Only for Entertainment

ମେସି ୱିଲିୟମ୍ସ : ଗେମ ଅଫ ଥ୍ରୋନ୍ସ’ର ଶେଷରେ ସନ୍ତୁଷ୍ଟ ହେବେ ନାହିଁ ପ୍ରଶଂସକ !

20

ଗେମ ଅଫ ଥ୍ରୋନ୍ସ’ର ଅଭିନେତ୍ରୀ ମେସୀ ୱିଲିୟମ୍ସଙ୍କ କହିବା ମୁତାବକ ଏହାର କୌଣସି ଫରକ ପଡୁନାହିଁ ଯେ ଗେମ ଅଫ ଥ୍ରୋନ୍ସର ଶେଷରେ ସିଂହାସନରେ କିଏ ବସିବ, କିନ୍ତୁ ଶୋ’ ଶେଷ ହେବ ପ୍ରକ୍ରିୟା ହୁଏତ ଦର୍ଶକଙ୍କୁ ପସନ୍ଦ ଆସି ନପାରେ ।

ଶୋ’ରେ ମ୍ୟାସି ଆର‌୍ୟ ଷ୍ଟାର୍କଙ୍କ ଭୂମିକାରେ ଅଛନ୍ତି ଯିଏ କି ପ୍ରତିଶୋଧ ନେବା ଲାଗି ବଡ ହୋଇଛି । ୨୧ବର୍ଷୀୟ ଅଭିନେତ୍ରୀ କହିଛନ୍ତି ଯେ ଏହା ଶୋ’ ଶେଷ କରିବାର ସଠିକ ସମୟ ଅଟେ । ଏହାସହ ସେ କହିଛନ୍ତି ଯେ ଏହି ଶୋ’ର ଅଂଶ ହୋଇଥିବାରୁ ସେ ନିଜକୁ ଧନ୍ୟ ମନେ କରୁଛନ୍ତି । ଏହାସହ କହିଛନ୍ତି ତାଙ୍କର ଏହି ଫାଇନାଲ ସିଜନକୁ ଲୋକମାନେ ପସନ୍ଦ କରିବେ ଏବଂ ଖୁସି ଖୁସି ବିଦାୟ ଦେବେ ।

ଏଚବିଓର ଏହି ଲୋକପ୍ରିୟ ଫାଂଟାସୀ ନାଟକର ପ୍ରିମିୟର ୧୪ଅପ୍ରେଲରେ ହେବ । ଆପଣଙ୍କୁ ଏଠାରେ କହି ରଖୁଛୁ ଯେ ଏହି ସିରିଜର ୭ସିଜନ ଦୁଇ ବର୍ଷ ପୂର୍ବେ ଆସିଥିଲା । ଟିଭି ଚ୍ୟାନେଲ ଏଚବିଓର ପ୍ରସିଦ୍ଧ ଡ୍ରାମା ସିରିଜ ‘ଗେମ ଅଫ ଥ୍ରୋନ୍ସ’ ସବୁବେଳେ ଚର୍ଚ୍ଚାରେ ରହିଆସିଛି । ଏବେ ପର୍ଯ୍ୟନ୍ତ ଏହି ସିରିଜ ୭ଟି ସିଜନ ଆସି ସାରିଲାଣି ଯାହାକୁ ଦର୍ଶକ ଖୁବ ପସନ୍ଦ କରିଛନ୍ତି ।

ସିରିଜର ପୂର୍ବ ସିଜନରେ ୧୦ଟି ଏପିସୋଡ ରହିବ । ଟିଭିର ସିଡ୍ୟୁଲକୁ ନଜରରେ ରଖାଯାଇ ଏଭଳି ନିଷ୍ପତି ନିଆଯାଇଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More