ସାମ୍ନାକୁ ଆସିଲା ‘ଗଙ୍ଗୁବାଇ କାଠିଆୱାଡି’ର ପ୍ରଥମ ଲୁକ, ଆଲିଆଙ୍କ ଦେଶୀ ଲୁକ ଦେଖି ସରପ୍ରାଇଜ ହେଲେ ଫ୍ୟାନ୍ସ
ଫିଲ୍ମ ‘କଳଙ୍କ’ରେ ଟ୍ରାଡିସନାଲ ଅବତାରରେ ଫ୍ୟାନ୍ସଙ୍କ ହୃଦୟ ଜିତିବା ପରେ ଅଭିନେତ୍ରୀ ଆଲିଆ ଭଟ୍ଟ ଏବେ ଖୁବ ଶୀଘ୍ର ସଂଜୟ ଲୀଲା ଭଂସାଲୀଙ୍କ ଫିଲ୍ମ ‘ଗଙ୍ଗୁବାଇ କାଠିଆୱାଡା’ରେ ନଜର ଆସିବେ । ନିକଟରେ ଆଲିଆ ଏହି ଫିଲ୍ମର ପ୍ରଥମ ଲୁକ ପୋଷ୍ଟର ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ସେୟାର କରିଛନ୍ତି । ଫିଲ୍ମର ଦୁଇଟି ଲୁକ ପୋଷ୍ଟର ସାମ୍ନାକୁ ଆସିଛି । ଏହି ପୋଷ୍ଟର ଦୁଇଟିରେ ଆଲିଆ ସମ୍ପୂର୍ଣ୍ଣ ଭାବେ ଦେଶୀ ଅନ୍ଦାଜରେ ନଜର ଆସିଛନ୍ତି ।
ଆଲିଆ ନିଜ ଇଂଷ୍ଟାଗ୍ରାମ ଆକାଉଣ୍ଟରେ ଫଟୋକୁ ସେୟାର କରି ଲେଖିଥିଲେ, ଏ ହେଇଛନ୍ତି ‘ଗଙ୍ଗୁବାଇ କାଠିଆୱାଡି’ । ପ୍ରଥମ ଫଟୋରେ ଆଲିଆ ଦେଶୀ ଝିଅ ଭାବେ ନଜର ଆସିଥିବା ବେଳେ ଦ୍ୱିତୀୟ ମୋନୋକ୍ରୋମ ଫଟୋରେ ଆଲିଆ ମଥାରେ ତିଳକ, ଆଖିରେ କାଜଲ ଏବଂ ଗଳାରେ ଗହଣା ପିନ୍ଧି ପାରମ୍ପରିକ ଭାରତୀୟ ମହିଳା ଭାବେ ନଜର ଆସିଛନ୍ତି ।
ସଂଜୟ ଲୀଲା ଭଂସାଲୀଙ୍କ ନିର୍ଦ୍ଦେଶନାରେ ନିର୍ମିତ ଆଲିଆ ଭଟ୍ଟଙ୍କ ଏହି ଫିଲ୍ମ ହୁସୈନ ଜୈଦଙ୍କ ପୁସ୍ତକ ‘ମାଫିଆ କ୍ୱିନ ଅଫ ମୁମ୍ବାଇ’ ଉପରେ ଆଧାରିତ । ଫିଲ୍ମରେ ଆଲିଆ ଗଙ୍ଗୁବାଇ କାଠିଆୱାଡି ନାମକ ଜଣେ ବେଶ୍ୟାଳୟର ମାଳିକାଣୀ ଭାବେ ନଜର ଆସିବେ । ଫିଲ୍ମ ୧୧ ସେପ୍ଟମ୍ବର ୨୦୨୦ରେ ପରଦାକୁ ଆସିବ ।