Only for Entertainment

ଗିରଫ କରିବା ପାଇଁ ଟସ ପକାଇଥିଲେ ଦୁଇ ମହିଳା ପୋଲିସ କର୍ମଚାରୀ, କାର୍ଯ୍ୟରୁ ହେଲେ ନିଲମ୍ବିତ

Science ABC
19

କୌଣସି ବ୍ୟକ୍ତି ଯେତେବେଳେ କିଛି ଅପରାଧ କରେ ସେତେବେଳେ ପ୍ରମାଣ ସହ ପୁଲିସ୍‍ ସେହି ବ୍ୟକ୍ତିଙ୍କୁ ଗିରଫ କରିଥାଏ । ହେଲେ ଜର୍ଜିଆରେ ଦୁଇଜଣ ମହିଳା ପୁଲିସ୍‍ ଜଣେ ମହିଳାଙ୍କୁ ଟସ୍‍ ପକାଇ ଗିରଫ କରିବା ଘଟଣା ଏବେ ବଡ଼ ଚର୍ଚ୍ଚାକୁ ଆସିଛି । ପରେ ଏହି ପୁଲିସ୍‍ ଅଧିକାରୀଙ୍କୁ ସସ୍‍ପେଣ୍ଡ କରାଯାଇଛି ।

ଅସଲରେ ଜର୍ଜିଆର ସାରା ବେବର ନାମକ ଏହି ମହିଳା ଦ୍ରୁତ ଗତିରେ ଗାଡି ଚଳାଉଥିଲେ । ରାସ୍ତା ଓଦା ଥିବାରୁ ଦୁର୍ଘଟଣାର ସମ୍ଭାବନା ଅଧିକ ଥିଲା । ମହିଳା ଜଣଙ୍କ ନିୟମ ଉଲ୍ଲଂଘନ କରୁଥିବାରୁ ତାଙ୍କୁ ଦୁଇ ମହିଳା ପୁଲିସ୍‍ ଅଟକାଇଥିଲେ । ସାରା ଜରୁରୀ କାମରେ ଯାଉଥିବା କହି ପୁଲିସ୍‍ ଅଧିକାରୀଙ୍କୁ କ୍ଷମା ମଧ୍ୟ ମାଗିଥିଲେ । ଦୁଇ ଅଧିକାରୀ ବୁଝିପାରିନଥିଲେ କି ପ୍ରକାରର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ । ପରେ ସେମାନେ ଏକ ନିଆରା ଉପାୟ ଅବଲମ୍ବନ କରିଥିଲେ । ଟସ୍‍ ପକାଇ ନିଷ୍ପତ୍ତି ନେବାର ସ୍ଥିର କରିଥିଲେ ।

ସେମାନେ କହିଥିଲେ ଯେ, ହେଡ୍‍ ପଡିଲେ ସାରା ଗିରଫ ହେବେ ଏବଂ ଟେଲ୍‍ ପଡିଲେ ତାଙ୍କୁ ଛଡାଯିବ । ଜଣେ ପୁଲିସ୍‍ ଅଧିକାରୀ ନିଜ ଫୋନ୍‍ର ଏକ ଆପ୍‍ ମାଧ୍ୟମରେ ଟସ୍‍ ପକାଇଥିଲେ । ଆଉ ପଡିଥିଲା ହେଡ୍‍ । ସାରାଙ୍କୁ ଗିରଫ କରାଯାଇଥିଲା । ତେବେ ଏହି ଘଟଣାକୁ ଜଣେ କେହି ଭିଡିଓ ବନାଇ ଜର୍ଜିଆର ଏକ ନ୍ୟୁଜ୍‍ ଷ୍ଟେସନକୁ ଦେଇଦେଇଥିଲେ । ଘଟଣାଟି ଭାଇରାଲ ହୋଇଥିଲା । ସାରା କୋର୍ଟରେ ମଧ୍ୟ ତାଙ୍କୁ ପୁଲିସ୍‍ ଅଧିକାରୀମାନେ ତ୍ରୁଟିପୂର୍ଣ୍ଣ ଧାରାରେ ଗିରଫ କରିଥିବା ଅଭିଯୋଗ କରିଥିଲେ । ଶେଷରେ ସାରାଙ୍କୁ କୋର୍ଟ ଦଣ୍ଡମୁକ୍ତ କରିଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More