Only for Entertainment

ଖୁବଶୀଘ୍ର ପରଦାକୁ ଫେରୁଛି ନେଟଫ୍ଲିକ୍ସ ଇଣ୍ଡିଆନ ସିରିଜ ‘ସେକ୍ରେଡ ଗେମ୍ସ୨’ ।

Hindustan Times
0 49

ନେଟଫ୍ଲିକ୍ସର ଫର୍ଷ୍ଟ ଓରିଜିନାଲ ଇଣ୍ଡିଆନ ସିରିଜ ‘ସେକ୍ରେଡ ଗେମ୍ସ’ର ଫ୍ୟାନ୍ସ ମାନଙ୍କ ପାଇଁ ଖୁସିଖବର । ନେଟଫ୍ଲିକ୍ସ ଇଣ୍ଡିଆ ଶୁକ୍ରବାର ଦିନ ଏହି ସିରିଜର ପାର୍ଟ୨ ଘୋଷଣା କରିଛନ୍ତି । ଏହି ପପୁଲାର କ୍ରାଇମ ଡ୍ରାମାର ଟିଜର ଏବେ ରିଲିଜ ହୋଇଛି । ଏଠାରେ ଆମେ କହି ରଖୁଛୁ ଯେ ଅନୁରାଗ କଶ୍ୟପ ଏବଂ ବିକ୍ରମାଦିତ୍ୟ ମୋଟବାନୀଙ୍କ ସେକ୍ରେଡ ଗେମ୍ସ ଚର୍ଚ୍ଚା ଖୁବ ଜୋର ଧରିଥିଲା ।

ନେଟଫ୍ଲିକ୍ସର ଅଫିସିଆଲ ଟ୍ୱିଟର ହ୍ୟାଣ୍ଡେଲରେ ଶେୟାର କରାଯାଇଥିବା ଟିଜରରେ ଗାୟତୋଣ୍ଡେ ଅର୍ଥାତ ଅଭିନେତା ନବାଜଙ୍କ ଡାଏଲଗ ଶୁଣିବାକୁ ମିଳିଛି । ଏହି ଟିଜରରେ କୌଣସି କଳାକାର ନଜର ଆସିନାହାନ୍ତି । ଏହି ସିଜନର ଫଷ୍ଟ ଏପିସୋଡ ୮ଟି ଥିବା ବେଳେ ଏବେ ଏହାର ୨ପାର୍ଟ ଖୁବ ଶୀଘ୍ର ଆସୁଛି । ଅନୁମାନ ଲଗାଯାଉଛି ଯେ ଏହି ସିଜନରେ ଗଣେଷ ଗାୟତୋଣ୍ଡେ କିପରି ଫେରୁଛି ଏବଂ ସରତାଜ ଅର୍ଥାତ ସୈଫ ଅଲ୍ଲୀ ଖାନଙ୍କ ଲାଇଫ ଏକ୍ସପ୍ଲୋର ହୋଇପାରେ । ସେ ଯାହାବି ହେଉ ସେକ୍ରେଡ ଗେମ୍ସର ପାର୍ଟ୨କୁ ନେଇ ଖୁବ ଉତ୍ସାହିତ ଥିବା ଜଣା ପଡିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More