Only for Entertainment

ବୁଧବାର ଦିନ ଏପରି କରନ୍ତୁ ଗଣେଶଙ୍କୁ ଆରାଧନା, ପୂର୍ଣ୍ଣ ହେବ ମନୋସ୍କାମନା !

NDTVfood
0 72

ଭଗବାନ ଗଣେଶ ବୁଦ୍ଧି, ଧନ, ଜ୍ଞାନ, ଯଶ, ସମ୍ମାନ, ପଦବୀ ଏବଂ ଅନେକ ଭୌତିକ ସୁଖ ପ୍ରଦାନ କରିବା ଦେବତା ଅଟନ୍ତି ଏବଂ ସେ ସମସ୍ତ ପାପ ଏବଂ ଗ୍ରହ ମାନଙ୍କର କୁପ୍ରଭାବରୁ ବଂଚିତ କରିଥାଆନ୍ତି । ତେଣୁ ସେ ବିଘ୍ନହର୍ତା ରୂପେ ଘରେ ଘରେ ପୂଜା ପାଇଥାଆନ୍ତି । ଗଶେଷଙ୍କୁ ପୂଜା କରିବା ସବୁଦିନ ଶୁଭ ଅଟେ ମାତ୍ର ବୁଧବାର ତାଙ୍କୁ ବିଶେଷ ଭାବେ ପୂଜା କରିବା ଦ୍ୱାରା ଶୁଭ ଫଳ ପ୍ରାପ୍ତ ହୋଇଥାଏ । କାରଣ ଏହା ତାଭ୍କର ପ୍ରିୟ ବାର ଅଟେ । ତାଙ୍କର ପୂଜାରେ ପ୍ରତ୍ୟେକ ଜିନିଷର ଭିନ୍ନ ମହାନତା ରହିଥାଏ । କିନ୍ତୁ ଏହି ପୂଜାରେ ବିଶେଷ ଉପାଦାନ ସିନ୍ଦୁର ଅଟେ । ଏହା ଶୁଭର ପ୍ରତୀକ ସ୍ୱରୂପ ମାନ୍ୟତା ରହିଛି ।
ବୁଧବାର ଦିନ ଗଣେଶଙ୍କର ସମ୍ପୂର୍ଣ୍ଣ ବିଦ୍ଧି ବିଧାନ ଅନୁସାରେ ପୂଜା କରିବା ଦ୍ୱାରା ଘରେ ଶୁଭ ହୋଇଥାଏ ଏବଂ ସକାରାତ୍ମକ ଶକ୍ତିର ପ୍ରବେଶ ହୋଇଥାଏ ।
ପୁରାଣରେ ବର୍ଣ୍ଣିତ ରହିଛି ଯେ ସିନ୍ଦୁର ଶିବଙ୍କ ତେଜରୁ ଜନ୍ମ ନେଇଛି । ଏହା ତାଙ୍କ ପୁତ୍ର ଗଣେଶଙ୍କର ପ୍ରିୟ ଅଟେ । ତେଣୁ ବୁଧବାର ଦିନ ଏହି ମନ୍ତ୍ର ଉଚ୍ଚାରଣ କରି ସିନ୍ଦୁର ଅର୍ପଣ କରନ୍ତୁ ।
ମନ୍ତ୍ର“ସିନ୍ଦୁରଂ ଶୋଭନଂ ରକ୍ତଂ ସୌଭାଗ୍ୟଂ ସୁଖବର୍ଦ୍ଧନମ୍ । ଶୁଭଦଂ କାମଦଂ ଚୈବ ସିନ୍ଦୂରଂ ପ୍ରତିଗୃହ୍ୟାତ୍ତମ୍ । ।”
ଏହି ମନ୍ତ୍ରକୁ ଜପ କରିବା ଯଦି କଷ୍ଟ ହୁଏ ତେବେ ଗଣେଶଙ୍କର ଆଉ ଏକ ପ୍ରିୟ ମନ୍ତ୍ରକୁ ଆପଣ ଜପ ମଧ୍ୟ କରି ପାରିବେ – “ଓଁ ଗଙ୍ଗ୍ ଗଣପତୟେ ନମଃ କିମ୍ବା ଶ୍ରୀ ଗଣେଶାୟ ନମଃ”
କରନ୍ତୁ ଏହି କାର୍ଯ୍ୟ
ନାଲି ରଂଗର ଓଢଣୀ ଦାନ କରନ୍ତୁ ।
ସିନ୍ଦୁର ଅର୍ପଣ କରନ୍ତୁ ।
ନାଲି ରଂଗର ମୋଦକ ମଧ୍ୟ ଦାନ କରନ୍ତୁ ।
କଠିନ ପରିଶ୍ରମ କରିବା ପରେ ମଧ୍ୟ ଦନ ଳାଭ ହେଉ ନାହିଁ ତେବେ ବୁଧବାର ଗଣେଷ ଦେବତାଙ୍କୁ ସିନ୍ଦୁର ଲେପ କରନ୍ତୁ ଏବଂ ଏହାପରେ ଗୁଡ ଏବଂ ଘିଅ ଭୋଗ ଲଗାନ୍ତୁ । କିଛି ସମୟ ପରେଏହି ଭୋଗକୁ ଗାଇକୁ ଗାଈକୁ ଦାନ କରନ୍ତୁ । ଏହା କରିବା ପରେ ଆପଣଙ୍କୁ ଧନ ପ୍ରାପ୍ତି ହୋଇପାରେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More