Only for Entertainment

କାମ ଦେଲା ନାହିଁ ମିକାଙ୍କ ଚାଲ, କ୍ଷମା ଦେଲା ନାହିଁ ଏଫଡବ୍ଲ୍ୟୁଆଇସି, ମିଳିଲା ଚେତାବନୀ,ଯେଉଁ ଆକ୍ଟର ମିକାଙ୍କ ସହିତ କାମ କରିବେ…………

hindirush
130

ବଲିଉଡ ସିଙ୍ଗର ମିକା ସିଂଙ୍କ ସମସ୍ୟା କମ ହେବାର ନାମ ନେଉନାହିଁ । ଅଲ ଇଣ୍ଡିଆ ସିନେ ୱର୍କର୍ସ ଏସୋସିଏସନ ଏବଂ ଫାଉଣ୍ଡେସନ ଅଫ ୱେଷ୍ଟର୍ଣ୍ଣ ଇଣ୍ଡିଆ ସିନେ ଏମ୍ପଲଇଜ ଏସୋସିଏସନ ଦ୍ୱାରା ବ୍ୟାନ ର ସାମ୍ନା କରିଥିବା ମିକା ସିଂ ତାଙ୍କ ଫ୍ୟାନ୍ସ ଏବଂ ଏସୋସିଏସନଙ୍କୁ କ୍ଷମା ମାଗିଛନ୍ତି । କିନ୍ତୁ ଦୁଇ ସଙ୍ଗଠନ ମିକାଙ୍କୁ ସାମାନ୍ୟ ମାତ୍ର କ୍ଷମା କଲେ ନାହିଁ । ଏଫଡବ୍ଲ୍ୟୁଆଇସିର ମହାସଚିବ ଅଶୋକ ଦୁବେଙ୍କ କହିବା ଅନୁସାରେ ମିକା ସିଂଙ୍କ ସହିତ ଯେଉଁ ଆକ୍ଟର କାମ କରିବେ ତାଙ୍କୁ ମଧ୍ୟ ବ୍ୟାନ ଲଗାଯିବ ।

ଅଶୋକ ଦୁବେ ଏହା ମଧ୍ୟ କହିଛନ୍ତିଯେ ମଙ୍ଗଳବାରକୁ ଏହାକୁ ନେଇ ଏକ ମିଟିଙ୍ଗ ରଖା ଯାଇଛି, ଯଦି ମିକା ସିଂ ସନ୍ତୁଷ୍ଟ ଉତ୍ତର ଦେଇପାରିବେ ନାହିଁ ତେବେ ତାଙ୍କ ଉପରେ ପ୍ରତିବନ୍ଧ ଜାରି ରହିବ । ତେବେ ଆକ୍ଟର, ଡାଇରେକ୍ଟର,ଟେକ୍ନିସିଆନ,ଏଭଳିକି ସ୍ପଟବଏ ମଧ୍ୟ କାମ କରିବେ ନାହିଁ । ଯଦି କେହି କାମ କରିବ, ବା ସେ ସଲମାନ ଖାନ ମଧ୍ୟ ହୁଅନ୍ତୁ ତାଙ୍କୁ ମଧ୍ୟ ବ୍ୟାନ କରାଯିବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More