Only for Entertainment

ଗାର୍ଲିକ ବଟର ଚିକେନ ସହିତ ନିଅନ୍ତୁ ଜୁଚିନି ନୁଡଲ୍ସର ମଜା ।

punjabkesari
59

ଖାଇବାକୁ ତ ସମସ୍ତେ ପସନ୍ଦ କରନ୍ତି । କିନ୍ତୁ ପ୍ରତିଦିନ ଭିନ୍ନ ଭିନ୍ନ ସ୍ୱାଦର ଖାଦ୍ୟ ପ୍ରସ୍ତୁତ କରିବା ଉଚିତ । ତେବେ ଆଜି ବୁଧବାର । ଆପଣ ମଧ୍ୟ ଘରେ ଆମିଷ ରାନ୍ଧିବେ । ତେଣୁ ବିଳମ୍ବ ନ କରି ଆଜି ହିଁ ଘରେ ଟ୍ରାଏ କରନ୍ତୁ ଏହି ଡିସ ।

ପ୍ରଥମେ ଏକ ପାତ୍ରରେ ଚିକେନ, ଅଦା ରସୁଣ ବଟା,ହଳଦୀ, ଜିରା ଗୁଣ୍ଡ, ଲଙ୍କା ଗୁଣ୍ଡ, ଲୁଣ, ଶୁଖିଲା ମେଥି ପତ୍ର,ଲେମ୍ବୁ ରସ ଏବଂ ଦହି ମିଶାନ୍ତୁ । ଏହାକୁ ବେକିଂ ଟ୍ରେରେ ରଖି ୩୫୦ ଡିଗ୍ରୀ ଏଫ/୧୮୦ ଡିଗ୍ରୀ ସିରେ ପ୍ରିହିଟ କରନ୍ତୁ । ୩୦ ମିନିଟ ପର୍ଯ୍ୟନ୍ତ ବେକ କରନ୍ତୁ । ଏବେ ଓଭନରୁ ବାହାର କରି ରଖି ଦିଅନ୍ତୁ ।

ଏକ ଓଜନିଆ କଡ଼ାଇରେ ବଟର ଗରମ କରନ୍ତୁ । ଡାଳଚିନି, ଲବଙ୍ଗ,ଇଲାଇଚି ପକାନ୍ତୁ । ଏହା ପରେ ୨ ବଡ଼ ଚାମଚ ରସୁଣ ବଟା ଏବଂ ଅଦା ବଟା ପକାନ୍ତୁ । କିଛି ସମୟ ପରେ ଟମାଟୋ ପ୍ୟୁରି ମିଶାନ୍ତୁ । ଏହାକୁ ମଧ୍ୟମ ଆଂଚରେ ୫ରୁ ୭ ମିନିଟ ରଖନ୍ତୁ । ଏବେ ଲୁଣ, ଗୋଲମରିଚ ଗୁଣ୍ଡ, ଗରମ ମସଲା,ଶୁଖିଲା ମେଥି ପତ୍ର ଏବଂ ସାମାନ୍ୟ ଚିନି ପକାଇ ମିଶାନ୍ତୁ । ମଧ୍ୟମ ଆଂଚରେ ୫ରୁ ୭ ମିନିଟ ରଖନ୍ତୁ । ଏବେ ଫ୍ରେଶ କ୍ରିମ ମିଶାନ୍ତୁ । କିଛି ସମୟ ପରେ ରଖିଥିବା ଚିକେନ ପକାନ୍ତୁ । ହୋଇଯିବା ପରେ ବାହାର କରି ଦିଅନ୍ତୁ ।

ଅନ୍ୟ ପକ୍ଷରେ ନୁଡୁଲସକୁ ଗରମ ପାଣିରେ ପକାଇ ବାହାର କରି ରଖନ୍ତୁ । ଏବେ କଡାଇରେ ବଟର ପକାନ୍ତୁ । ଏହାପରେ ନୁଡୁଲସ ପକାନ୍ତୁ । ଏବେ ଏଥିରେ ଜୁଆଣି, ଚିଲି ଫ୍ଲେକ୍ସ, ଇଟାଲିୟନ ମସଲା, ଶୁଖିଲା ଧନିଆ ପକାଇ ଭଲ ଭାବରେ ମିଶାନ୍ତୁ । ମଧ୍ୟମ ଆଂଚରେ ରଖନ୍ତୁ ଏବଂ ପ୍ରସ୍ତୁତ ଚିକେନ ସହିତ ପରଷନ୍ତୁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More