Only for Entertainment

ସ୍କୁଲ ଡ୍ରେସରେ ଝିଅଟି ଗଣେଶ ଉତ୍ସବରେ କଲା ଜବରଦସ୍ତ ଡ୍ୟାନ୍ସ, ଦେଖି ଆଶ୍ଚର୍ଯ୍ୟ ହୋଇଗଲେ ଲୋକ ।

ndtv
0 32

୧୩ ସେପ୍ଟେମ୍ବରରେ ଗଣେଶ ଉତ୍ସବ ଧୁମଧାମରେ ପୁରା ଦେଶରେ ପାଳନ କରାଯାଇଛି । ଚଳିତ ବର୍ଷ ଗଣେଶ ଉତ୍ସବ ୧୩ ସେପ୍ଟେମ୍ବରରୁ ଆରମ୍ଭ ହୋଇ ୨୩ ସେପ୍ଟେମ୍ବର ପର୍ଯ୍ୟନ୍ତ ଚାଲିବ । ଗଣେଶ ଉତ୍ସବକୁ ଲୋକେ ଆଡମ୍ବର ସହିତ ପାଳନ କରିଥାନ୍ତି । ନାଚ ଗୀତରେ ଭଗବାନଙ୍କୁ ସ୍ୱାଗତ କରିଥାନ୍ତି । ଇତି ମଧ୍ୟରେ ଏବେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ଯାହାକୁ ଲୋକେ ଖୁବ ପସନ୍ଦ କରିଛନ୍ତି ।

ଭିଡିଓରେ ଜଣେ ସ୍କୁଲ ଛାତ୍ରୀ ସ୍କୁଲ ଡ୍ରେସ ପିନ୍ଧି ଗଣେଶ ଚତୁର୍ଥୀରେ ଜବରଦସ୍ତ ଡ୍ୟାନ୍ସ କରୁଥିବା ଦେଖିବାକୁ ମିଳିଛି । ଏହି ଭିଡିଓକୁ ଲୋକେ ପସନ୍ଦ କରିବା ସହିତ ଫେସବୁକ ଏବଂ ହ୍ୱାଟସଆପରେ ମଧ୍ୟ ସେୟାର କରୁଛନ୍ତି । ଏହି ଭିଡିଓକୁ ବର୍ତ୍ତମାନ ସୁଦ୍ଧା ୯୦ ହଜାରରୁ ଅଧିକ ଭ୍ୟୁଜ ମିଳିସାରିଛି । ଏହା ଛଡା ଭିଡିଓକୁ ୨୦ ହଜାରରୁ ଅଧିକ ସେୟାର ଏବଂ ୧୧ ହଜାରରୁ ଅଧିକ ରିୟାକ୍ସନ ମିଳିସାରିଛି । କିନ୍ତୁ ଏହି ଭିଡିଓଟି କେବେର ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More