Only for Entertainment

ବନ୍ୟାର ଆତଙ୍କି ରୂପ, କାର ସହିତ ନଦୀରେ ଭାସିଗଲେ ସମଗ୍ର ପରିବାର ।

bollywood tadka
0 55

ମୁମ୍ବାଇରେ ଗତ କିଛି ଦିନ ହେବ ହେଉଥିବା ବର୍ଷାରେ ଲୋକ ଅସ୍ତବ୍ୟସ୍ତ ହୋଇ ପଡ଼ିଛନ୍ତି । ବର୍ଷାର ଏକ ଭୟଙ୍କରୀ ରୂପ ସାମ୍ନାକୁ ଆସିଛି । କିନ୍ତୁ ଗାଁ ଲୋକଙ୍କ ସହାୟତାରେ ସେହି ଲୋକମାନେ ବଂଚି ଯାଇଛନ୍ତି । ସୋସିଆଲ ମିଡିଆରେ ଏହି ଭିଡ଼ିଓ ଖୁବ ଭାଇରାଲ ହେଉଛି ।

ଏହି ଘଟଣା ନୂଆ ମୁମ୍ବାଇର ତଲୋଜାର ବୋଲି କୁହାଯାଉଛି । ଖବର ଅନୁସାରେ ସୋମବାର ଦିନ ଜଣେ ବ୍ୟକ୍ତି ତାଙ୍କ ପତ୍ନୀ ଏବଂ ଦୁଇ ପିଲାଙ୍କ ସହିତ କାରରେ ଯାଉଥିଲେ । ଘୋଟଗାଁର ବ୍ରିଜ ଉପରେ ପହଂଚିବା ମାତ୍ରେ କାର ନିୟନ୍ତ୍ରଣ ହରାଇ ବସିଥିଲା । ଏହାପରେ କାର ଜଳରେ ଭାସିଗଲା । ଗାଁ ଲୋକ ଦେଖିବା ମାତ୍ରେ ସାହାଯ୍ୟ ପାଇଁ ପହଂଚିଲେ । ଭିଡ଼ିଓରେ ଦେଖାଯାଉଛିଯେ ସେହି ପରିବାର କାର ଉପରେ ବସିଛନ୍ତି । ଲୋକମାନେ ଜେସିବି ମେସିନ ଏବଂ ରସି ସାହାଯ୍ୟରେ ଜଣ ଜଣକୁ ବାହାର କଲେ ।

 

ଗାଁ ଲୋକଙ୍କ କହିବା ଅନୁସାରେ ସାମାନ୍ୟ ବିଳମ୍ବ ହୋଇଥିଲେ ସମଗ୍ର ପରବାର ଭାସି ଯାଇଥାନ୍ତେ । ତଥାପି ଏହା ଦ୍ୱାରା କିଛି ଲୋକ ସାମାନ୍ୟ ଆଘାତ ମଧ୍ୟ ପାଇଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More