Only for Entertainment

ଏଭଳି ଏକ ସ୍ଥାନ ଯେଉଁଠାରେ ମୁସଲିମ ମାନେ ବିବାହ ପୂର୍ବରୁ କରନ୍ତି ଗଣେଶ ବନ୍ଦନା ଏବଂ ଗୋମାତା ପୂଜା !

footprint
0 68

ଗୁଜୁରାଟରେ ଏକ ଏଭଳି ସ୍ତାନ ରହିଛି ଯେଉଁଠି ମୁସଲିମ ବିବାହ ପୂର୍ବରୁ କରାଯାଇଥାଏ ଅନେକ ହିନ୍ଦୁ ରୀତିନୀତି । ଏଥିରେ ଗଣେଶ ଏବଂ ଗୋମାତାଙ୍କୁ ପୂଜା କରାଯାଇଥାଏ । ଏହିଭଳି ଗତ କିଛି ଦିନ ତଳେ ଏକ ମୁସଲିନ ବିବାହ ଆରମ୍ଭ ଗଣେଶଙ୍କ ପୂଜାରୁ ଆରମ୍ଭ ହୋଇଥିଲା । ଏଠାରେ ଆମେ କହି ରଖୁଛୁ ଯେ ଗୁଜୁରାଟ ସାମ୍ପ୍ରଦାୟିକ ସୌହାର୍ଦ୍ଦ୍ୟର ଏହା ପ୍ରଥମ ମିଶାଲ ନୁହେଁ । ଏଠାରେ ହିନ୍ଦୁ ମୁସଲିମଙ୍କ ଏକତା ଖବର ସବୁବେଳେ ଆସିଥାଏ ।

ଅସଲରେ, ଗୁଜୁରାଟର ବେରାବଲରେ ଶବନମଙ୍କ ବିବାହ ତାଙ୍କୁ ପାଳିଥିବା ହିନ୍ଦୁ ପରିବାର ଅବାସଙ୍କ ସହ କରିଛନ୍ତି । ବିବାହ ପୂର୍ବରୁ ଗଣେଶ ବନ୍ଦନା ହୋଇଥିଲା । ଶୁଣିବାକୁ ମିଳିଛି ଯେ ଶବନମଙ୍କୁ ତାଙ୍କ ବାପା ହିନ୍ଦୁ ପରିବାରଙ୍କୁ ଦେଇ ଦେଇଥିଲେ । ୨୦ବର୍ଷ ହେଲାପରେ ମେରାମନ ଜୋରା ହିନ୍ଦୁ ପରିବାର ତାଙ୍କ ବିବାହ ଅବାସ ନାମକ ଯୁବକ ସହ କରିଦେଇଥିଲେ । ଜୋରାଙ୍କ କହିବା ମୁତାବକ, ଶବନମ ପ୍ରତିଦିନ ନମାଜ ପଢୁଥିଲେ, ମାତ୍ର ହିନ୍ଦୁ ପର୍ବକୁ ସେହିଭଳି ଉତ୍ସାହରେ ପାଳନ କରୁଥିଲେ ।

ଗୁଜୁରାଟର କଚ୍ଛର ଇଲାକାରେ ରହୁଥିବା ମଲ୍ଧାରୀ ମୁସଲିମ ସମୁଦାୟ ଏହିଭଳି ହିନ୍ଦୁ ରୀତିନୀତି ପାଳନ କରୁଥିଲେ । ଅସଲରେ ପଶୁପାଳନ ବାଲା ଏହି ସମୁଦାୟ ଭାଗ ପରେ ପାକିସ୍ତାନର ସିନ୍ଧ ଇଲାକାରୁ ଆସି ବସବାସ କରୁଛନ୍ତି । ମିଡିଆ ରିପୋର୍ଟ ମୁତାବକ ଏହି ସମୁଦାୟ ଉପରେ ରିସର୍ଚ୍ଚ ହୋଇଥିଲା, ଯାହାପରେ ଏହି କଥା ଶୁଣିବାକୁ ମିଳିଥିଲା ଏମାନଙ୍କ ପାଇଁ ହିନ୍ଦୁ ରୀତିନୀତି କାହୁଁ କେତେବର୍ଷରୁ ପୁରୁଣା ସାଧାରଣ କଥା ଅଟେ । ୧୮ହଜାରରୁ ଉଦ୍ଧ୍ୱର୍ ଜନସଂଖ୍ୟା ବନ୍ନି ଇଲାକାରେ ହିନ୍ଦୁ ମୁସଲିମ ମିଶି ପର୍ବପର୍ବାଣୀ ପାଳନ କରନ୍ତି । ଏଠାରେ ଆମେ କହିରଖୁଛୁ ଯେ ଗୁଜୁରାଟରେ ପୂର୍ବରୁ ସାମ୍ପ୍ରଦାୟିକ ସୌହାର୍ଦ୍ଧ୍ୟର ଅନେକ ଉଦାହରଣ ସାମ୍ନାକୁ ଆସିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More