Only for Entertainment

ଆମେରିକାରେ ଏହି ଦୁଇ ପ୍ରବାସୀ ଭାରତୀୟ କଲେ ସମଲିଙ୍ଗୀ ବିବାହ, ଭାଇରାଲ ହେବାରେ ଲାଗିଛି ଫଟୋ

latestly
229

ଅମିତ୍‍ ଶାହ ଓ ଆଦିତ୍ୟ ମଦିରାଜୁ ନାମକ ଦୁଇ ପ୍ରବାସୀ ଭାରତୀୟ ଯୁବକ ପରସ୍ପରଙ୍କୁ ବିବାହ କରି ଖୁବ୍‍ ଚର୍ଚ୍ଚାରେ ଅଛନ୍ତି । ସେମାନଙ୍କ ମଧ୍ୟରେ ଥିବା ବନ୍ଧୁତା ଶେଷରେ ବିବାହର ରୂପ ନେଇଛି । ଅନ୍ୟ ଯୋଡ଼ିଙ୍କ ଭଳି ଅମିତ ଏବଂ ଆଦିତ୍ୟ ନିଜର ପ୍ରି ୱେଡିଙ୍ଗ୍‍ ଫଟୋ ସୁଟ୍‍ ମଧ୍ୟ କରାଇଛନ୍ତି । ମେହେନ୍ଦୀ-ହଳଦି ଉତ୍ସବର ମଧ୍ୟ ଆୟୋଜନ କରିଥିଲେ ଉଭୟେ । ସେମାନଙ୍କର ଏହି ଫଟୋଗୁଡ଼ିକ ଏବେ ସୋସିଆଲ ମିଡ଼ିଆରେ ଖୁବ୍‍ ଭାଏରାଲ ହୋଇଛି । ଦୁଇ ପ୍ରବାସୀ ଭାରତୀୟଙ୍କ ମଧ୍ୟରେ ହୋଇଥିବା ଏହି ବିବାହ ହେଉଛି ଭାରତର ପ୍ରଥମ ସମଲିଙ୍ଗୀ ବିବାହ ।

ସାରା ଦୁନିଆର ସମଲିଙ୍ଗୀ ଯୋଡ଼ିଙ୍କ ପାଇଁ ଏହି ବିବାହ ଏକ ନୂଆ ଆଶାର କିରଣ ଦେଖାଇଛି । ପ୍ରଥମ ଦେଖାରେ ହିଁ ସେମାନେ ପରସ୍ପରଙ୍କ ପ୍ରେମରେ ପଡ଼ିଯାଇଥିଲେ ଓ ଉଭୟଙ୍କ ମଧ୍ୟରେ ମୋବାଇଲ ନମ୍ବର ବିନିମୟ ହୋଇଥିଲା । ଦୀର୍ଘ ୩ ବର୍ଷ ଉଭୟ ଉଭୟଙ୍କୁ ଡେଟ୍‍ କରିବା ପରେ ବିବାହ କରିବା ପାଇଁ ମନସ୍ଥ କରିଥିଲେ ।

ଆମେରିକାର ନ୍ୟୁ ଜର୍ସି ସହରରେ ପରସ୍ପର ସହ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି । ନ୍ୟୁ ଜର୍ସିସ୍ଥିତ ସ୍ୱାମୀନାରାୟଣ ମନ୍ଦିରରେ ଉଭୟ ନିଜ ପରିବାରବର୍ଗଙ୍କ ସମ୍ମୁଖରେ ବିବାହ କରିଛନ୍ତି । ଏହି ଯୋଡ଼ିଙ୍କୁ ସୋସିଆଲ ମିଡ଼ିଆରେ ଖୁବ୍‍ ପ୍ରଶଂସା ମିଳିଛି । ଦୁହେଁ ଦୁହିଁଙ୍କୁ ଡେଟ୍‍ କରୁଥିବା ବେଳେ ଏହା ଦିନେ ବିବାହର ରୂପ ନେବ ବୋଲି ସେମାନେ କେବେ ଭାବିନଥିଲେ ।

 

 

View this post on Instagram

 

Love is meant to be celebrated. Outfits | @anitadongre #l Photography | @charmipena

A post shared by Amit Shah – Creative Director (@amit_aatma) on

ସେମାନେ ପରସ୍ପର ବିନା ବଞ୍ଚିପାରିବେ ନାହିଁ ବୋଲି ଅନୁଭବ କଲେ ଏବଂ ନିଜ ପିତାମାତାଙ୍କ ସମ୍ମୁଖରେ ସେମାନଙ୍କ ଇଚ୍ଛାକୁ ଜାହିର କରିଥିଲେ । ପରେ ଉଭୟଙ୍କର ମାତାପିତାଙ୍କ ଆଶୀର୍ବାଦରେ ଦୁହେଁ ସମ୍ପୂର୍ଣ୍ଣ ହିନ୍ଦୁ ପରମ୍ପରା ଅନୁସାରେ ବିବାହ କରିଛନ୍ତି । ବିବାହରେ ଜଣାଶୁଣା ଫ୍ୟାଶନ୍‍ ଡିଜାଇନର ଅନିତା ଡୋଙ୍ଗରାଙ୍କ ଦ୍ୱାରା ଡିଜାଇନ୍‍ ହୋଇଥିବା ପୋଷାକ ପରିଧାନ କରିଥିଲେ ଦୁହେଁ । ଏହା ପୂର୍ବରୁ ଭାରତର ଜଣେ ଆଇଆଇଟି ଗ୍ରାଜୁଏଟ୍‍ ଭିନେତ୍‍ନାମର ଜଣେ ଶିକ୍ଷକଙ୍କୁ ବିବାହ କରିଥିଲେ ।

 

View this post on Instagram

 

We are all born to love – just live your truth. Outfits | @anitadongre Photograph | @charmipena

A post shared by Amit Shah – Creative Director (@amit_aatma) on

 

View this post on Instagram

 

❤️

A post shared by Amit Shah – Creative Director (@amit_aatma) on

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More