Only for Entertainment

ଅଧିକ ପରିମାଣ ଫ୍ରାଏଡ୍‌ ଚିକେନ୍‌ ଖାଉଛନ୍ତି କି ? ନିକଟତର ହୋଇପାରେ ମୃତ୍ୟୁ

Mashed
40

ଅଧିକାଂଶ ମାଂସାହାରୀ ବ୍ୟକ୍ତିଙ୍କ ପ୍ରିୟ ‘ଫ୍ରାଏଡ୍‌ ଚିକେନ’। ମାତ୍ର ଜାଣି ରଖନ୍ତୁ ଯେ ଏହା ଖାଇବାକୁ ଯେତିକି ସୁସ୍ୱାଦୁ, ସ୍ୱାସ୍ଥ୍ୟ ପାଇଁ ତାଠାରୁ ବେଶି ହାନୀକାରକ। ନିକଟରେ ହୋଇଥିବା ଏକ ଗବେଷଣାରୁ ଜାଣିବାକୁ ମିଳିଛି ଯେ ଭଲ ଭାବେ ଫ୍ରାଏଡ୍‌ ହୋଇଥିବା ଚିକେନ ଓ ମାଛ ଅଧିକା ପରିମାଣରେ ସେବନ କରିବା ଆୟୁଷ ହ୍ରାସର କାରଣ ହୋଇଥାଏ। ବ୍ରିଟିଶ ମେଡିକାଲ ପତ୍ରିକାରେ ଏ ସଂପର୍କରେ ସ୍ପଷ୍ଟ ଭାବେ ଲେଖାଯାଇଛି।

ଲେଖାଯାଇଛି ଯେ ନିୟମିତ ଭାବେ ଫ୍ରାଏଡ୍‌ ହୋଇଥିବା ଚିକେନ ଓ ମାଛ ଖାଇବା ଦ୍ୱାରା ବିଭିନ୍ନ କାରଣରୁ ମୃତ୍ୟୁ ନିକଟତର ହୋଇଥାଏ। ବିଶେଷ କରି ଏହା ହୃଦ୍‌ରୋଗର ମୁଖ୍ୟ କାରଣ ପାଲଟିଥାଏ।

chicken 1

ଏହି ଗବେଷଣା କରିବା ପାଇଁ ୫୦ରୁ ୭୯ ବର୍ଷ ମଧ୍ୟରେ ପ୍ରାୟ ୧ ଲକ୍ଷରୁ ଊର୍ଧ୍ୱ ମହିଳାଙ୍କୁ ସାମିଲ୍‌ କରାଯାଇଥିଲା।

ସାମିଲ୍‌ ହୋଇଥିବା ମହିଳାମାନଙ୍କ ଜୀବନଶୈଳୀ, ଖାଦ୍ୟ, ଶିକ୍ଷା, ରୋଜଗାର ଆଦିକୁ ଭିତ୍ତିକରି ଏହି ଗବେଷଣା କରାଯାଇଥିଲା।

ଏହା ପରେ ଫ୍ରାଏଡ୍‌ ଚିକେନ୍‌ ଅଧିକ ପରିମାଣରେ ଖାଇବା ଦ୍ୱାରା ଆୟୁଷ ହ୍ରାସ ପାଇଥାଏ ବୋଲି ଗବେଷକମାନେ ନିଶ୍ଚିତ ହୋଇଥିଲେ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More