Only for Entertainment

ରିଲିଜ ହେଲା ‘ଫ୍ରମ୍ ମି ଟୁ ୟୁ’ର ରୋମାଣ୍ଟିକ ଗୀତ ‘କିଛି କିଛି ହେଇ ଯାଏ’, ଦେଖିବାକୁ ମିଳିଲା ଅମ୍ଲାନ-ଶ୍ରଦ୍ଧାଙ୍କ ଲଭ କେମେଷ୍ଟ୍ରୀ

you tube
40

ଖୁବଶୀଘ୍ର ପରଦାକୁ ଆସିବାକୁ ଯାଉଛି ରୋମାଂଟିକ୍ କାହାଣୀକୁ ନେଇ ଚଳଚ୍ଚିତ୍ର ‘ଫ୍ରମ୍ ମି ଟୁ ୟୁ’ । ସିନେମାର ସୁଟିଂ, ଏଡିଟିଂ ଶେଷ ହୋଇଥିବାବେଳେ ଏବେ ଚାଲିଛି ପୋଷ୍ଟ ପ୍ରଡକ୍ସନ୍ କାମ । ଏହାରି ଭିତରେ ମେକର୍ ରିଲିଜ୍ କରୁଛନ୍ତି ଫିଲ୍ମର ଗୀତ ସବୁ । ରୋମାଂଟିକ୍ ଟାଇଟେଲ୍ ଟ୍ରାକ୍ ପରେ ଏବେ ରିଲିଜ୍ ହୋଇଛି ଫିଲ୍ମର ଆଉ ଏକ ରୋମାଂଟିକ୍ ଗୀତ । ଏହି ରୋମାଂଟିକ୍ ଗୀତର ଟାଇଟେଲ୍ ରହିଛି ‘କିଛି କିଛି ହେଇ ଯାଏ’ । ଏଥିରେ ଫିଲ୍ମର ଲିଡ୍ ଅମ୍ଳାନ ଓ ଶ୍ରଦ୍ଧାଙ୍କୁ ଦେଖିବାକୁ ମିଳିଛି । ଦୁହିଁଙ୍କ ଭିତରେ ରୋମାନ୍ସ ଓ ଡ୍ରାମା ଦେଖିବାକୁ ମିଳିଛି ଏହି ଗୀତରେ ।

ପ୍ରଥମ ଥର ପାଇଁ ପରଦାରେ ରୋମାନ୍ସ କରିବାକୁ ଯାଉଛନ୍ତି ଏହି ଯୋଡି । ରିଲିଜ୍ ହୋଇଥିବା ଏହି ଗୀତରେ ଶୁଣିବାକୁ ମିଳିଛି, କଣ୍ଠଶିଳ୍ପୀ ହ୍ୟୁମାନ୍ ସାଗର୍ ଓ ଅନନ୍ୟା ଶ୍ରୀତମ ନନ୍ଦଙ୍କ ଗାୟିକୀ । ଏହି ମନଛୁଆଁ ଗୀତରେ ସଙ୍ଗୀତର ଭାର ତୁଲାଇଛନ୍ତି ପ୍ରେମ ଆନନ୍ଦ । ଆଉ ଗୀତର ଲିରିକ୍ସ ଦେଇଛନ୍ତି ଗୀତିକାର ବସନ୍ତରାଜ ସାମଲ୍ । ପୁଣିଥରେ ହ୍ୟୁମାନ୍ ସାଗର୍ ଓ ଅନନ୍ୟାଙ୍କ ଯୁଗଲବନ୍ଦୀ ସ୍ରୋତାଙ୍କ ମନକୁ ଛୁଇଁବାରେ ସଫଳ ହୋଇଛି । ରିସ୍ତା ୱେଭସ୍ ଏଂଟରଟେନମେଂଟ୍ ବ୍ୟାନରରେ ପ୍ରସ୍ତୁତ ହେଉଥିବା ଏହି ଚଳଚ୍ଚିତ୍ରର କାହାଣୀ, ସ୍କ୍ରିନପ୍ଲେସହ ନିର୍ଦ୍ଦେଶନା ଦାୟିତ୍ୱରେ ଅଛନ୍ତି ହେମନ୍ତ ସାହୁ । ଖୁବଶୀଘ୍ର ପରଦାକୁ ଆସିବ ଚଳଚ୍ଚିତ୍ର ‘ଫ୍ରମ୍ ମି ଟୁ ୟୁ’ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More