Only for Entertainment

ଫ୍ରାଇଡେ ରିଲିଜରେ ପରଦାକୁ ଆସିଲା ଦୁଇଟି ଭିନ୍ନ ସ୍ୱାଦର ଫିଲ୍ମ ‘ବାଜାର୍’ ଏବଂ ‘କାଶୀ’ ।

thelivemirror
25

ଫ୍ରାଇଡେ ରିଲିଜ୍ରେ ପରଦାକୁ ଆସିଲା ସୈଫ୍ ଅଲ୍ଲି ଖାନଙ୍କ କ୍ରାଇମ୍ ଥ୍ରୀଲର୍ ଫିଲ୍ମ ‘ବାଜାର୍’ । ସିନେମାଟି ସେୟାର୍ ମାର୍କେଟକୁ ନେଇ ଗତିଶୀଳ ହୋଇଛି । ଏହି ସିନେମାକୁ ଟକ୍କର୍ ଦେବା ପାଇଁ ମୁକ୍ତିଲାଭ କରିଛି ସସ୍ପେନ୍ସ ଥ୍ରୀଲର୍ ଫିଲ୍ମ ‘କାଶୀ’ । ଏହି ସିନେମାରେ ଅଭିନେତା ସରମନ୍ ଯୋଶୀଙ୍କୁ ଲିଡ୍ ଭୂମିକାରେ ଦେଖିବାକୁ ମିଳିଛି । ଏହି ଦୁଇଟି ସିନେମାକୁ ନେଇ ବକ୍ସ ଅଫିସ୍ରେ ଚାଲିଛି ଜୋର୍ କା ଟକ୍କର୍ ।

ବଲିଉଡ୍ କ୍ରାଇମ୍ ଥ୍ରୀଲର୍ – ଡ୍ରାମା ଫିଲ୍ମ ‘ବାଜାର୍’ରେ ଅଭିନେତା ସୈଫ୍ ଅଲ୍ଲି ଖାନଙ୍କୁ ଜଣେ ସଫଳ ବ୍ୟବସାୟୀ ଭାବେ ଦେଖିବାକୁ ମିଳିଛି । ଫିଲ୍ମରେ ସୈଫଙ୍କ ଦମଦାର୍ ଲୁକ୍ ଦେଖିବାକୁ ମିଳିଛି । ଜଣେ ସଫଳ ବ୍ୟବସାୟୀ ସକୁନ୍ କୋଠାରୀ ଚରିତ୍ରରେ ନଜର ଆସିଛନ୍ତି ସୈଫ୍ । ସକୁନ୍ କୋଠାରୀକୁ ନିଜ ଆଦର୍ଶ ମାନେ ଜଣେ ଯୁବକ ରିଜୱାନ୍ ଅହମଦ୍ । ସକୁନ୍ କୋଠାରୀଙ୍କ କମ୍ପାନୀରେ କାମ କରିବା ପାଇଁ ରିଜୱାନ୍ ମୁମ୍ବାଇ ଆସେ । ଆଉ ଧିରେ ଧିରେ ସେ ତାଙ୍କ ସହ କାମ କରିବା ଆରମ୍ଭ କରେ । ଏହାରି ଭିତରେ ତାକୁ ଅନେକ ସମସ୍ୟାର ସାମ୍ନା କରିବାକୁ ପଡେ । ଏମିତି ଏକ କାହାଣୀକୁ ନେଇ ପ୍ରସ୍ତୁତ ହୋଇଥିବା ଚଳଚ୍ଚିତ୍ର ବାଜାରରେ ସୈଫଙ୍କୁ ସକୁନ୍ କୋଠାରୀ ଏବଂ ରିଜୱାନ୍ ଏହମଦ୍ ଭୂମିକାରେ ନବଗତ ଷ୍ଟାର୍ ରୋହନ୍ ମେହରାଙ୍କୁ ଦେଖିବାକୁ ମିଳିଛି । ଚଳଚ୍ଚିତ୍ର ‘ବାଜାର’ରେ ସୈଫଙ୍କ ବିପକ୍ଷରେ ନାୟିକା ଭାବେ ଅଭିନେତ୍ରୀ ଚିତ୍ରାଙ୍ଗଦା ସିଂ ଓ ରୋହନ ମେହରାଙ୍କ ବିପକ୍ଷରେ ରାଧିକା ଆପତେଙ୍କୁ ନାୟିକା ଭାବେ ଦେଖିବାକୁ ମିଳିଛି । ଏମାନଙ୍କ ବ୍ୟତୀତ ଡେନଜିଲ୍ ସ୍ମିଥ୍, ଅତୁଲ କୁଲକରନୀ, ସୌରଭ ଶୁକ୍ଲା, ପୱନ ଚୋପ୍ରା, ଅନୁପ୍ରିୟା ଗୋୟେଙ୍କା ଆଦି ଷ୍ଟାର୍ଙ୍କୁ ଦେଖିବାକୁ ମିଳିଛି । ଭାଇକମ୍ ଏଇଟିନ୍ ମୋସନ୍ ପିକଚର୍ସ ଦ୍ୱାରା ପ୍ରସ୍ତୁତ ଏହି ସିନେମାର ନିର୍ଦ୍ଦେଶନା ଭାର ତୁଲାଇଛନ୍ତି ଗୌରଭ କେ ଚାୱଲା ।

ଏହି ସିନେମା ବ୍ୟତୀତ ପରଦାକୁ ଆସିଛି ସସ୍ପେନ୍ସ – ଥ୍ରୀଲର୍ ଫିଲ୍ମ ‘କାଶୀ – ଇନ୍ ସର୍ଚ ଅଫ୍ ଗଙ୍ଗା’ । ଫିଲ୍ମରେ ମୁଖ୍ୟ ଭୂମିକାରେ ଅଭିନେତା ସର୍ମନ୍ ଯୋଶୀଙ୍କୁ ଦେଖିବାକୁ ମିଳିଛି । ଯିଏ କି ଏହି ଫିଲ୍ମରେ କାଶୀ ନାମକ ଚରିତ୍ର ତୁଲାଇଛନ୍ତି । କାଶୀର ଭଉଣୀ ଗଙ୍ଗା ପାଠ ପଢିବା ପାଇଁ ସହରକୁ ଆସେ । ଆଉ ସେଠାରୁ କୁଆଡେ ଗାୟବ ହୋଇଯାଏ । ନିଜ ଭଉଣୀ ଗଙ୍ଗାର ତଲାସ୍ କରିବା ପାଇଁ ପୋଲିସ୍ – ଥାନା ଠାରୁ ଆରମ୍ଭ କରି ସରକାରୀ କାର୍ଯ୍ୟାଳୟ, କଚେରି ସବୁ ସ୍ଥାନର ଚକ୍କର୍ ଲଗାଏ । ଏସବୁ ଭିତରେ ଅନେକ ଗୁମର କଥାର ପର୍ଦ୍ଧାଫାଶ ହୁଏ । କିଏ କିଏ କୁହଁନ୍ତି ଗଙ୍ଗା ନାମରେ କେହି ଝିଅ ନାହାଁନ୍ତି, ତ ଆଉ କିଏ କିଏ ଗଙ୍ଗାର ଉପସ୍ଥିତିକୁ ନେଇ କାହାଣୀ ଶୁଣାନ୍ତି । ଏମିତି ଅନେକ କନଫ୍ୟୁଜନ୍ ଓ ସସ୍ପେନ୍ସ ଦେଖିବାକୁ ମିଳିଛି ଚଳଚ୍ଚିତ୍ର କାଶୀ ରେ । ଏହି ସିନେମାରେ ଅଭିନେତା ସରମନ୍ ଯୋଶୀଙ୍କ ବିପକ୍ଷରେ ନାୟିକା ଭାବେ ନଜର ଆସିଛନ୍ତି ଐଶ୍ୱର୍ଯ୍ୟା ଦେବନ । ଯିଏ କି ଏହି ସିନେମା ଜରିଆରେ ବଲିଉଡ୍ରେ ଡେବ୍ୟୁ କରିଛନ୍ତି । ଫିଲ୍ମରେ ଅନ୍ୟାନ ପ୍ରମୁଖ ଭୂମିକାରେ ନଜର ଆସିଛନ୍ତି ଗୋବିନ୍ଦ ନମଦେବ, ପରିତୋଷ ତ୍ରିପାଠୀ, କ୍ରାନ୍ତି ପ୍ରକାଶ ଝା, ଅଖିଳେନ୍ଦ୍ର ମିଶ୍ର, ମନୋଜ ଯୋଶୀ, ଏବଂ ମନୋଜ ପାହ୍ୱା ଆଦି କଳାକାର । ଫିଲ୍ମର ନିର୍ଦ୍ଦେଶନା ଭାର ତୁଲାଇଛନ୍ତି ଧିରଜ କୁମାର୍ । ଏହି ଅପକମିଂ ସିନେମାରେ ସଙ୍ଗୀତର ଭାର ତୁଲାଇଛନ୍ତି ଅଙ୍କିତ ତିୱାରୀ ।

ଏହି ଦୁଇଟି ସିନେମା ଭିତରୁ ଦର୍ଶକ କେଉଁ ସିନେମାକୁ ବେଶି ପସନ୍ଦ କରୁଛନ୍ତି ତାହା ଦେଖିବାକୁ ବାକି ରହିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More