Only for Entertainment

ଫର୍ଣ୍ଣିଚର କିଣିବା ସମୟରେ ଏହି ଦିଗ ପ୍ରତି ଧ୍ୟାନ ଦିଅନ୍ତୁ ।

oak furniture
0 42

ଘରକୁ ସୁନ୍ଦର କରିବା ପାଇଁ ଆଜିକାଲି ବିଭିନ୍ନ ଡିଜାଇନର ଫର୍ଣ୍ଣିଚର ବ୍ୟବହାର କରାଯାଉଛି । କିନ୍ତୁ କେବେ କେବେ ମହଙ୍ଗା ଡିଜାଇନର ଫର୍ଣ୍ଣିଚର ପାଇଁ ବାସ୍ତୁ ଦୋଷ ସୃଷ୍ଟି ହୋଇଥାଏ । ଏହା ସହିତ ବ୍ୟକ୍ତିକୁ ଆର୍ଥିକ କ୍ଷତି ସହିବାକୁ ପଡ଼ିଥାଏ । ଯେବେ ମଧ୍ୟ ଫର୍ଣ୍ଣିଚର କିଣିବାକୁ ଯାଉଛନ୍ତି ତ କିଛି ଦିଗ ପ୍ରତି ଧ୍ୟାନ ଦିଅନ୍ତୁୁ ।

କୌଣସି ଶୁଭଦିନରେ ଫର୍ଣ୍ଣିଚର କିଣିବା ଉଚିତ । ମଙ୍ଗଳବାର,ଶନିବାର ଏବଂ ଅମାବାସ୍ୟାରେ କିଣିବା ଅନୁଚିତ । ଏହା ଦ୍ୱାରା ଆର୍ଥିକ କ୍ଷତି ଘଟିଥାଏ ।

ଶିଶୁ,ଚନ୍ଦନ,ଅଶୋକ,ଶାଳ,ଶାଗୁଆନ ଏବଂ ନିମ ଗଛର କାଠରେ ଫର୍ଣ୍ଣିଚର ତିଆରି କରିବା ଉଚିତ । ଏହା ଶୁଭ ହୋଇଥାଏ ।

ହାଲକା ଫର୍ଣ୍ଣିଚରକୁ ସର୍ବଦା ଉତ୍ତର କିମ୍ବା ପୂର୍ବ ଦିଗରେ ରଖିବା ଉଚିତ । ଏହାର ବିପରୀତ ଦିଗରେ ଭାରି ଫର୍ଣ୍ଣିଚର ରଖିବା ଉଚିତ ।

ଘରେ କାଠ କାମକୁ ସବୁବେଳେ ଦକ୍ଷିଣ ଦିଗରୁ ଆରମ୍ଭ କରି ଉତ୍ତର ଦିଗରେ ସମାପ୍ତ କରନ୍ତୁ ।

ଫର୍ଣ୍ଣିଚରରେ ରାଧା ଓ କୃଷ୍ଣ,ଫୁଲ,ସୂର୍ଯ୍ୟ,ସିଂହ,ଚିତା,ମୟୁର,ଘୋଡ଼ା,ବଳଦ,ଗାଈ,ହାତୀ ଏବଂ ମାଛର ଚିତ୍ର କରିପାରିବେ । ଏହା ବ୍ୟତୀତ ଫର୍ଣ୍ଣିଚରକୁ ହାଲକା ରଙ୍ଗର ପଲିସ କରିପାରିବେ ।

କାର୍ଯ୍ୟସ୍ଥଳ କିମ୍ବା ଅଫିସରେ ଷ୍ଟିଲର ଫର୍ଣ୍ଣିଚର ବ୍ୟବହାର କରିବା ଉଚିତ । ଏହା ଦ୍ୱାରା ସକରାତ୍ମକ ପ୍ରଭାବ ପଡ଼ିଥାଏ ଏବଂ ଧନ ବଢିଥାଏ ।

ଫର୍ଣ୍ଣିଚରରେ ଅଧିକ ବେଶ ଥିଲେ ଏହା ଅଶୁଭ ହୋଇଥାଏ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More