ଟିଭି ଏବଂ ଟିକଟକ ପପୁଲାର ଚେହେରା ଜନ୍ନତ ଜୁବୈର ଏବେ ଏକ ନୂଆ ପଂଜାବୀ ଗୀତ ଭିଡିଓରେ ନଜର ଆସିଛନ୍ତି । ଖାସ କଥା ହେଉଛି ଏଥିରେ ତାଙ୍କ ସହ ଟିକଟକର ଆଉ ଏକ ଷ୍ଟାର ମିଷ୍ଟର ଫୈସୁ ନଜର ଆସିଛନ୍ତି । ଦୁହେଁ ଯେଉଁ ଗୀତରେ ନଜର ଆସିଛନ୍ତି ଏହି ଗୀତକୁ ରାମଜୀ ଗୁଲାଟୀ ଖାଇଛନ୍ତି ଏବଂ ଲେଖିଛନ୍ତି ମଧ୍ୟ ।
ଗୀତରେ କୋରିଓଗ୍ରାଫି କରିଛନ୍ତି ଅମିିତ ସ୍ୟାଲ ଏବଂ ଏଥିରେ ଟେକନିକର ମଧ୍ୟ ସୁନ୍ଦର ପ୍ରୟୋଗ କରାଯାଇଛି । ରିଲିଜ ହେଉ ହେଉ ଏହି ଗୀତ ହିଟ ହେବାରେ ମଧ୍ୟ ଲାଗିଛି ଏବଂ ୟୁଟ୍ୟୁବରେ ଗୋଟିଏ ଦିନରେ ଏହାକୁ ୬.୪ମିଲିଅନ ଭ୍ୟୂ ମିଳିସାରିଲାଣି ।