Only for Entertainment

ଯେତେବେଳେ ଗୌତମ ଋଷିଙ୍କ ରୋଷେଇ ଘରୁ ଖାଦ୍ୟ ଚୋରି କରିଥିଲେ ଗଣପତି ।

dailypost.in
0 38

ସମସ୍ତେ ଜାଣନ୍ତିଯେ ଛୋଟବେଳେ ପ୍ରଭୁ ଗଣେଶ ଖୁବ ନଟଖଟ ଥିଲେ । ତାଙ୍କର ସେହି ବାଲ୍ୟ ଲୀଳା ପାଇଁ ମା ପାର୍ବତୀ ସର୍ବଦା ଚିନ୍ତିତ ଥିଲେ । କେବେ କେବେ କ୍ରୋଧିତ ହୋଇ ମାତା ଦଣ୍ଡ ମଧ୍ୟ ଦେଉଥିଲେ । ତେବେ ଆସନ୍ତୁ ପିଲାଦିନ ସହିତ ଜଡ଼ିତ ପ୍ରଭୁ ଗଣପତିଙ୍କ ବିଷୟରେ ଏକ କଥା ଜାଣିବା ।

ଥରେ ବାଲ୍ୟ ସମୟରେ ଗଣେଶ ତାଙ୍କ ମିତ୍ର ମାନଙ୍କ ସହିତ ଖେଳୁଥିଲେ । ଖେଳୁଥିବା ସମୟରେ ତାଙ୍କୁ ଭୋକ ଲାଗିଲା । ସେ ଯେଉଁଠାରେ ଖେଳୁଥିଲେ ତାହା ନିକଟରେ ଗøତମ ଋଷିଙ୍କର ଆଶ୍ରମ ଥିଲା । ଋଷି ଧ୍ୟାନରେ ମଗ୍ନ ଥିଲେ ଏବଂ ତାଙ୍କ ପତ୍ନୀ ରୋଷେଇ ଘରେ ଭୋଜନ ପ୍ରସ୍ତୁତ କରୁଥିଲେ । ଗଣେଶ ପ୍ରଭୁ ଆଶ୍ରମକୁ ଗଲେ ଏବଂ ଅହଲ୍ୟାଙ୍କର ଧ୍ୟାନ ସାମାନ୍ୟ ବଦଳିଯିବା ପରେ ଗଣେଶ ରୋଷେଇ ଘରେ ପ୍ରବେଶ କଲେ । ସେଠାରୁ ସମସ୍ତ ଖାଦ୍ୟ ଚୋରି କରି ନେଇ ସାଙ୍ଗମାନଙ୍କ ମଧ୍ୟରେ ବାଂଟି ଖାଇଲେ । ଅହଲ୍ୟା ରୋଷେଇ ଘରକୁ ଯିବା କ୍ଷଣି ଦେଖିଲେଯେ ଖାଦ୍ୟ ନାହିଁ । ସେ ଋଷିଙ୍କୁ କହିଲେ । ଋଷି ଜଙ୍ଗଲ ମଧ୍ୟରେ ଯାଇ ଦେଖିଲେଯେ ଗଣେଶ ତାଙ୍କ ମିତ୍ର ମାନଙ୍କ ସହିତ ଖାଦ୍ୟ ଖାଉଛନ୍ତି । ଋଷି ତାଙ୍କୁ ଧରି ମାତା ପାର୍ବତୀଙ୍କ ନିକଟକୁ ନେଇଗଲେ ଏବଂ ଚୋରି ବିଷୟରେ କହିଲେ । ଚୋରି କଥା ଶୁଣି ମାତା ଗଣେଶଙ୍କୁ ଏକ କୁଟୀରରେ ବାନ୍ଧି ଦେଲେ । କୁଟୀରରୁ ବାହାରକୁ ଆସିବା ପରେ ସେ ଅନୁଭବ କଲେଯେ ଯେପରି ଗଣେଶ ତାଙ୍କ କୋଳରେ ଅଛନ୍ତି । ସେ କୁଟୀର ଯାଇ ଦେଖିଲେତ ଗଣେଶ କୁଟୀରରେ ବନ୍ଧା ହୋଇ ରହିଥିଲେ । ପୁଣିଥରେ ସେହି ଅନୁଭବ ହେଲା ଏବଂ ତାଙ୍କୁ ଲାଗିଲାଯେ ଗଣେଶ ସାଙ୍ଗ ମାନଙ୍କ ସହିତ ଖେଳୁଛନ୍ତି । କୁଟୀରକୁ ଯିବା ପରେ ପୁଣିଥରେ ଗଣେଶଙ୍କୁ ସେହି ସ୍ଥାନରେ ଦେଖିଲେ । ତେବେ ପ୍ରତ୍ୟେକ ସ୍ଥାନରେ ତାଙ୍କୁ ଗଣେଶ ଦେଖାଗଲେ । ପୁଣି ଥରେ ମାତା କୁଟୀର ଯାଇ ଦେଖିଲେତ ଗଣେଶ ସାଧାରଣ ପିଲାଙ୍କ ଭଳି କାନ୍ଦୁଥିଲେ । ଏହାପରେ ସ୍ନେହ ଏବଂ ଦୟାବଶତଃ ମାତା ଗଣେଶଙ୍କୁ ଖୋଲିଦେଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More