ଓଜନ କମ କରିବାରେ ସହାୟକ ହୁଏ ଭଜା ରସୁଣ, ଜାଣନ୍ତୁ କିପରି
ରସୁଣ କେବଳ ଖାଦ୍ୟର ସ୍ୱାଦ ବଢେଇନଥାଏ ବରଂ ଔଷଧ ଭଳି କାମ କରିଥାଏ । ରସୁଣରେ ଭରପୁର ମାତ୍ରାରେ ଆଣ୍ଟିଅକ୍ସିଡେଣ୍ଟ ଥାଏ, ଯାହା ରୋଗରୁ ରକ୍ଷା କରିଥାଏ । ମୁଖ୍ୟତଃ ହୃଦରୋଗ ଏବଂ କର୍କଟ ରୋଗ ପାଇଁ ରସୁଣ ବ୍ୟବହାର ବହୁତ ଲାଭଦାୟକ ଅଟେ ।
ମୋଟାପଣ କମ କରିବା ପାଇଁ ଭଜା ରସୁଣ ଖୁବ୍ ସହାୟକ ହୋଇଥାଏ । ଏହାଦ୍ୱାରା ମୋଟାବଲିଜିମ୍ ଦୃତଗତିରେ କାମ କରିଥାଏ । ସେଥିପାଇଁ ଓଜନ କମ କରିବା ପାଇଁ ହେଲେ ନିୟମିତ ରାତିରେ ଶୋଇବା ପୂର୍ବରୁ ଭଜା ରସୁଣ ଖାଆନ୍ତୁ ।
ଯଦି ଆପଣ ପ୍ରତିଦିନ ୨ ରୁ ୩ କୋଲା ରହୁଣ ଖାଉଛନ୍ତି ତେବେ ଏହାଦ୍ୱାରା ହୃଦ୍ ସମ୍ବନ୍ଧୀୟ ରୋଗରୁ ରକ୍ଷା ପାଇପାରିବେ । ଏହା ଅନେକ ରୋଗରୁ ରକ୍ଷା କରିଥାଏ ।
ଯେଉଁ ବ୍ୟକ୍ତିଙ୍କର ଉଚ୍ଚ ରକ୍ତଚାପ ଜନିତ ସମସ୍ୟା ଅଛି, ସେମାନେ ନିହାତି ଭାବେ ଭଜା ରସୁଣ ଖାଆନ୍ତୁ । ଭଜା ରସୁଣରେ ଏଭଳି ତତ୍ୱ ଅଛି ଯାହା ଶରୀରରେ ଭଲ କୋଲେଷ୍ଟ୍ରଲକୁ ବଢାଇଥାଏ ଯାହାଦ୍ୱାରା ଖରାପ କୋଲେଷ୍ଟ୍ରଲ ହ୍ରାସ ହେବାରେ ସହଜ ହୋଇଥାଏ ।