Only for Entertainment

୪୪ ବର୍ଷ ବୟସରେ ଗୀତା ମା’ଙ୍କୁ ମିଳିଲା ଜୀବନସାଥି, ଶେୟାର କଲେ ବୟଫ୍ରେଣ୍ଡଙ୍କ ସହିତ ଫଟୋ

SocialPost
0 120

ବଲିଉଡ କୋରିଓଗ୍ରାଫର ଗୀତା କପୁର ପୁରା ଭାରତ ପାଇଁ ଏକ ଜଣାଶୁଣା ନାଁ । ୧୫ ବର୍ଷ ବୟସରୁ କ୍ୟାରିୟର ଆରମ୍ଭ କରିଥିବା ଗୀତା କପୁରଙ୍କୁ ବର୍ତ୍ତମାନ ୪୪ ବର୍ଷ ହୋଇଥିଲେ ମଧ୍ୟ ଏବେ ସୁଦ୍ଧା ସେ ବିବାହ କରିନାହାନ୍ତି । କିନ୍ତୁ ଗୀତା ବର୍ତ୍ତମାନ ତାଙ୍କ ଆଫେୟାରକୁ ନେଇ ଚର୍ଚ୍ଚାରେ ।

ଆପଣ ଦେଖିଥିବେ ଯେ ପ୍ରତ୍ୟେକ ଶୋ’ରେ ଗୀତାଙ୍କୁ ତାଙ୍କ ବିବାହକୁ ନେଇ ଅନେକ ପ୍ରଶ୍ନ କରାଯାଇଥାଏ । ସେ କେବେ ବିବାହ କରିବେ ସମସ୍ତେ ତାଙ୍କୁ ଏହି ପ୍ରଶ୍ନ କରିଥାନ୍ତି କିନ୍ତୁ ଲାଗୁଛି ଗୀତା ତାଙ୍କ ବିବାହକୁ ନେଇ ସିରିୟସ ହୋଇଯାଇଛନ୍ତି । ବର୍ତ୍ତମାନ ସେ ତୁରନ୍ତ ବିବାହ କରିବେ କି ନାହିଁ ସେ କଥା ତ ସ୍ପଷ୍ଟ ହୋଇନାହିଁ କିନ୍ତୁ ସେ ନିଜ ପାଇଁ ଜୀବନ ସାଥି ଖୋଜିଦେଇଛନ୍ତି ।

geeta-kapoor

ଆଜ୍ଞା ହଁ, ଗୀତା ବର୍ତ୍ତମାନ ମଡେଲ ଓ କୋରିଓଗ୍ରାଫର ରାଜୀବ ଖୀଂଚିଙ୍କ ସହିତ ଡେଟ କରୁଥିବା ଚର୍ଚ୍ଚା ହେଉଛି । ଅନେକ ଥର ରାଜୀବଙ୍କ ସହିତ ଗୀତା ମଧ୍ୟ ଦେଖିବାକୁ ମିଳିଛି କିନ୍ତୁ ଦୁହିଁଙ୍କ ତରଫରୁ ଏପର୍ଯ୍ୟନ୍ତ କିଛି ସୂଚନା ମିଳିନାହିଁ । ସୋସିଆଲ ମିଡିଆରେ ଶେୟାର କରାଯାଇଥିବା ଫଟୋକୁ ନେଇ ଏହି ଚର୍ଚ୍ଚା ଜୋର ଧରିଛି ।

ରାଜୀବ ଜଣେ କୋରିଓଗ୍ରାଫର ହେବା ସହିତ ଜଣେ ଅଭିନେତା ମଧ୍ୟ । କେବଳ ଏତିକି ନୁହେଁ ରାଜୀବ ନରେନ୍ଦ୍ର ମୋଦୀଙ୍କ ପାଇଁ ନ୍ୟୁୟର୍କର ମେଡିସିନ ସ୍କବେର ଇଭେଣ୍ଟରେ କୋରିଓଗ୍ରାଫ ମଧ୍ୟ କରିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More