Only for Entertainment

‘ଗେମ ଅଫ ଥ୍ରୋନ୍ସ’ର ଶେଷ ସିଜନର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ, ଦେଖନ୍ତୁ !

youtube
0 34

ସାରା ଦୁନିଆରେ ପ୍ରସିଦ୍ଦ ଏଚବିଓ ଚ୍ୟାନେଲର ସିରିଜ ‘ଗେମ ଅଫ ଥ୍ରୋନ୍ସ’ର ଶେଷ ସିରିଜ ଲମ୍ବା ସମୟ ହେବ ଚର୍ଚ୍ଚାରେ ରହି ଆସିଛି । ଏବେ ପର୍ଯ୍ୟନ୍ତ ଏହାର ୭ଟି ସିଜନ ରିଲିଜ ହୋଇ ସାରିଲାଣି । ଯାହାକୁ ଦର୍ଶକ ଖୁବ ପସନ୍ଦ କରିବାରେ ଲାଗିଛନ୍ତି । ଏହି ହଲିଉଡ ସିନେମାରର ପ୍ରଥମ ସିରିଜ ଯାହା ସାରା ଦୁନିଆରେ ଚର୍ଚ୍ଚାର ବିଷୟ ପାଲଟିଛି ।

ଦର୍ଶକ ଏହାକୁ ଲମ୍ବା ସମୟ ପର୍ଯ୍ୟନ୍ତ ଅପେକ୍ଷା କରିଥିଲେ । ଏବେ ଏହାର ଶେଷ ସିଜନର ସୁଟିଂ ଚାଲିଛି । ଏହାମଧ୍ୟରେ ଏହାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ଗେମ ଅଫ ଥ୍ରୋନ୍ସର ଏହି ଭିଡିଓ ଏବେ ପର୍ଯ୍ୟନ୍ତ ହଜାର ହଜାର ଲୋକ ଦେଖି ସାରିଲେଣି । ଏଠାରେ ଯଦି ଭିଡିଓ ବିଷୟରେ କହିବା ତେବେ ଏଥିରେ ସମସ୍ତ କଳାକାର ନଜର ଆସିଛନ୍ତି । ଏହାବ୍ୟତୀତ ଏହି ଭିଡିଓ ଜରିଆରେ ଗେମ ଅଫ ଥୋନ୍ସ ସହ ଜଡିତ କିଛି ଖାସ କଥା ଦର୍ଶକଙ୍କୁ ବତାଉଥିବା ଦେଖିବାକୁ ମିଳିଛି ।

ଏଠାରେ ଆମେ କହି ରଖୁଛୁ ଯେ ପ୍ରାଇମ ଟାଇମ ଏମ୍ମି ପୁରସ୍କାର ୨୦୧୮ରେ ନୋମିନେଟ ହେବାକୁ ଥିବା ଏହି ଫିଲ୍ମର ଶେଷ ସିରିଜ ଖୁବ ରୋମାଂଚକର ହେବ ବୋଲି ଶୁଣିବାକୁ ମିଳିଛି । ୨୦୧୯ସୁଦ୍ଧା ଏହି ଫିଲ୍ମ ରିଲିଜ ହୋଇପାରେ ବୋଲି ଅନୁମାନ ଲଗାଯାଇପାରେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More