆଗେଇ ଆସନ୍ତି ଜଣେ ଯୁବକ ଓ ଜଣେ ଯୁବତୀ । ହେଲେ ଦୁହିଁଙ୍କ ମଧ୍ୟରେ ହୋଇ ନଥାଏ ଦେଖା । କେବଳ ଏକ ନୋଟବୁକ୍ ଜରିଆରେ ପରସ୍ପରକୁ ଜାଣନ୍ତି ଓ ଭଲ ପାଇ ବସନ୍ତି । ଏମିତି ଏକ ୟୁନିକ୍ କାହାଣୀକୁ ନେଇ ପ୍ରସ୍ତୁତ ହୋଇଥିବା ଚଳଚ୍ଚିତ୍ର ନୋଟବୁକରେ ଲିଡ୍ ଭୂମିକାରେ ନବାଗତ ଷ୍ଟାର୍ ଜାହିର୍ ଇକ୍ବାଲ୍ ଓ ପ୍ରାନୂତନ ବେହଲଙ୍କୁ ଦେଖିବାକୁ ମିଳିଛି । ସଲମାନ୍ ଖାନ୍ ବ୍ୟାନରରେ ପ୍ରସ୍ତୁôତ ହୋଇଥିବା ଏହି ସିନେମାର ପ୍ରଯୋଜନା ଭାର ତୁଲାଇଛନ୍ତି ସଲମାନ୍ ଖାନ୍, ମୁରାଦ୍ ଖେତାନି ଓ ଅଶ୍ୱନୀ ୱର୍ଦ୍ଦେ । ସିନେମାର ନିର୍ଦ୍ଦେଶନା ଦେଇଛନ୍ତି ଜାତୀୟ ପୁରଷ୍କାର ବିଜେତା ନିର୍ଦ୍ଦେଶକ ନିତିନ୍ କକ୍କର୍ । ଦମଦାର୍ କାହାଣୀ ସହ ଆକର୍ଷଣୀୟ ଗୀତ ଏହି ସିନେମାର ସେଲିଂ ପଏଂଟ୍ ହୋଇପାରିଛି । ଫିଲ୍ମରେ ସ୍ଥାନ ପାଇଥିବା ଆକର୍ଷଣୀୟ ଗୀତ ଗୁଡିକରେ ସଙ୍ଗୀତର ଭାର ତୁଲାଇଛନ୍ତି ବାଶାଲ୍ ମିଶ୍ରା

ଏହି ସିନେମାକୁ ଟକ୍କର୍ ଦେବା ପାଇଁ ପରଦାକୁ ଆସିଛି ଚଳଚ୍ଚିତ୍ର ‘ଜଙ୍ଗଲୀ’ । ଫିଲ୍ମରେ ମୁଖ୍ୟ ଭୂମିକାରେ ଅଭିନେତା ବିଦ୍ୟୁତ ଜାମବାଲଙ୍କୁ ଦେଖିବାକୁ ମିଳିଛି । ଫିଲ୍ମରେ ରାଜ୍ ଚରିତ୍ରରେ ନଜର ଆସିଛନ୍ତି ବିଦ୍ୟୁତ୍ । ରାଜ୍ ପିଲାଟି ଦିନରୁ ଏକ ହାତି ସହ ସାଥି ହୁଏ । ଆଉ ବୟସ ବଢିବା ସହ ସେହି ହାତି ସହ ରାଜର ସମ୍ପର୍କ ଆହୁରି ନିବିଡ ହୁଏ । ଜଙ୍ଗଲି ଜନ୍ତୁଙ୍କ ପ୍ରଥି ଥିବା ରାଜ୍ର ଏହି ସମ୍ପର୍କ ପାଇଁ ଜଣେ ପଶୁ ଚିକିତ୍ସକ ହୁଏ ରାଜ୍ । ପରେ ଜଙ୍ଗଲ୍ରେ ଥିବା ସେହି ହାତି ମାନଙ୍କ ଶିକାର କରିବା ପାଇଁ କିଛି ତଷ୍କର୍ ଯୋଜନା କରନ୍ତି । ହେଲେ ହାତୀ ମାନଙ୍କ ସହିତ ରାଜଙ୍କ ଥିବା ଗଭୀର ସମ୍ପର୍କ କାରଣରୁ ସେ ତସ୍କରମାନଙ୍କ ସହ ଲଢନ୍ତି । ଫିଲ୍ମରେ ମଣିଷ ଏବଂ ପଶୁମାନଙ୍କ ମଧ୍ୟରେ ଥିବା ପ୍ରେମକୁ ଦର୍ଶାଯାଇଛି । ସିନେମାର ବିଦ୍ୟୁତଙ୍କ ବିପକ୍ଷରେ ନଜର ଆସିଛନ୍ତି ଦୁଇ ଦୁଇ ଜଣ ନବାଗତା ସୁନ୍ଦରୀ । ପୂଜା ସାୱନ୍ତ ଓ ଆଶା ଭଟ୍ଟ । ଜଙ୍ଗଲୀ ପିକଚର୍ସ ଏବଂ ଆମେରିକାନ ଫିଲ୍ମମେକର ଚକ ରସଲଙ୍କ କମ୍ପାନୀ ଏହି ଫିଲ୍ମକୁ ନିର୍ମାଣ କରିଛନ୍ତି ।

ମୁକ୍ତିଲାଭ କରିଥିବା ଏହି ଦୁଇଟି ସିନେମା ମଧ୍ୟରୁ ଦର୍ଶକ କାହାକୁ ବେଶି ପସନ୍ଦ କରିବେ ତାହା ଆଗାମୀ ଦିନରେ ଜଣାପଡିବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More