Only for Entertainment

ସଲମାନ ଖାନଙ୍କ ଫିଲ୍ମ ‘ରାଧେ’ରେ ଏଣ୍ଟ୍ରି ନେଲେ ବିଗ ବସ୍ ର ଏହି ପୂର୍ବ ପ୍ରତିଯୋଗୀ

DNA India
17

ଟିଭି ଏବଂ ଫିଲ୍ମ ଜଗତର ପ୍ରସିଦ୍ଧ ଅଭିନେତା ଗୌତମ ଗୁଲାଟୀ, ସଲମାନ ଖାନଙ୍କ ଆଗାମୀ ଫିଲ୍ମ ‘ରାଧେ : ୟୋର ମୋଷ୍ଟ ୱାଣ୍ଟେଡ ଭାଇ’ରେ ଏକ ମୁଖ୍ୟ ଭୂମିକାରେ ନଜର ଆସିବେ । ଏହି ଫିଲ୍ମର ନିର୍ଦ୍ଦେଶନା ଜଣା ଶୁଣା ନିର୍ଦ୍ଦେଶକ ତଥା କୋରିଓଗ୍ରାଫର ପ୍ରଭୂଦେବା କରିବେ । ରାଧେକୁ ନେଇ ଅଭିନେତା ଗୌତମ ଗୁଲାଟୀ ଖୁବ ଉତ୍ସାହିତ ଅଛନ୍ତି । କିନ୍ତୁ ଏପର୍ଯ୍ୟନ୍ତ ତାଙ୍କର ଭୂମିକାକୁ ନେଇ କୌଣସି ସ୍ପଷ୍ଟ ସୂଚନା ମିଳି ନାହିଁ । ସଲମାନ ଏବଂ ଗୌତମ ଗୁଲାଟୀଙ୍କ ବ୍ୟତିତ ଫିଲ୍ମରେ ଜ୍ୟାକି ଶ୍ରଫ, ରଣଦୀପ ହୁଡ୍ଡା ଏବଂ ଦିଶା ପଟାନୀ ନଜର ଆସିବେ । ନିକଟରେ ଫିଲ୍ମର ପ୍ରଥମ ସିଡ୍ୟୁଲ ମହାରାଷ୍ଟ୍ରରେ ଆରମ୍ଭ ହୋଇଛି ।

ଫିଲ୍ମ ବିଷୟରେ କହିବାକୁ ଗଲେ ସଲମାନ ଏବେ ଫିଲ୍ମ ‘ଦବଙ୍ଗ ୩’ର ପ୍ରମୋଶନରେ ବ୍ୟସ୍ତ ଅଛନ୍ତି । ଫିଲ୍ମରେ ସଲମାନ ଖାନଙ୍କ ବ୍ୟତିତ ସୋନାକ୍ଷୀ ସିହ୍ନା, ଅରବାଜ ଖାନ, ସଇ ମାଞ୍ଜରେକର ପରି କଳାକାର ନଜର ଆସିବେ । ଫିଲ୍ମ ୨୦ ଡିସେମ୍ବରରେ ପରଦାକୁ ଆସିବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More